ବୁର୍ଡ଼।ବାହାଲ ଗାଁରେ ୧୯ ଜଣ ଝାଡାବାନ୍ତିରେ ଆକ୍ରାନ୍ତ, ଘର ଘର ବୁଲିଲେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଉପଜିଲ୍ଲାପାଳ
19/09/2023 at 3:39 PM

ପାଟଣାଗଡ଼ ୧୯।୯: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଲରମ୍ଭା ଗ୍ରାମ ପଞ୍ଚାୟତ ବୁର୍ଡ।ବାହାଲ ଗାଁରେ ୧୯ରୁ ଅଧିକ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହେଲେଣି । ଆକ୍ରାନ୍ତଙ୍କ ମଧ୍ୟରୁ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନରେ ୬ ଜଣ ଚିକିତ୍ସା ହେଉଥିବା ବେଳେ ନିକଟ ଘସିଏନ ଡାକ୍ତରଖାନାରେ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି ।

ଖବରପାଇ ଉପଜିଲ୍ଲାପାଳ ପ୍ରଥମେ ଡାକ୍ତରଖାନାକୁ ଯାଇ ରୋଗୀଙ୍କ ଅବସ୍ଥା ପଚାରି ବୁଝିଥିଲେ ପରେ ଗାଁକୁ ଯାଇ ମେଡ଼ିକାଲ ଟିମ୍ ସହ ଉପଜିଲ୍ଲାପାଳ ଡ଼କ୍ଟର ବିଜୟା ନନ୍ଦ ସେଠୀ ସିଡ଼ିପିଓ ପହଞ୍ଚି ଘର ଘର ବୁଲି ଲୋକମାନଙ୍କୁ ସଚେତନ କରିଥିଲେ । RWSS ଗାଁର ୬ଟି ନଳକୂପରୁ ପାଣି ସଂଗ୍ରହ କରି ଟେଷ୍ଟିଂ ପାଇଁ ପଠାଯାଇଛି । ଗାଁରେ ବ୍ଲିଚିଂ ପାଉଡର ପକାଉଥିଲା ବେଳେ ମାଗଣାରେ ଔଷଧ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଗାଁରେ ପରିସ୍ଥିତି ନିୟନ୍ତ୍ରଣ ଥିଲେ ମଧ୍ୟ ୭ ଦିନ ଡାକ୍ତରୀ ଟିମ୍ ଗାଁରେ ଉପସ୍ଥିତ ରହିବେ ।
You Can Read :