ସଂସଦର PAC ପାଇଁ ସଭ୍ୟ ଚୟନ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ହେଲେ କମିଟିର ସଭାପତି
5/05/2020 at 1:44 PM

ନୂଆଦିଲ୍ଲୀ ୦୫।୦୫: ଲୋକସଭାରେ କଂଗ୍ରେସ ନେତା ଆଧୀର ରଂଜନ ଚୌଧୁରୀଙ୍କୁ ପବ୍ଲିକ ଆକାଉଣ୍ଟସ ସଂସଦୀୟ କମିଟିର ସଭାପତି ଭାବରେ ନିଯୁକ୍ତ କରାଯାଇଛି । ଏହାସହିତ ଲୋକସଭା ଏବଂ ରାଜ୍ୟସଭାର ଅନ୍ୟ ୧୯ ଜଣ ସଦସ୍ୟ ମଧ୍ୟ କମିଟିର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ପବ୍ଲିକ ଆକାଉଣ୍ଟସ ସଂସଦୀୟ କମିଟିରେ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ୧୪ ଜଣ ଲୋକସଭାରୁ ନିଯୁକ୍ତ ହୋଇଥିବା ବେଳେ ରାଜ୍ୟସଭାରୁ ପାଞ୍ଚ ଜଣ ସଦସ୍ୟ ନିଯୁକ୍ତ ହୋଇଛନ୍ତି । କମିଟିର କାର୍ଯ୍ୟକାଳ ମେ ୧, ୨୦୨୦ ଠାରୁ ଆରମ୍ଭ ହୋଇ ଅପ୍ରେଲ ୩୦, ୨୦୨୧ ପର୍ଯ୍ୟନ୍ତ ରହିବ।
ଲୋକସଭାରୁ ନିଯୁକ୍ତ ହୋଇଥିବା ସଦସ୍ୟମାନେ ହେଉଛନ୍ତି- ଥାଲିକକଟାଇ ରାଜୁଥେବର ,ସୁଭାଷ ଚନ୍ଦ୍ର ବାହରିଆ, ଆଧୀର ରଂଜନ ଚୌଧୁରୀ , ସୁଧୀର ଗୁପ୍ତା, ଦର୍ଶନ ବିକ୍ରମ ଜାରଡୋଶ , ଭର୍ତ୍ତୃହରି ମେହତାବ, ଅଜୟ ମିଶ୍ର, ଜଗଦମ୍ବିକା ପାଲ୍ , ବିଷ୍ଣୁ ଦିନଲ ରାମ , ରାହୁଲ ରମେଶ ଶେୱାଲେ , ରାଜୀବ ରଂଜନ ସିଂ, ସତ୍ୟ ପାଲ ସିଂ , ଜୟନ୍ତ ସିହ୍ନା , ବାଲାଶୌରୀ ବଲାଭାନେନି, ରାମକ୍ରିପାଲ ଯାଦବ |
ସେହିପରି ରାଜ୍ୟସଭା ସାଂସଦରୁ ନିଯୁକ୍ତ ହୋଇଥିବା ସଦସ୍ୟମାନେ ହେଉଛନ୍ତି -ରାଜୀବ ଚନ୍ଦ୍ରଶେଖର, ନରେଶ ଗୁଜ୍ରାଲ , CM ରମେଶ , ସୁଖେନ୍ଦୁ ଶେଖର ରାୟ, ଭୁପେନ୍ଦ୍ର ଯାଦବ,