୧୯ ଦାଦନ ଶ୍ରମିକଙ୍କ ସହ ୯ ଶିଶୁ ଉଦ୍ଧାର, ୨ ଚାଲାଣକାରୀ ଗିରଫ

Published By : Prameya-News7 Bureau | December 19, 2022 IST

ନୂଆପଡା, ୧୯/୧୨: ଦାଦନ ଚାଲାଣକାରୀଙ୍କ କବଳରୁ ବର୍ତ୍ତିଲେ ୧୯ ଦାଦନ ଶ୍ରମିକଙ୍କ ସହ ୯ ଶିଶୁ । ସେମାନଙ୍କୁ ଖରିଆରରୋଡ ଜଙ୍କ୍‌ ପୋଲିସ ଉଦ୍ଧାର କରିଥିବା ବେଳେ ଦୁଇଜଣଙ୍କୁ ଗିରଫ କରିଛି । ଦୁଇ ଚାଲାଣକାରୀ ସ୍ଥାନୀୟ ବଲୋଦା ଗ୍ରାମର କୁଲସ ରାମ ସାହୁ ଓ ହେମନ୍ତ କୁମାର ସାହୁ ବୋଲି ଜଣାପଡ଼ିଛି । ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ଡୁମେରଡିହି ଛକରୁ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମସ୍ତେ ଉତ୍ତରପ୍ରଦେଶ ଏବଂ ଆଲ୍ଲାବାଦ ଦାଦନ ଖଟିବା ପାଇଁ ଯାଉଥିବା ଜଣାପଡ଼ିିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.