ଆମେରିକା ବରଫ ଝଡ଼ରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି; ବିମାନବନ୍ଦର ସଟଡାଉନ୍, ବିନା ବିଜୁଳିରେ ରହୁଛନ୍ତି ଲୋକ

Published By : Prameya-News7 Bureau | December 25, 2022 IST

ନ୍ୟୁୟର୍କ: ଆମେରିକାରେ ବମ୍ ସାଇକ୍ଲୋନରେ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଥିଲା । ପ୍ରବଳ ବରଫପାତ ଯୋଗୁଁ ଲକ୍ଷାଧିକ ଘରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ରାସ୍ତାଘାଟ, ଘର ସବୁଠି ବରଫର ଆସ୍ତରଣ ଜମି ରହିଛି । ନ୍ୟୁୟର୍କ ସହର ସମେତ ଅଧିକାଂଶ ରାଜ୍ୟରେ ଖ୍ରୀଷ୍ଟମାସ୍ ଫିକା ପଡ଼ିଛି ।

ରିପୋର୍ଟ ଅନୁଯାୟୀ, ଆମେରିକାରେ ବରଫ ଝଡ଼ ଯୋଗୁ ଅଧିକାଂଶ ରାଜ୍ୟରେ ତଳମୁହାଁ ହୋଇଛି ପାରଦ । ଯୁକ୍ତରାଷ୍ଟ୍ର ଆମେରିକାରେ ତାପମାତ୍ର ରେକର୍ଡ ସ୍ତରକୁ ହ୍ରାସ ପାଇଛି । ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୪୫ ଡିଗ୍ରୀ ଉପରେ ରହିଛି। ବରଫ ଝଡ଼କୁ  ଦୃଷ୍ଟିରେ ରଖି ନ୍ୟୁୟର୍କରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି ।
ବରଫ ଝଡ଼ ଯୋଗୁ ଘର, ରାସ୍ତାଘାଟ ସବୁଠି ବରଫ ଜମି ରହିଛି । ଫଳରେ ଲୋକଙ୍କୁ ଘରୁ ବାହାରିବା ମୁସ୍କିଲ ହେଉଛି । ରାସ୍ତାରୁ ବରଫ ସଫା କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି । ବରଫ ଝଡ଼ରେ ନ୍ୟୁୟର୍କର ବିଭିନ୍ନ ସ୍ଥାନରେ ଘରଦ୍ବାର ଭାଙ୍ଗିବା ସହିତ ବିଦ୍ୟୁତ୍ ଖୁଣ୍ଟମାନ ଉପୁଡ଼ି ପଡ଼଼ିଛି । ଘର ଉପରେ ଗଛ ପଡ଼ିବାରୁ ବୁଫାଲୋ ଏରିଆରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଛି । ଅନ୍ୟପଟେ ଖରାପ ପାଗ ପାଇଁ ଅଧିକାଂଶ ବିମାନବନ୍ଦର ସଟଡାଉନ । ନିଆଗରା ବିମାନବନ୍ଦରରେ ଉଡ଼ାଣକୁ ରଦ୍ଦ କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.