ବ୍ରହ୍ମଗିରିରେ ଗୋଷ୍ଠୀ ସଂଘର୍ଷ ଘଟଣା : ୧୯ ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | October 12, 2020 IST

ବ୍ରହ୍ମଗିରି ୧୨।୧୦: ବ୍ରହ୍ମଗିରି ଡିମିରିସେଣା ହରିଜନ ସାହିରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବ୍ରହ୍ମଗିରି ପୋଲିସ । ଗିରଫଙ୍କ ମଧ୍ୟରେ ୧୨ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି ।

ରବିବାର ଜମିଜମା ବିବାଦ ସହିତ ପାଣି ପାଇପ ପକାଇବାକୁ ନେଇ ଡିମିରିସେଣା ଗାଁ ହରିଜନ ସାହିର ଦୁଇ ପରିବାର ଭିତରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ତେଣ୍ଟା ମାଡ ଓ ଟାଙ୍ଗିଆ ଚୋଟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେବି କିଛି ଲୋକ ଚିକିତ୍ସାଧିନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.