Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରଥଯାତ୍ରା ପ୍ରସ୍ତୁତି, ନିୟୋଜିତ ହେବେ ୧୮୦ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ

8/06/2023 at 6:17 PM

Rathyatra

ପୁରୀ, ୦୮/୦୬: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ଦିନ କେଇଟା। ଏଥିପାଇଁ ରଥ ନିର୍ମାଣଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପ୍ରସ୍ତୁତି ଜୋର୍‌ ସୋର୍‌ରେ ଜାରି ରହିଛି। ଏହା ସହ ସୁରୁଖୁରୁରେ ଯେପରି ରଥଯାତ୍ରର ସରିବ ସେନେଇ ବୈଠକ କରି ଆଲୋଚନା କରାଯାଉଛି। ଏହିକ୍ରମରେ ପୋଲିଓ ଏଡିଜି ଅମିତାଭ୍ ଠାକୁର ଗୁରୁବାର ପୁରୀରେ ପହଞ୍ଚି, ରଥଯାତ୍ରା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ତଥା ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ଏସପିଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି।

ଏହି ବୈଠକରେ, ଘୋଷଯାତ୍ରା ସମୟରେ ପୁରୀ ସହର ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ଜଗିବା ନେଇ କହିଛନ୍ତି ଅମିତାଭ ଠାକୁର। ଏହା ସହ ଜନଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଏବଂ ଭକ୍ତଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିବା ନେଇ କହିଛନ୍ତି ପୋଲିସ ଏଡିଜି ଅମିତାଭ୍ ଠାକୁର। ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଆଡିସନାଲ୍ ସିପି ଉମାଶଙ୍କର ଦାସ, ଡିଆଇଜି ଅଖିଳେଶ୍ବର ସିଂଙ୍କ ସମେତ ଜଗତସିଂହପୁର ଓ ପୁରୀ ଏସପି ମଧ୍ୟ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଚାଲିଛି ରଥଯାତ୍ରା ପ୍ରସ୍ତୁତି: ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ସେପଟେ ଶୃଙ୍ଖଳିତ ରଥଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଛି। ବୈଠକରେ ପରିଚାଳନା କମିଟି ସଦସ୍ୟ ଓ ସେବାୟତଙ୍କ ଉପସ୍ଥିତିରେ ଭକ୍ତଙ୍କ ସୁବିଧା ନିମନ୍ତେ ପର୍ଯ୍ୟାପ୍ତ ପାନୀୟ ଜଳ, ବଡଦାଣ୍ଡର ବିଭିନ୍ନ ସ୍ଥାନରେ ବିଶ୍ରାମ ସ୍ଥଳୀ, ଆଶୁ ଚିକିତ୍ସା କେନ୍ଦ୍ର ସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି।

ଆହୁରି ପଢ଼ନ୍ତୁ: ପାଖେଇ ଆସୁଛି ରଥଯାତ୍ରା, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

   Related Posts