scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍‌ଙ୍କୁ ପତ୍ର ଲେଖିଲେ ୧୮୦ ହିନ୍ଦୁ ସଙ୍ଗଠନ, କହିଲେ ଆମକୁ ଡର ଲାଗୁଛି ବ୍ରିଟେନ!

16/10/2022 at 4:27 PM

ଲଣ୍ଡନ ୧୬।୧୦: ବ୍ରିଟେନରେ ବହୁ ସଂଖ୍ୟାରେ ରହୁଥିବା ଭାରତୀୟ, ହିନ୍ଦୁ ସଙ୍ଗଠନ ଓ ମନ୍ଦିର ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍‌ଙ୍କୁ ଏକ ପତ୍ର ଲେଖିଛନ୍ତି। ପତ୍ରରେ ସ୍ୱାକ୍ଷର କରିଥିବା ମୋଟ ସଙ୍ଗଠନଙ୍କ ସଂଖ୍ୟା ୧୮୦ କୁହାଯାଉଛି। ଏହି ପତ୍ରରେ ହିନ୍ଦୁ ସଙ୍ଗଠନମାନେ ‘ଆମକୁ ବ୍ରିଟେନରେ ଡର ଲାଗୁଛି ’ ବୋଲି ଉଲ୍ଲେଖ କରିଛନ୍ତି। ସଙ୍ଗଠନମାନେ ପତ୍ରରେ ଲିଷ୍ଟର ଓ ବର୍ମିଂହମରେ ହୋଇଥିବା ଘଟଣାର ଉଦାହରଣ ଦେଇଛନ୍ତି। ସଙ୍ଗଠନମାନେ ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟ ଓ ହିନ୍ଦୁ ସଙ୍ଗଠନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ନିବେଦନ କରିଛନ୍ତି।

ପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ମୋଟ ୬ଟି ନିବେଦନ କରାଯାଇଛି। ଏଥିରେ ନିକଟରେ ଲିଷ୍ଟର, ବର୍ମିଂହମ ଓ ଅନ୍ୟ ସ୍ଥାନରେ ହୋଇଥିବା ଘଟଣା ସମ୍ପର୍କରେ ସୂଚିତ କରିଛନ୍ତି। ଏହି ସବୁ ଘଟଣା ବ୍ରିଟେନରେ ରହୁଥିବା ଭାରତୀୟ ଓ ହିନ୍ଦୁ ସମୁଦାୟଙ୍କୁ ବ୍ୟଥିତ କରୁଛି। ଦେଶରେ ହିନ୍ଦୁ ସମୂଦାୟଙ୍କ ପ୍ରତି ଘୃଣା ଢେର ବଢ଼ିଯାଇଛି। ପତ୍ର ଅନୁସାରେ ହିନ୍ଦୁଙ୍କ ବିରୋଧରେ ଗାଳି ଗୁଲଜ, ଶାରୀରିକ ହିଂସା, ସୋସିଆଲ ମିଡିଆରେ ହତାସା ଭରା ମତମନ୍ତବ୍ୟ ବ୍ୟତୀତ ଏବେ ସେମାନଙ୍କୁ ସ୍କୁଲ ଓ କାର୍ଯ୍ୟସ୍ଥଳରେ ମଧ୍ୟ ଟାର୍ଗେଟ କରାଯାଉଥିବା ଉଲ୍ଲେଖ ରହିଛି। ଏଣୁ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ପରିସ୍ଥିତିକୁ ଦେଖି ଉପଯୁକ୍ତ ନିଷ୍ପତ୍ତି ନିଅନ୍ତୁ ଓ ବ୍ରିଟିଶ ଇଣ୍ଡିଆନଙ୍କ ଡର ଦୂର କରନ୍ତୁ ବୋଲି ନିବେଦନ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କୁ ଏହି ଖୋଲା ପତ୍ରରେ ସ୍ୱାକ୍ଷର କରିଥିବା ସଙ୍ଗଠନଙ୍କ ମଧ୍ୟରେ ହିନ୍ଦୁ ମନ୍ଦିର ରାଷ୍ଟ୍ରୀୟ ପରିଷଦ, ବିଏପିଏସ୍ ଶ୍ରୀ ସ୍ୱାମୀନାରାୟଣ ସଂସ୍ଥା ୟୁକେ, ଇଣ୍ଡିଆନ ନ୍ୟାସନାଲ ଷ୍ଟୁଡେଣ୍ଟସ୍ ଆସୋସିଏସନ ୟୁକେ, ଇସ୍କନ ମଞ୍ଚେଷ୍ଟର, ଓଭରସିଜ ଫ୍ରେଣ୍ଡସ ଅଫ ବିଜେପି ୟୁକେ, ହିନ୍ଦୁ ଲୟର୍ସ ଆସୋସିଏସନ ୟୁକେ ଆଦି ସ୍ୱାକ୍ଷର କରିଛନ୍ତି।

ପତ୍ରରେ ହିନ୍ଦୁ ସମୂଦାୟ ପାଖାପାଖି ଅର୍ଦ୍ଧଶତାବ୍ଦୀ ଧରି ବ୍ରିଟେନକୁ ସେମାନଙ୍କ ଘର କରି ରଖିଛନ୍ତି। ଦେଶର ମୋଟ ଜନସଂଖ୍ୟାର ମାତ୍ର ୨ ପ୍ରତିଶତରୁ ବି କମ୍ ହେଉଛନ୍ତି ହିନ୍ଦୁ, ତଥାପି ଦେଶ ବିକାଶରେ ଆମେର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିବା ଉଲ୍ଲେଖ ରହିଛି। ଏଥିରେ ନା କେବଳ ଆମର ସାମାଜିକ ଆର୍ଥିକ ଯୋଗଦାନ ରହିଛି ବରଂ ବ୍ରିଟିଶ ମୂଲ୍ୟର ପାଳନ ମଧ୍ୟ କରୁଛନ୍ତି। ଏହା ସତ୍ତ୍ୱେ ବି ଏଠାରେ ଆମେ ନିଜକୁ ଅସୁରକ୍ଷିତ ଓ ଆତଙ୍କିତ ମନେ କରୁଛୁ ବୋଲି ପତ୍ରରେ ଉଲ୍ଲେଖ ରହିଛି।  

   Related Posts