IITରେ ପଢ଼ିବା ଆଶା ନେଇ କୋଚିଂ ଆସିଥିଲେ, ହେଲେ ଆତ୍ମହତ୍ୟା କଲେ ଛାତ୍ର; ୨୦୨୩ରେ ଗଲାଣି ୨୨ ଜୀବନ
16/08/2023 at 3:48 PM

ନୂଆଦିଲ୍ଲୀ: ପୁଣି ଛାତ୍ର ମୃତ୍ୟୁ। ରାଜସ୍ଥାନ କୋଟାରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବାର ଅଭିଯୋଗ ସାମ୍ନାକୁ ଆସିଛି। ମୃତ ଛାତ୍ର ହେଲେ ୧୮ ବର୍ଷୀୟ ବାଲମିକି ଜଙ୍ଗିଦ। ପ୍ରବେଶିକା ପରୀକ୍ଷାରେ କୋଚିଂ ନେବାକୁ ଆସିଥିବା ବେଳେ ମଙ୍ଗଳବାର ରାତିରେ ଛାତ୍ର ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ମୃତ ଛାତ୍ର ହେଲେ ବିହାର ଗୟାର ବାଲମିକି ଜଙ୍ଗିଦ। ଆଇଆଇଟିରେ ଆଡ୍ମିଶନ ନେବା ତାଙ୍କର ମୂଳ ଲକ୍ଷ୍ୟ ଥିଲା। ଏଥିପାଇଁ ସେ ଏଣ୍ଟ୍ରାନ୍ସ କ୍ୱାଲିଫାଏ କରିବାକୁ କୋଚିଂ ନେଉଥିଲେ। ଗତବର୍ଷ ଜଙ୍ଗିଦ କୋଟାର ମହାବୀର ନଗରରେ ରହୁଥିଲେ। ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ସେ ନେଇ କାରଣ ଜଣାପଡ଼ି ନାହିଁ। ପୁଲିସ ମାମଲାରେ ତଦନ୍ତ ଜାରି ରଖିଛି।
ପଢନ୍ତୁ- NEETରେ ଦୁଇ ଥର ଅସଫଳ ହେବା ପରେ ଛାତ୍ର କଲେ ଆତ୍ମହତ୍ୟା, ପୁଅକୁ ହରାଇବା ଦୁଃଖରେ ବାପା ଲଗାଇଲେ ଫାଶୀ
ଦେଶରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଉଭୟ ଅଭିବାବକ ଓ ସରକାର ପାଇଁ ଚନ୍ତାର କାରଣ ପାଲିଟିଛି। ରାଜସ୍ଥାନରେ ଚଳିତ ବର୍ଷ ପାଖାପାଖି ୨୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ବିଶେଷକ କରି ରାଗିଂ ଜନିତ ସମସ୍ୟା ଓ ବ୍ଲାକ୍ ମେଲିଂ ଭଳି କାର୍ଯ୍ୟ ପାଇଁ ଛାତ୍ରଛାତ୍ରଙ୍କ ମାନସିକ ଅଶାନ୍ତି ବଢ଼ିବାରେ ଲାଗିଛି।
ରାଜସ୍ତାନ ସରକାର ବିଦ୍ୟାର୍ଥୀ ଆତ୍ମହତ୍ୟା ଘଟଣାକୁ ରୋକିବାକୁ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସଚେତନତା ସହିତ ହେଲ୍ପଲାଇନ୍ ନମ୍ବର ବି ଜାରି କରିଛନ୍ତି। ତଥାପି ଛାତ୍ର ଆତ୍ମହତ୍ୟା ଘଟଣା ଥମିବାରେ ନାଁ ନେଉ ନାହିଁ।
ପଢନ୍ତୁ-କୋଟାରେ ବଢୁଛି ଆତ୍ମହତ୍ୟା ମାମଲା: ୨୪ ଘଣ୍ଟାରେ ଦୁଇ ନିଟ୍ ଛାତ୍ରଙ୍କ ଆତ୍ମହତ୍ୟା