୫୫ ବର୍ଷୀୟ ବ୍ୟକ୍ତିଙ୍କ ପ୍ରେମରେ ପଡିଲେ ୧୮ ବର୍ଷୀୟ ଯୁବତୀ: ଦୁହିଁଙ୍କୁ ନିକଟତର କଲା ବବି ଦେୱଲଙ୍କ ଗୀତ, ସିନେମା ନୁହେଁ ସତ କାହାଣୀ

Published By : Prameya-News7 Bureau | August 29, 2022 IST

ଇସ୍‌ଲାମାବାଦ: ପ୍ରେମକୁ ନେଇ ଅନେକ କାହାଣୀ ଆପଣ ଶୁଣିଥିବେ। ହେଲେ ଆଜି ଆମେ ଯେଉଁ ଖବର ବିଷୟରେ ଆପଣଙ୍କୁ ଜଣାଇବୁ ତାହା କେଉଁ ସିନେମା କାହାଣୀ ଠାରୁ ବି କମ ନୁହେଁ। ବବି ଦେୱଲଙ୍କ ଫିଲ୍ମ ବାଦଲର ସେଇ ଗୀତ ‘ନା ମିଲୋ ହମ୍‌ସେ ଜାଦା କହିଁ ପ୍ୟାର୍ ହୋ ନା ଯାଏ।’ ଏହି ଗୀତ ହିଁ ସାଜିଥିଲା ଇସାରା। ଅଧିକ ନ ମିଶିବାକୁ ଗୀତରେ ଇଶାରା ଦେଉଥିଲେ ବି ଅଧିକ ମିଶୁଥିଲେ ସେମାନେ। ଆଉ ସତକୁ ସତ ଅଧିକ ମିଶିବାରୁ ଶେଷରେ ୧୮ ବର୍ଷୀୟ ମୁସ୍କାନଙ୍କୁ ୫୫ ବର୍ଷୀୟ ଫାରୁକ ଅହମଦଙ୍କ ସହ ପ୍ରେମ ହେଇଗଲା..।

ଏଭଳି ଅମର ପ୍ରେମର ଖବର ଆସିଛି ପାକିସ୍ତାନରୁ। ପାକିସ୍ତାନୀ ୟୁଟ୍ୟୁବର ସୟଦ ବସିତ ଅଲି ଦୁଇ ପ୍ରେମୀ ଯୁଗଳଙ୍କର ଇଣ୍ଟରଭ୍ୟୁ ନେବା ପରେ ଫାରୁକ ଓ ମୁସ୍କାନଙ୍କର ପ୍ରେମ କାହାଣୀ ଜାଣିଲା ସାରା ଦୁନିଆଁ।

 ଦୁହିଁଙ୍କର ପ୍ରେମ କାହାଣୀ ଥିଲା ଏମିତି…

ଫାରୁକ ଅହମଦ ମୁସ୍କାନଙ୍କ ଘର ସାମ୍ନାରେ ଥିବା ଏକ ଗଳିରେ ରହୁଥିଲେ। ଫାରୁକ ସଂଗୀତକୁ ପାଗଳ ପରି ଭଲପାଆନ୍ତି। ଗୀତ ଗାଇବା, ବଜାଇବାରେ ତାଙ୍କୁ ଖୁବ୍ ଆନନ୍ଦ ମିଳେ। ଦିନେ ହଠାତ୍ ଫାରୁକ ତାଙ୍କ ସାମ୍ନାପଟ ଘରୁ ଏକ ସୁଲଳିତ କଣ୍ଠରେ ଗୀତଟି ଶୁଣିଲେ। ଆଉ ଏହି ସ୍ୱରଟି କାହାର ଜାଣିବା ପାଇଁ ସେ ଖୋଜି ଖୋଜି ଆସି ପହଞ୍ଚିଥିଲେ ମୁସ୍କାନଙ୍କ ଘରେ। ତା’ ପରେ ଆରମ୍ଭ ହେଲା ମିଳାମିଶା।

ମୁସ୍କାନଙ୍କ ଗୀତ ଶୁଣିବାକୁ ଫାରୁକ ଅନେକ ସମୟରେ ତାଙ୍କ ଘରକୁ ଉପହାର  ନେଇ ଆସୁଥିଲେ। ମୁସ୍କାନଙ୍କ ପରିବାର ଲୋକ ବି ଏହାକୁ ଖୁବ୍ ସହଜରେ ନେଇଯାଇଥିଲେ। ତେବେ ଫାରୁକଙ୍କର ଏପରି ବାରମ୍ବାର ଆସିବା ଓ ତାଙ୍କ ଚାଲିଚଲଣରେ ମୋହିତ ହୋଇ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ ମୁସ୍କାନ। ଆଉ ଗୀତରେ ଗୀତରେ ଇସାରା ଦେଇ କହିଥିଲେ - ନା ମିଲୋ ହମ୍‌ସେ ଜାଦା କହିଁ ପ୍ୟାର୍ ହୋ ନା ଯାଏ।’ ଏହି ଇସାରାରେ ମୁସ୍କାନଙ୍କ ପ୍ରେମରେ ପଡ଼ିଯାଇଥିଲେ ଫାରୁକ।

ହେଲେ ସିନେମା ପରି ଆମ ବାସ୍ତବ ଜୀବନରେ ବି ପ୍ରେମ ପାଇଁ ବାଧକ ସାଜେ ସାମାଜିକ ବାଛବିଚାର ଓ ତାରତମ୍ୟତା। ଯାହା ଫାରୁକ ଓ ମୁସ୍କାନ୍‌ ପ୍ରେମରେ ବି ବାଧା ସୃଷ୍ଟି କରିଥିଲା। ଫାରୁକ ୫୫ ବର୍ଷ ଓ ମୁସ୍କାନ ୧୮ ବର୍ଷର। ଏକଥାକୁ ସ୍ୱାକାର କରିପାରିଲେନି ପରିବାର ବର୍ଗ। ଫିଲ୍ମର କାହାଣୀ ପରି ଏହି ଦୁଇ ପ୍ରେମୀଙ୍କ ବାସ୍ତବ ଜୀବନରେ ବି ସାମ୍ନା କରିବାକୁ ପଡ଼ିଲା ବିରୋଧ, ବିଦ୍ରୋହ ଓ ହିଂସା। ଶେଷରେ ସମାଜର ସବୁ ବାଧିବିଘ୍ନକୁ ପାର କରି ଏକାଠି ହେଲେ ଫାରୁକ ଓ ମୁସ୍କାନ। ୫୫ ବର୍ଷୀୟ ଫାରୁକ ପୂର୍ବରୁ ଅବିବାହିତ ଥିଲେ। ବିଳମ୍ବର ହେଉ ପଛେ ତାଙ୍କୁ ତାଙ୍କ ଜୀବନ ସାଥି ମିଳିଲା ଏକଥା ଭାବି ସେ ଖୁବ ଆନନ୍ଦିତ। ଦୁହିଁଙ୍କ ଭିତରେ ପ୍ରେମ ଏମିତି ଯେ ପରସ୍ପର ପାଇଁ ଜୀବନ ବି ଦେଇପାରନ୍ତି।

ଆରେ ଆରେ ଆପଣ ଭାବନାରେ ହଜିଗଲେ ବୋଧେ। ଫାରୁକ ଓ ମୁସ୍କାନ ଖବର ସରିଲାଣି। ସେମାନେ ଏବେ ବହୁତ ଖୁସୀ। ଆପଣ ଏବେ ଅନ୍ୟ ଖବର ପଢ଼ି ଅପ୍‌ଡେଟ୍‌ ରୁହନ୍ତୁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.