୧୮ ବର୍ଷର ଯୁବତୀ ଭୋଟ ଦେଇ ପ୍ରଧାନମନ୍ତ୍ରୀ ଚୟନ କରିପାରିବ, ଲିଭ-ଇନରେ ରହିପାରିବ, ବାହା ହେଇପାରିବନି କାହିଁକି ? ସଂସଦରେ ପଚାରିଲେ ଓୱେସୀ

Published By : Prameya-News7 Bureau | December 21, 2021 IST

ନୂଆଦିଲ୍ଲୀ ୨୧।୧୨: ଯୁବତୀଙ୍କ ବିବାହ ବୟସ ୧୮ରୁ ୨୧ କରିବା ଲାଗି ମଙ୍ଗଳବାର ସଂସଦରେ ବିଧେୟକ ଆଗତ ହୋଇଛି। ଏହାକୁ ନେଇ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କେବଳ ଓୱେସୀ ନୁହନ୍ତି ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ଗୃହରେ ବିଧେୟକକୁ ବିରୋଧ କରିଥିଲେ। ଏହା ପରେ ବିଧେୟକକୁ ଅଧିକ ବିଚାରବିମର୍ଷ ଲାଗି ଷ୍ଟାଣ୍ଡିଂ କମିଟିଙ୍କ ନିକଟକୁ ପଠାଇ ଦିଆଯାଇଛି।

{"id":562848,"width":841,"height":555,"sizeSlug":"full","linkDestination":"none"}

ସଂସଦରେ ଆଗତ ଏହି ବିଧେୟକ ଉପରେ ଆଲୋଚନା ଆରମ୍ଭରେ ଓୱେସୀ ଏହା ଦେଶକୁ ପଛକୁ ନେଇଯିବାକୁ ପ୍ରସ୍ତାବରେ ଭରପୁର ଏକ ବିଲ୍ ବୋଲି କହିଥିଲେ। ଯାହା ସମ୍ବିଧାନର ଆର୍ଟିକଲ ୧୯ରେ ନାଗରିକକୁ ପ୍ରଦତ୍ତ ସ୍ୱାଧୀନତାର ଅଧିକାର ଉଲ୍ଲଂଘନ କରୁଛି । ୧୮ ବର୍ଷର ଯୁବତୀ ଯିଏ ଦେଶ ଲାଗି ପ୍ରଧାନମନ୍ତ୍ରୀ ନିର୍ବାଚିତ କରିପାରୁଛି, ଲିଭ-ଇନରେ ରହିପାରୁଛି ସେ ବିବାହ  କାହିଁକି  କରିପାରିବନି ବୋଲି ଓୱେସୀ  ସଂସଦରେ ପ୍ରଶ୍ନ କରିଥିଲେ । ତା ଠାରୁ ତାର ବିବାହ କରିବାର ଅଧିକାର କାହିଁକି ଛଡା ଯାଉଛି ବୋଲି ସେ ଜବାବ ମାଗିଥିଲେ।

ଏହାର ଜବାବରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଦେଶରେ ୧୯୪୦ ମସିହା ପର୍ଯ୍ୟନ୍ତ ଦେଶରେ  ଝିଅଙ୍କ ବିବାହ ବୟସ ୧୦ ବର୍ଷ ଥିଲା। ଯାହାକୁ ସ୍ୱାଧୀନୋତ୍ତର ଭାରତରେ ବଢାଇ ୧୨ ବର୍ଷ କରାଯାଇଥିବାର ଉଦାହରଣ ଦେଇଥିଲେ। ୧୯୭୮ ମସିହା ପର୍ଯ୍ୟନ୍ତ ଦେଶରେ ୧୫ ବର୍ଷର ଝିଅଙ୍କ ବିବାହ ପ୍ରଚଳିତ ଥିଲା। ତେବେ ଏହି ବିଧେୟକ ବିବାହରେ ସମାନତା ଆଣିବା ଲାଗି ଉଦ୍ଧିଷ୍ଟ ବୋଲି କହିଥିଲେ। କାରଣ ସଂସଦ ମହିଳାଙ୍କ ଅନଗ୍ରସରତା ଓ ଅପମାନ ଆଉ ସହ୍ୟ କରିପାରିବନି। ଏଣୁ ଜାତି ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଭାରତରେ ସର୍ବନିମ୍ନ ବିବାହ ବୟସ ୨୧ କରିବା ଏହି ଆଇନର ଉଦ୍ଦେଶ୍ୟ ବୋଲି ସ୍ମୃତି ଇରାନୀ କହିଥିଲେ।

{"id":562849,"width":838,"height":629,"sizeSlug":"full","linkDestination":"none"}

ତେବେ ବିଭିନ୍ନ ବିରୋଧୀ ଦଳଙ୍କ ଭିନ୍ନ ଭିନ୍ନ ଅଭିଯୋଗ କରିଥିଲେ। ପ୍ରାୟ ବିରୋଧୀ ଦଳର ସାଂସଦ ବିଧେୟକକୁ ଅଧିକ ବିଚାରବିମର୍ଷ ଲାଗି ସଂସଦ ସ୍ଥାୟୀ ସମିତିକୁ ପଠାଇବାକୁ ଦାବି କରିବାରୁ ମନ୍ତ୍ରୀ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟିକୁ ପଠା ଯାଉ ବୋଲି ପରାମର୍ଷ ଦେଇଥିଲେ। ଯାହାକୁ ସବୁ ବିରୋଧୀ ଦଳ ଗ୍ରହଣ କରିନେଇଥିବା ବେଳେ  ବିଧେୟକକୁ ଷ୍ଟାଣ୍ଡିଂ କମିଟିକୁ ପଠାଇ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.