କୋମନା ବ୍ଲକରେ ପୁଣି ଝାଡାବାନ୍ତି ଆତଙ୍କ, ୧୮ ଜଣ ଡାକ୍ତରଖାନାରେ ଭର୍ତ୍ତି, ଜଣଙ୍କର ମୃତ୍ୟୁ
21/08/2022 at 5:12 PM

ନୂଆପଡା, ୨୧/୮: କୋମନା ବ୍ଲକ ଜଟଗଡ ଗାଁରେ ପୁଣି ଝାଡାବାନ୍ତି ଆତଙ୍କ । ୧୩ ଜଣ ନୂଆପଡା ମୁଖ୍ୟ ଚିକିତ୍ସାଳୟ ଓ ୫ ଜଣ ତରବୋଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି । ମାଆ-ବାପାଙ୍କ ସେବା ପାଇଁ ଆସିଥିବା ଝିଅର ଝାଡାବାନ୍ତିରେ ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ କୋଟ୍ରିବାହାଲ ଗ୍ରାମର ଫୁଲମତି ବନ୍ଦିଛୋର । ପୂର୍ବରୁ ଜଟଗଡ ଗାଁରେ ଝାଡାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଇଥିଲା । ପୁଣି ସେହି ଗାଁକୁ ଝାଡାବାନ୍ତି ଫେରିଥିବା ବେଳେ ଗାଁକୁ କୋମନା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ ପହଞ୍ଚି ଘର ଘର ବୁଲି ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି । ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସୂଚନା ମିଳିଛି ।
Related Posts
ଜେଲ୍ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
31 January 2023
ଭଦ୍ରକରେ ପୋଲ ତଳକୁ ଓଲଟିଲା ଟ୍ରକ୍, ୩ଜଣ ଗୁରୁତର
31 January 2023
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023