ପୁରୁଷ ହକି ବିଶ୍ୱକପ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ : ଦଳରେ ୨ ଓଡ଼ିଆ ଖେଳାଳୀ

Published By : Prameya-News7 Bureau | November 08, 2018 IST

ଭୁବନେଶ୍ୱର ୮/୧୧: ପୁରୁଷ ହକି ବିଶ୍ୱକପ ୨୦୧୮ପାଇଁ ହକି ଇଣ୍ଡିଆ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ନଭେମ୍ବର ୨୮ରୁ ଭୁବନେଶ୍ବରରୁ ଆରମ୍ଭ ହେଉଛି ବିଶ୍ବକପ । ହକି ଇଣ୍ଡିଆ ଘୋଷଣା କରିଥିବା ୧୮ ଜଣିଆ ଦଳରୁ ବାଦ୍ ପଡିଛନ୍ତି ଏସଭି ସୁନୀଲ, ରୂପିନ୍ଦର ସିଂ ଏବଂ ରମଣଦୀପ ସିଂହ । ଏହି ୩ ଖେଳାଳିଙ୍କୁ କାହିଁକି ଦଳରୁ ବାଦ୍ ଦିଆଗଲା, ସେନେଇ କିଛି କୁହାଯାଇନି । ତେବେ ସୁନୀଲ ଓ ରମଣଦୀପ ଆହତ ଜନିତ ସମସ୍ୟାରୁ ସମ୍ପୁର୍ଣ୍ଣ ମୁକୁଳି ନଥିବା ଏବଂ ଖରାପ ଫର୍ମ ପାଇଁ ରୂପିନ୍ଦର ଦଳରୁ ବାଦ୍ ପଡିଥିବା କୁହାଯାଉଛି । ସେପଟେ ଓଡିଶାବାସୀଙ୍କୁ ଖୁସି କରିବା ଖବର ଆସିଛି । ଭେଟେରାନ ବୀରେନ୍ଦ୍ର ଲାକ୍ରା  ୧୮ ଜଣିଆ ଦଳରେ ସ୍ଥାନ ପାଇଛନ୍ତି. ଅମିତ ରୋହିଦାସ ରାଜ୍ୟର ଦ୍ବିତୀୟ ଖେଳାଳି ଭାବେ ବିଶ୍ବକପ ପାଇଁ ଘୋଷିତ ଦଳରେ ସ୍ଥାନ ପାଇଛନ୍ତି । ମିଡ୍ ଫିଲ୍ଡର ମନପ୍ରୀତ ସିଂ ଭାରତୀୟ ଦଳର ନେତୃତ୍ବ ନେବେ । ଉଦଘାଟନୀ ମ୍ୟାଚରେ ଭାରତ ତାର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳିବ । ଡିସେମ୍ବର ୧୬ରେ ଫାଇନାଲ ମ୍ୟାଚ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.