ମଝି ସମୁଦ୍ରରେ ବୁଡିଲା ଟ୍ରଲର: ୧୮ ମତ୍ସ୍ୟଜୀବୀ ନିଖୋଜ, ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରୀ
19/08/2022 at 10:36 PM

କୋଲକାତା: ଆଜି ସକାଳେ ବଙ୍ଗୋପସାଗରରେ ଏକ ଟ୍ରଲର ବୁଡ଼ିଯିବାରୁ ୧୮ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଦକ୍ଷିଣ ୨୪ ପ୍ରଗଣା କାକଦ୍ୱୀପ ଅଞ୍ଚଳରେ ଏଭଳି ଦୁର୍ଘଟଣା ଘଟିଛି। ଟ୍ରଲର ବୁଡ଼ିବା ଖବର ମିଳିବା ପରେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ତଟରକ୍ଷୀ ବାହିନୀଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସ୍ଥାନୀୟ ମାଛଧରାଳିମାନେ ମଧ୍ୟକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଟ୍ରଲର ୧୮ ଜଣ ମତ୍ସଜୀବୀ ଥିଲେ। ମାଛ ମାରିବାକୁ ସେମାନେ ବାହାରିଥିବା ବେଳେ ଦୁର୍ଘଟଣା ବସତଃ ଟ୍ରଲରଟି ସମୁଦ୍ରରେ ବୁଡ଼ିଯାଇଥିଲା। ଏଥିରେ ୧୮ ଜଣ ନିଖୋଜ ହୋଇଯାଇଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇ ନାହିଁ। ନିଖୋଜ ସମସ୍ତ ମତ୍ସ୍ୟୀଜୀବୀଙ୍କ ଘର ସୁନ୍ଦରବନରେ ବୋଲି ଜଣାପଡ଼ିଛି।
ଏହି ମାଛଧରାଳିମାନେ ବ୍ୟବସାୟୀ ପାଇଁ ମାଛ ଧରିବାକୁ ଏମ୍ଭି ସତ୍ୟାନାରାୟଣନ ନାମକ ଏକ ଟ୍ରଲରେ ବଙ୍ଗୋପସାଗରରେ ପ୍ରବେଶ କରିଥିଲେ। କେଣ୍ଡୋ ଦ୍ୱୀପ ନିକଟରେ ଟ୍ରଲରଟି ହଠାତ୍ ସମୁଦ୍ର ଭିତରେ ଥିବା କୌଣସି ବସ୍ତୁ ଶହ ଧକ୍କା ହେବାରୁ ମଝି ସମୁଦ୍ରରେ ବୁଡ଼ିଯାଇଥିଲା।