ଫ୍ଲୋରିଡାରେ ନଜର ଆସିଲା ୯୮ କିଲୋର ବିଶାଳକାୟ ଅଜଗର, ଯାହାର ଲମ୍ୱା ୧୮ ଫୁଟ୍
23/06/2022 at 2:40 PM

ନୂଆଦିଲ୍ଲୀ ୨୩/୦୬: ଆମେରିକାର ଫ୍ଲୋରିଡାରେ ଚିହ୍ନଟ ହୋଇଛି ୯୮କିଲୋର (୨୧୫ପାଉଣ୍ଡ) ଓଜନ ବିଶିଷ୍ଟ ଏକ ମହିଳା ପାଇଥନ୍ । ସରକାରୀ ସ୍ତରରେ ଏନେଇ ସୂଚନା ଦିଆଯାଇଛି । ପ୍ରାୟ ୧୮ ଫୁଟର ଲମ୍ୱା ଏହି ସାପ ୧୨୨ଟି ଅଣ୍ଡା ଦେଇଥିଲା । ଦକ୍ଷିଣ ପଶ୍ଚିମ ଫ୍ଲୋରିଡାର ସଂସ୍ଥା ପ୍ରେସ ବିବୃତ୍ତିରେ ଏହା ସ୍ପଷ୍ଟ କରିଛି ।
ରାଜ୍ୟରେ ଧରାଯାଇଥିବା ସାପଙ୍କ ମଧ୍ୟରେ ଏହା ସବୁଠୁ ବଡ ବିଶାଳକାୟ । ରାଜ୍ୟର ପାଇଥନ୍ ଅପସାରଣ କାର୍ଯ୍ୟକ୍ରମ ସମୟରେ ଜୀବବିଜ୍ଞାନୀଙ୍କ ଏକ ଦଳ ଏହାର ଆବିଷ୍କାର କରିଛନ୍ତି । ଏହି ଅଜଗର ସାପକୁ ଖୋଜିବାକୁ ଟିମ୍ ସ୍କାଉଟ ସାପର ବ୍ୟବହାର କରିଥିଲେ । ଯେଉଁଥିରେ ରେଡିଓ ଟ୍ରାନ୍ସମିଟର ଲଗାଯାଇଥିଲା । ଏହି ସ୍କାଉଟ୍ ସାପର ନାମ ଥିଲା Dionysus ବା Dion ।
ପଶ୍ଚିମ ଏଭରଗ୍ଲେଡ୍ସର ଏକ ଅଞ୍ଚଳରୁ ଏହି ପାଇଥନର ଉଦ୍ଭାବନ ହୋଇଥିଲା । ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ବନ୍ୟଜନ୍ତୁ ଜୀବବିଜ୍ଞାନୀ ତଥା ପରିବେଶ ବିଜ୍ଞାନ ପ୍ରୋଜେକ୍ଟ ମ୍ୟାନେଜର ଇଆନ୍ ବାର୍ଟୋସେକ କହିଛନ୍ତି ଯେ “ସ୍କାଉଟ୍” ସାପମାନେ ପାଇଥନ୍ ଗତିବିଧି, ବାସସ୍ଥାନ ବ୍ୟବହାର ଏବଂ ପ୍ରଜନନ ଆଚରଣ ଅଧ୍ୟୟନ କରିବାରେ ବିଶେଷଜ୍ଞମାନଙ୍କୁ ସାହାଯ୍ୟ କରନ୍ତି ।
ଦରକାର ପଡିଲେ ଚୁମ୍ବକ ବ୍ୟବହାର କରିପାରିବେ । ସମାନ ଢଙ୍ଗରେ ପୁରୁଷ ସ୍କାଉଟ୍ ସାପମାନେ ଆଖପାଖର ସବୁଠୁ ବଡ ମାଈ ସାପଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ବୋଲି ବାର୍ଟୋସେକ କହିଛନ୍ତି । ମହିଳା ପାଇଥନ୍ ଧରିବାରେ ଜୈବ ବିଜ୍ଞାନୀ ଇଆନ୍ ଇଷ୍ଟର୍ଲିଂ ଏବଂ ଇଣ୍ଟରନେଟ୍ କାଇଲ୍ ଫିଣ୍ଡଲେ ମଧ୍ୟ ସହଯୋଗ କରିଥିଲେ ।
ଜଙ୍ଗଲରୁ ଏହାକୁ ଫିଲ୍ଡ ଟ୍ରକକୁ ନିଆଯାଇଥିଲା । ଆକ୍ରମଣକାରୀ ପାଇଥନଗୁଡିକ ଶୀଘ୍ର ପ୍ରଜନନ ଏବଂ ଆଖପାଖର ଦେଶୀ ବନ୍ୟଜନ୍ତୁର ଅବନତି ପାଇଁ ବେଶ୍ ଜଣାଶୁଣା । ମାଈ ପାଇଥନ୍ ଅପସାରଣ ପ୍ରଜନନ ଚକ୍ରକୁ ବାଧା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ବାର୍ଟୋସେକ କହିଛନ୍ତି ।