Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ପାନ୍-ଆଧାର ଲିଙ୍କ୍ ନକଲେ ହେବ ବଡ କ୍ଷତି, ମାର୍ଚ୍ଚ ୩୧ ପରେ ଆକାମୀ ହୋଇଯିବ ୧୮ କୋଟି କାର୍ଡ !

20/08/2020 at 3:52 PM

ନୂଆଦିଲ୍ଲୀ ୨୦।୮: କେନ୍ଦ୍ର ସରକାର ବାରମ୍ବାର ଆଧାର ସହ ପାନ୍ କାର୍ଡ ଲିଙ୍କ୍ କରାଇବାର ସମୟସୀମା ବୃଦ୍ଧି କରିବାରେ ଲାଗିଛନ୍ତି । ବର୍ତ୍ତମାନ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ମୁଡ୍ ରେ ଅଛି । ୩୧ ମାର୍ଚ୍ଚ ମଧ୍ୟରେ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ୍ ନକଲେ ପ୍ରାୟ ୧୮ କୋଟି ପାନ୍ କାର୍ଡ ଅକାମୀ କରି ଦିଆଯାଇପାରେ ।

ଦୁଇ ଜଣ ବିଭାଗୀୟ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ, ବର୍ତ୍ତମାନ ଆୟକର ବିଭାଗ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହ ଜଡିତ ରହିଛି । ଏଥିପାଇଁ କେତେକ ପାନ୍ କାର୍ଡର ବ୍ୟବହାର କରି ଅଦିକ ମୂଲ୍ୟର ଲେଣଦେଣ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରସ୍ତୁତ ।

ସେ କହିଛନ୍ତି ଯେ, ସରକାର ସେହି ଲୋକମାନଙ୍କର ଖର୍ଚ୍ଚର ପାଟର୍ନକୁ ଟ୍ରାକ୍ କରିବା ପାଇଁ ଅଧିକ ମବଲ୍ୟର ନେଣଦେଣ ସୂଚୀର ବିସ୍ତାର କରିପାରେ । ଯେଉଁମାନେ ବିଳାସବେଶନରେ ଅଧିକ ଖର୍ଚ୍ଚ କରିଥାନ୍ତି ମାତ୍ର ସେମାନଙ୍କର ଆୟ କମ୍ ଦେଖାଇ ଟାକ୍ସ ଦେବାରୁ ବଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି ।

ଆଇଟି ଆଇନ ଆର୍ଥିକ ନେଣଦେଣର ତଥ୍ୟ ପ୍ରଦାନ କରିଥାଏ । ଯିଏ ପ୍ରଥମେ କରଦାତାଙ୍କ ଦ୍ବାରା କରାଯାଇଥିବା ଅଧିକ ମୂଲ୍ୟର ନେଣଦେଣକୁ ଟ୍ରାକ୍ କରିବା ପାଇଁ ଏକ ବାର୍ଷିକ ସୂଚନା ରିଟର୍ଣ୍ଣ ରୂପେ ଧରାଯାଏ । ବିଭାଗ ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ, ମ୍ୟୁଚୁଆଲ ଫଣ୍ଡ, କ୍ରେଡିଟ୍ କାର୍ଡ କମ୍ପାନୀ ଏବଂ ଅନ୍ୟ ସଂସ୍ଥା ମାଧ୍ୟମରେ ଏହିପରି ବ୍ୟୟର ବିବରଣୀ ପ୍ରଦାନ କରିଥାଏ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ଅଗଷ୍ଟରେ କରଦାତାଙ୍କ ଅଧିକାର ଏବଂ କର୍ତ୍ତବ୍ୟ ସମ୍ବନ୍ଧରେ ଭାରତର ପ୍ରଥମ ଚାର୍ଟରର ଉନ୍ମୋଚନ କରିଥିଲେ । ଜନସାଧାରଣଙ୍କୁ ଅପିଲ୍ କରିଥିଲେ ଯେ, ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ୧.୫ କୋଟି ଲୋକ ଆୟକର ଦିଅନ୍ତି ।

ଅଧିକାରୀଙ୍କ ଅନୁସାରେ ପାନ୍-ଆଧାର ଲିଙ୍କ୍ କରିବା ଦ୍ବାରା ଏକ ରୁ ଅଧିକ ପାନ୍ ରଖିବା ସମ୍ଭାବନା ଶେଷ ହୋଇଯିବ । ଏହା ଟାକ୍ସ ଫାଙ୍କୁଥିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ଆଧାର ଏଭଳି ପ୍ରସ୍ତୁତ କରାଯାଇଛି ଯାହାର ଡୁପ୍ଲିକେଟ୍ କାର୍ଡ ଜାରି ହୋଇପାରିବନାହିଁ ।

   Related Posts