oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଦୁଇ ମାଲବାହୀ ଟ୍ରେନ ମଧ୍ୟରେ ଭୀଷଣ ଧକ୍କା, ୧୮ ଡବା ଲାଇନଚ୍ୟୁତ୍, ଅଟକି ରହିଲା ଅନେକ ଯାତ୍ରୀବାହୀ ଟ୍ରେନ

28/03/2022 at 8:39 PM

ରାୟପୁର ୨୮।୦୩: ଛତିଶଗଡର ରାୟଗଢ ଜିଲ୍ଲାର ଜାମଗାଓଁ ରେଲଓ୍ଵେ ଷ୍ଟେସନରେ ବଡ ଦୁର୍ଘଟଣା ଘଟିଛି। ରେଲଓ୍ଵେ ଟ୍ରାକରେ ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ଭୀଷଣ ଧକ୍କା ହୋଇଛି। ଏଥିରେ ୧୮ ଡବା ଲାଇନଚ୍ୟୁତ୍ ହୋଇଛି। ଦୁର୍ଘଟଣାରେ ମୁମ୍ବାଇ-ହାଓ୍ଵଡା ରୁଟ୍ ପ୍ରଭାବିତ ହୋଇଛି। ଘଟଣାର ସୂଚନା ମିଳିବା ମାତ୍ରେ ରେଲଓ୍ଵେ ଅଫିସର ବିଳାସପୁରରୁ ଘଟଣାସ୍ଥଳ ଅଭିମୁଖେ ଯାଇଛନ୍ତି।

ଏହି ଦୁର୍ଘଟଣା ରାୟଗଢ ଜିଲ୍ଲାର ଜାମଗାଓଁ ଷ୍ଟେସନ ନିକଟରେ ଘଟିଛି। ଅନେକ ଡବା ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଅନେକ ଯାତ୍ରୀବାହୀ ଟ୍ରେନର ଯାତାୟାତ ବାଧାପ୍ରାପ୍ତ ହୋଇଛି। ଦୁର୍ଗଟଣାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ରେଲଓ୍ଵେ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଏହି ରୁଟ୍‌ରେ ସମସ୍ତ ଟ୍ରେନ ଚଳାଚଳ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ସବୁଠୁ ବଡ କଥା ଦୁର୍ଘଟଣାରେ କୌଣସି ମୃତାହତ ଘଟିନାହିଁ। ମାତ୍ର ବ୍ୟାପକ ପରିମାଣରେ ସାମଗ୍ରୀର କ୍ଷତି ଘଟିଥିବା ଆଶଙ୍କା କରାଯାଉଛି। କିଛି ସମୟ ପରେ ରେଲଓ୍ଵେ ପ୍ରଶାସନ ପକ୍ଷରୁ ବାତିଲ୍ ଟ୍ରେନ ଏବଂ ଅଟକି ରହିଥିବା ଟ୍ରେନ ବିଷୟରେ ସୂଚନା ଦିଆଯିବ।

   Related Posts