ଗୁରୁବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | March 16, 2022 IST

ମେଷ–ବନ୍ଧୁଙ୍କସହ ଅର୍ଥ ସମ୍ପର୍କିତ ବାଦାନୁବାଦ ହେତୁ ମନ ବିରକ୍ତିକର ଲାଗିବ ।କର୍ମକ୍ଷେତ୍ରରେ ବହୁତ ଦିନରୁ ଅଟକି ରହିଯାଇଥିବା ସବୁକାମ ସୁବିଧାରେ ହୋଇଯିବ । ପରିସ୍ଥିତି ପ୍ରତି ଦୃଷ୍ଟି ରହିଯାଇଥିବା ସବୁକାମ ସୁବିଧାରେ ହୋଇଯିବ ।ଶୁଭରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ବାହାରେ ବ୍ୟବସାୟ କରିବା କଷ୍ଟ ହେବ ।
କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
ଛାତ୍ରଛାତ୍ରୀ- ମନରେ ଗର୍ବଭାବ ଆସିବ ।
ରୋଗୀ-ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଚାଷୀ- କ୍ଳାନ୍ତି ଅନୁଭବ କରିବେ ।

ବୃଷ–କୌଣସି କାମରେ ଅସଫଳତା ହେତୁ ନିଜ ଲୋକଙ୍କ ଉପରେ ଲଘୁକ୍ରୋଧ ସୃଷ୍ଟି ହୋଇପାରେ । ପରିବାରରେ ସମ୍ପତ୍ତିକୁ କେନ୍ଦ୍ର କରି ଟଣା ଓଟରା ଦେଖା ଦେଇପାରେ । ପୁରୁଣା ଗୃହ, ଜମିଜମା, ଗାଡିମୋଟର କ୍ରୟ ବିକ୍ରୟରୁ ଭଲ ଲାଭ ପାଇବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୨ ।
ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
କର୍ମଜୀବି-ଅର୍ଥ ମିଳିବ ।
ବ୍ୟବସାୟୀ-ସଫଳତା ହାତଛଡା ହୋଇଯିବ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ମିଥୁନ -ସାଧାରଣ ଘଟଣାରେ ଝଗଡା ଲାଗି ମାନସିକ ସ୍ଥିତି ବିଗିଡି ଯାଇପାରେ । ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିପାରନ୍ତି ।ବହୁବିଳମ୍ବରେ ହେଲେ ମଧ୍ୟ କାମ ଗୁଡିକ ଠିକ୍‌ଭାବରେ ସମ୍ପନ୍ନ ହେବ ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୧ ।
ଚାଷୀ- କ୍ଳାନ୍ତି ଅନୁଭବ କରିବେ ।
ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍ ।
ଛାତ୍ରଛାତ୍ରୀ-ଅନ୍‌ଲାଇନ୍‌ ବିଦ୍ୟା ଆରୋହଣ କରିବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ସଫଳତା ହାତଛଡା ହୋଇଯିବ ।
ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେ ରହିବେ ।

କର୍କଟ– ଆଜି ଦିନଟିରେ ଯାହା କିରବେ ସଫଳତା ନିଶ୍ଚିତ ପାଇବେ । ଦୂରଯାତ୍ରା ଓ ବନ୍ଧୁମିଳନରୁସାମୟିକ ଆନନ୍ଦ ଅନୁଭବ କରିବେ । ଦୀର୍ଘ ଦିନର ଆଶା ଫଳବତୀ ହେବ କିନ୍ତୁ ଏଥି ସକାଶେ ଆପଣଙ୍କୁ କିଛି ଖର୍ଚ୍ଚାନ୍ତ ହେବାକୁ ପଡିପାରେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୮ ।
ଗୃହିଣୀ-ସୁଖ ଅନୁଭବ କରିବେ ।
ବ୍ୟବସାୟୀ- ବାହାରେ ବ୍ୟବସାୟ କରିବା କଷ୍ଟ ହେବ ।
କର୍ମଜୀବି- ନୂଆଜବ୍‌ ମିଳିବା କଷ୍ଟ ।
ଛାତ୍ରଛାତ୍ରୀ- ବିଚକ୍ଷଣ ବୁଦ୍ଧିହେବ ।
ରୋଗୀ- ଆୟୁରବେଦୀ ଚିକିତ୍ସାଲାଭ ଦେବ ।
ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ ।

ସିଂହ –ସୁଚିନ୍ତିତ ଯୋଜନାକୁ ବାସ୍ତବ ରୂପ ଦେବା ଦିଗରେ ଚେଷ୍ଟାକରି ସଫଳ ହେବେ । ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମ ଅଟକିବ ନାହିଁ ।ବନ୍ଧୁଗହଣରେ ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।ଶୁଭରଙ୍ଗ କଫି ।ଶୁଭ ଅଙ୍କ ୩ ।
ଚାଷୀ-ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ କରିବେ ।
ରୋଗୀ-ଆଜିକିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

କନ୍ୟା – ନିଜର ବନ୍ଧୁମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇପାରନ୍ତି । କଳା,ସଙ୍ଗୀତ,କ୍ରୀଡା,ଚଳଚ୍ଚିତ୍ର ଓ ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ ।କର୍ମକ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି ।ଶୁଭରଙ୍ଗ ବାଦାମୀ ।ଶୁଭ ଅଙ୍କ ୫ ।
ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେ ରହିବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- କୀର୍ତ୍ତି ସ୍ତମ୍ବ ସ୍ଥାପନ କରିବେ ।
ରୋଗୀ- ଚିକିତ୍ସା ପାଇଁବିଦେଶ ଯାଇପାରନ୍ତି ।
ଚାଷୀ- ଅଧିକା ପାଣି ଜମିରେ ରହିଲେ, ଫସଲ ନଷ୍ଟ କରିପାରେ ।

ତୁଳା- ସ୍ୱାସ୍ଥ୍ୟସମସ୍ୟା ନିୟନ୍ତ୍ରଣାଧୀନ ରହିବା ହେତୁ ସାମୟିକ ଖୁସି ଅନୁଭବ କରିବେ । ଚେଷ୍ଟା କରୁଥିବା ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା ମିଳିବ ।ଭୁଲ୍‌ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାକୁ ପଡିପାରେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୧ ।
ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ମଧୁର ଭାଷୀ ହେବେ ।
କର୍ମଜୀବି- ନୂଆ ଜବ୍‌ ମିଳିବା କଷ୍ଟ ।
ଛାତ୍ରଛାତ୍ରୀ- ଅଳସୁଆ ପ୍ରବୃତ୍ତି ହେବେ ।
ରୋଗୀ- ଦିନବେଳା ବାହାରକୁ ଯାଆନ୍ତୁ ନାହିଁ ।
ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ ।

ବିଛା–ସ୍ୱାସ୍ଥ୍ୟହାନି କାରଣରୁ କୌଣସିକାମକୁ ଦୃଢତାର ସହ କରିବାକୁ ପଶ୍ଚାତ୍ପଦ ହୋଇପାରନ୍ତି । ପୂର୍ବର କୌଣସି ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ । ଗସ୍ତ ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି ।ଶୁଭରଙ୍ଗ ସବୁଜ ।ଶୁଭ ଅଙ୍କ ୮ ।
ଗୃହିଣୀ-ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
କର୍ମଜୀବି- କରତ୍‌କର୍ମା ହେବେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ମହତ ହେବ ।
ରୋଗୀ-ସତର୍କତାର ଦିନ ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ଧନୁ –ସ୍ୱାସ୍ଥ୍ୟ ସମସ୍ୟା ଲାଗିରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ । ପାରିବାରିକ ସମସ୍ୟାର ସମାଧାନ ହେବାରେ ସ୍ଥାନୀୟ ଲୋକେ ସହ-ଯୋଗ କରିବେ । ବନ୍ଧୁଗହଣରେ ଅପମାନଜନକ ସ୍ଥିତିରୁ ସହସାରକ୍ଷା ପାଇବାରେ ଅସୁବିଧା ହେବ ନାହିଁ ।ଶୁଭରଙ୍ଗ ଗୋଲାପୀ ।ଶୁଭ ଅଙ୍କ ୪ ।
ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ-ଧାର୍ମିକ ହେବେ ।

ମକର– ଆକସ୍ମିକ ବିଭିନ୍ନ ପ୍ରକାରର ମିଥ୍ୟା ଅଭିଯୋଗ ଆପଣଙ୍କ ଉପରକୁ ଆସିପାରେ । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି । ଆଜିର ଅଧିକାଂଶ ସମୟ ବନ୍ଧୁଙ୍କ ଗହଣରେ ଆଳାପ ଆଲୋଚନାରେ କଟାଇବେ ।ଶୁଭରଙ୍ଗ ନାଲି ।ଶୁଭ ଅଙ୍କ ୧ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ଦେଶୀଜିନିଷ ଅଧିକାବ୍ରିକ୍ରୀହେବ ।
କର୍ମଜୀବି-କାର୍ଯ୍ୟରେ ଅବହେଳାକରିବେ ନାହିଁ ।
ଛାତ୍ରଛାତ୍ରୀ- ଅଳସୁଆ ପ୍ରବୃତ୍ତିହେବେ ।
ରୋଗୀ-ବ୍ୟାୟାମ୍‌କରିବାଉଚିତ୍ ।
ଚାଷୀ- ଅଧିକା ପାଣିରୁ , ହିନସ୍ତାହୋଇପାରନ୍ତି ।

କୁମ୍ଭ -ପ୍ରତ୍ୟେକକାମରେକିଛି ଅଭାବ ଅସୁବିଧା ରହି ଯାଉଥିବାର ଅନୁଭବକରିବେ ।କର୍ମକ୍ଷେତ୍ରରେ ଦୀର୍ଘଦିନରୁଚିନ୍ତାକରିଥିବାକାମଟିହଠାତ୍‌ହୋଇଯିବ । ନୀଚମନୋଭାବରବ୍ୟକ୍ତି ଦ୍ୱାରା ପ୍ରଭାବିତହୋଇ ଅସମ୍ମାନିତ ହୋଇପାରନ୍ତି ।ଶୁଭରଙ୍ଗକ୍ରୀମ ।ଶୁଭଅଙ୍କ ୭ ।
ଚାଷୀ-ଜମିରଉର୍ବରତା ପାଇଁଜୈବିକସାରରବ୍ୟବହାରକରନ୍ତୁ ।
ରୋଗୀ-ଅସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ-ବିଜ୍ଞହେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ନୂଆବ୍ୟବସାୟକ୍ଷତିହେବ ।
ଗୃହିଣୀ-ଧାର୍ମିକହେବେ ।

ମୀନ - ବନ୍ଧୁଙ୍କ ପରାମର୍ଶ ଅନୁସାରେ ସମସ୍ୟା ସମାଧାନ ଦିଗରେ ଚେଷ୍ଟା କରିପାରନ୍ତି । ନିଜ ଲୋକଙ୍କ ଈର୍ଷାପରାୟଣତା କାରଣରୁ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ ।ଖଳ ଲୋକଙ୍କ ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୨ ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ଅର୍ଥ ହାନୀହେବ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.