ଇଣ୍ଡୋନେସିଆ ଫୁଟ୍‌ବଲ୍ ମ୍ୟାଚ୍‌ ଦଙ୍ଗା ଘଟଣାରେ ମୃତ୍ୟୁ ସଂଖ୍ୟା ୧୭୪କୁ ବୃଦ୍ଧି

Published By : Prameya-News7 Bureau | October 02, 2022 IST

ଜକାର୍ତ୍ତା: ଇଣ୍ଡୋନେସିଆ ଫୁଟ୍‌ବଲ୍ ମ୍ୟାଚ୍‌ ଦଙ୍ଗା ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇଛି। ସକାଳେ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଏ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି। ଏଥିରେ ୧୮୦ ଜଣ ଆହତ ମଧ୍ୟ ହୋଇଛନ୍ତି।

ସୂଚନା ଅନୁସାରେ, ଜାପାନୀ କ୍ଲବ୍ସ ଆରେମା ଓ ପରସେବାୟା ସୁରାବାୟା ମଧ୍ୟରେ ମ୍ୟାଚ୍ ଖେଳାଯାଉଥିବା ବେଳେ ଜାପାନ ପରାସ୍ତ ହେବାରୁ ନିରାଶ ହୋଇ ହଜାର ହଜାର ଫ୍ୟାନ୍ ପଡ଼ିଆ ଭିତରେ ପଶି ପଡ଼ିଆକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲେ। ଦୁଇ ପକ୍ଷର ସମର୍ଥକଙ୍କ ମଧ୍ୟରେ ଦଙ୍ଗା ଆରମ୍ଭ ହୋଇଯାଇଥିଲା। ଏଥିରେ ପୁଲିସ ହସ୍ତକ୍ଷେପ କରି ଲୁହାବୁହା ଗ୍ୟାସ୍ ସହ ଲାଠି ଚାର୍ଜ କରିଥିଲେ। ଏଥିରେ ଦଳଚକଟା ହୋଇ ୧୭୪ ଜଣଙ୍କର ମୃତ୍ୟୁ ହୋଇଛି।  

ଶନିବାର ରାତିରେ ପୂର୍ବରେ ଥିବା ମଲାଙ୍ଗମ ଅଞ୍ଚଳରେ ଖେଳ ଚାଲିଥିବା ବେଳେ ଗୋଟିଏ ଟିମ୍‌  ପରାସ୍ତ ହେବା ପରେ ଫ୍ୟାନ୍‌ମାନଙ୍କ ମଧ୍ୟରେ ଏହି ଦଙ୍ଗା ଆରମ୍ଭ ହୋଇଥିଲା। ଏହି ଘଟଣା ସାରା ବିଶ୍ୱକୁ ଚକ୍କିତ କରିଛି। ବିଶ୍ୱ କ୍ରୀଡ଼ା ଜଗତରେ ଏହା ସବୁଠାରୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.