Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ସୋମବାର ୧୭୦ରୁ ଅଧିକ ଟ୍ରେନ୍ ବାତିଲ, ପ୍ରଭାବିତ ହେବେ ଯାତ୍ରୀ

14/11/2022 at 12:57 PM

ନୂଆଦିଲ୍ଲୀ: ସୋମବାର ୧୭୦ରୁ ଅଧିକ ଟ୍ରେନ୍ ବାତିଲ ହୋଇଛି । ଫଳରେ ପ୍ରଭାବିତ ହୋଇଛନ୍ତି ଶହ ଶହ ଯାତ୍ରୀ । କେଉଁ କାରଣରୁ ଟ୍ରେନ୍ ରଦ୍ଦ ହୋଇଛି ଏନେଇ ରେଳ ବିଭାଗ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ତେବେ ଖରାପ ପାଗ, ଯାନ୍ତ୍ରିକ ତ୍ରୁଟି ଓ ଟ୍ରାକ୍ ମରାମତି ପାଇଁ ଶତାଧିକ ଟ୍ରେନ୍ ବାତିଲ ହୋଇଥିବା କୁହାଯାଉଛି । କିଛି ଟ୍ରେନ୍ ରଦ୍ଦ ହୋଇଥିବାବେଳେ କିଛି ଟ୍ରେନ୍‌ର ଦିଗ ପରିବର୍ତ୍ତନ କରିଛି ବିଭାଗ ।

ଟ୍ରେନ୍ ବାତିଲ ନେଇ ରେଳ ବିଭାଗ ସୂଚନା ଦେଇଛି । ସୋମବାର ଦେଶର ପୂର୍ବ-ପଶ୍ଚିମ ଓ ଉତ୍ତର-ଦକ୍ଷିଣ ପ୍ରାନ୍ତକୁ ଚଳାଚଳ କରୁଥିବା  ଅଧିକାଂଶ ଟ୍ରେନ୍ ବାତିଲ ହୋଇଛି । ଏହା ସହିତ ଅନେକ ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଛି । ଏଥିରେ ପାସେଞ୍ଜର, ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ରହିଛି । ମୋଟ୍ ୧୭୧ଟି ବାତିଲ ଟ୍ରେନ୍ ମଧ୍ୟରୁ ୧୪୭ଟି ସମ୍ପୂର୍ଣ୍ଣ ରଦ୍ଦ ହୋଇଛି । ସେହିପରି ୨୪ଟି ଟ୍ରେନ୍‌କୁ ଆଶିଂକ ବାତିଲ କରାଯାଇଛି ।  ଏହି ଟ୍ରେନ୍ ସବୁ ଦିଲ୍ଲୀ, ପଞ୍ଜାବ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା ଓ ମହାରାଷ୍ଟ୍ରରେ ରହିଛି । ଏହାଛଡ଼ା ୧୮ଟି ଟ୍ରେନ୍‌ର ରିସିଡ୍ୟୁଲ କରାଯାଇଥିବାବେଳେ ୨୫ଟି ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଛି  । ତେବେ କେଉଁ କାରଣକୁ ଟ୍ରେନ ବାତିଲ ହୋଇଛି, ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ବିଭାଗ । ଟ୍ରେନ୍ ବାତିଲ ଯୋଗୁ ହନ୍ତସନ୍ତ ହୋଇଛନ୍ତି ଯାତ୍ରୀ ।

ଯାତ୍ରା କରିବା ପୂର୍ବରୁ ଯାତ୍ରୀଙ୍କୁ ଟ୍ରେନ୍ ସ୍କିଡ୍ୟୁଲ ଚେକ୍ କରିବାକୁ ଭାରତୀୟ ରେଳବାଇ ପରାମର୍ଶ ଦେଇଛି । ଯାତ୍ରା ପରିବର୍ତ୍ତନ ଓ ଟିକେଟ୍ କ୍ୟାନସେଲ୍ ପାଇଁ  ସ୍ବତନ୍ତ୍ର ଓ୍ବେବସାଇଟ୍ ଜାରି କରାଯାଇଛି । https://enquiry.indianrail.gov.in ରେ ସ୍କିଡ୍ୟୁଲ ଚେକ୍ ଓ https://www.irctchelp.in ଓ୍ବେବସାଇଟ୍‌ରେ ଟିକେଟ୍ ବାତିଲ ପାଇଁ ଯାତ୍ରୀଙ୍କୁ କୁହାଯାଇଛି ।

   Related Posts