୧୬ ବର୍ଷୀୟ ନାବାଳିକା ବାନ୍ଧବୀଙ୍କୁ ଗର୍ଭବତୀ କରିବା ଅଭିଯୋଗରେ୧୭ ବର୍ଷର ଛାତ୍ରଙ୍କୁ ୨୦ ବର୍ଷ ଜେଲଦଣ୍ଡ
11/07/2019 at 3:29 PM

ସିୟାଲଦହ୧୧|୭: ୧୬ ବର୍ଷିୟା ନାବାଳିକା ବାନ୍ଧବୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ସ୍ଥାପନ କରିବା ସହ ଗର୍ଭବତୀ କରିବା ଅଭିଯୋଗରେ ଜଣେ ୧୭ ବର୍ଷ ବୟସ୍କ ଛାତ୍ରଙ୍କୁ ୨୦ ବର୍ଷ ଜେଲଦଣ୍ଡାଦେଶ ହୋଇଛି । କୋଲକାତା ସିୟାଲଦାସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଜିମୁତ ବହନ ବିଶ୍ବାସ ଏହି ରାୟ ଶୁଣାଇଛିନ୍ତି । ପୋକସୋ ଆକ୍ଟର ୬ ଧାରା ଅନୁସାରେ ବିଚାରପତି ଛାତ୍ରକୁ ଦୋଷୀ ସାବ୍ୟସ୍ତ କରି ରାୟ ଶୁଣାଇଥିବାବେଳେ ଦୋଷୀକୁ ୨ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି । ଦଜୋରି୍ମନା ଅନାଦେୟ ଦୋଷୀଙ୍କୁ ଆଉ ଅଧିକ ବର୍ଷେ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମନା ରାଶିର ୯୦ ପ୍ରତିଶତ ଅର୍ଥ ପିଡୀତାଙ୍କୁ କ୍ଷତିପୂରଣ ଆକାରରେ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ପିଡୀତା ସହାୟତା ପାଣ୍ଠିରୁ ପିଡୀତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ମଧ୍ୟ ଅଦାଲତ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ପିଡୀତା ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ସୂଚନାଯୋଗ୍ୟ ଯେ, ପିଡୀତା ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ୧୭ ବର୍ଷ ବୟସ୍କ ଛାତ୍ର ପରସ୍ପରର ବନ୍ଧୁ । ତେବେ ନାବାଳିକାର ବାପା ମାଆ ଘରେ ନଥିବା ସମୟରେ ଏହି ଯୁବକ ନାବାଳିକାଙ୍କ ଘରକୁ ବରାବର ଯା ଆସ କରୁଥିଲା । ୟାରି ମଧ୍ୟରେ ବିବାହର ପ୍ରଲୋଭନ ଦେଇ ନାବାଲିକାଙ୍କ ସହ ଯୁବକ ଜୋର କରି ଶାରିରୀକ ସମ୍ପର୍କ ରଖୁଥିଲା। ତେବେ ଗତ ଫ୍ରେବୃଆରୀ ମାସରେ ନାବାଳିକାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ଆର କେ କର ଘରୋଇ ହସ୍ପିଟାଲରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଚିକିତ୍ସା ହେବା ସମୟରେ ନାବାଳିକା ଗର୍ଭବତୀ ଅଛନ୍ତି ବୋଲି ଡ଼ାକ୍ତର କହିଥିଲେ। ।
ନାବାଳିକ ନିଜ ପୁରୁଷ ବନ୍ଧୁ ଦ୍ବାରା ଦୁଷ୍କର୍ମ ଶିକାର ହୋଇଥିଲେ ବୋଲି ବାପା ମାଆଙ୍କୁ ଆଗରୁ ଜଣାଇ ନଥିଲେ। ଏହି ଘଟଣା ପରେ ପୀଡ଼ିତାଙ୍କ ବାପା ମାଆ ସ୍ଥାନୀୟ ପୋଲିସ ଷ୍ଟେସନରେ ସଂପୃକ୍ତ ଯୁବକଙ୍କ ନାଁରେ ଏତଲା ଦେଇଥିଲେ। ଥାନାରେ ଏତଲା ଦେଲା ପରେ ସବୁ କଥା ସାମ୍ନାକୁ ଆସିଥିଲା। ଏହି ଘଟଣାର ସମସ୍ତ ତଥ୍ୟ ଭିତ୍ତିକ ପ୍ରମାଣ କୋର୍ଟରେ ଦାଖଲ କରିଥିଲେ ପୀଡ଼ିତାର ବାପା।