ବର୍ଷା ବିତ୍ପାତ: ୧୭ ଟ୍ରେନ୍ ବାତିଲ୍, ଟ୍ରାକ୍ରୁ ପାଣି ସଫା ପାଇଁ ଚାଲିଛି ପମ୍ପ୍
9/07/2023 at 11:16 PM

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହୋଇଛି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ରାସ୍ତାରେ ପାଣି ଜମା ହୋଇ ରହିଛି।
ଉତ୍ତର ଭାରତର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ (IMD)। ବର୍ଷା ପାଇଁ ରେଳ ନେଟୱର୍କ ମଧ୍ୟ ପ୍ରଭାବିତ ହେଉଛି। ଲଗାତାର ବର୍ଷା ଯୋଗୁ ଉତ୍ତର ରେଳ ୧୭ ଟି ଟ୍ରେନକୁ ବାତିଲ କରି ଅନ୍ୟ ୧୨ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି।

ଉତ୍ତର ରେଳବାଇ ମୁଖପାତ୍ର କହିଛନ୍ତି ଯେ ପାଣି ଜମି ରହିଥିବାରୁ ଚାରିଟି ସ୍ଥାନରେ ଟ୍ରେନ୍ ଚଳାଛଳ ସ୍ଥଗିତ ରଖାଯାଇଛି। ଏଥିରେ ନୋଗନୱାନ୍ (ଅମ୍ବାଲା) -ନ୍ୟୁ ମୋରିଣ୍ଡା, ନାଙ୍ଗଲ ଡ୍ୟାମ, ଏବଂ ଆନନ୍ଦପୁର ସାହେବ ଏବଂ କିରାଟପୁର ସାହେବ ଏବଂ ଭରତଗଡ ମଧ୍ୟରେ ଥିବା ସେକ୍ସନ୍ରେ ରେଳ ଚଳାଚଳ ବନ୍ଦ କରାଯାଇଛି। ବାତିଲ ହୋଇଥିବା ଟ୍ରେନ ଗୁଡ଼ିକ ମଧ୍ୟରୁ ଫିରୋଜପୁର କ୍ୟାଣ୍ଟ ଏକ୍ସପ୍ରେସ, ଅମୃତସର ସୁପର ଫାଷ୍ଟ ଏକ୍ସପ୍ରେସ, ଚଣ୍ଡିଗଡ଼ ଇଣ୍ଟରସିଟି ଏକ୍ସପ୍ରେସ ଏବଂ ଚଣ୍ଡିଗଡ଼ରୁ ଅମୃତସର ଜଙ୍କସନ ଏକ୍ସପ୍ରେସ ଏବଂ ଅନ୍ୟାନ୍ୟ ଟ୍ରେନ ଅନ୍ତର୍ଭୁକ୍ତ।
ପଢ଼ନ୍ତୁ-ଉତ୍ତର ଭାରତରେ ଜଳପ୍ରଳୟ: ଭୁଶୁଡ଼ିଲା ଘର, ବୁଡ଼ିଲା ମନ୍ଦିର, ଖେଳଣା ଭଳି ଭାସିଗଲା କାର୍
ସେ ଆହୁରି କହିଛନ୍ତି ଯେ ଯେଉଁ ଟ୍ରେନରେ ଗତିପଥ ପରିବର୍ତ୍ତନ କରାଯାଇଛି। ମୁମ୍ବାଇ ସେଣ୍ଟ୍ରାଲ୍-ଅମୃତସର ଏକ୍ସପ୍ରେସ, ଦୌଲତପୁର ଚୌକ୍ ଏକ୍ସପ୍ରେସ ଏବଂ ଅନ୍ୟାନ୍ୟ ଟ୍ରେନ୍ସବୁ ବାତିଲ କରାଯାଇଛି।

ଖରାପ ପାଗକୁ ଦୃଷ୍ଟିରେ ରଖି ଶିମଲା-କାଲ୍କା ଟ୍ରାକ୍ରେ ବି ଟ୍ରେନ୍ ସେବା ମଧ୍ୟ ସ୍ଥଗିତ ରଖାଯାଇଛି। ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଅଞ୍ଚଳରୁ ଚାଲୁଥିବା ଟ୍ରେନ୍ ଉପରେ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଟ୍ରାକରୁ ପାଣି ହଟାଇବା ପାଇଁ ପମ୍ପ ଚାଲୁ ରହିଛି ବୋଲି ରେଳବାଇ ପ୍ରବକ୍ତା କହିଛନ୍ତି।
ଉତ୍ତର ରେଳପଥ ସି.ଆର.ପି. ଦୀପକ କୁମାର କହିଛନ୍ତି ଯେ ଲଗାତାର ପ୍ରବଳ ବର୍ଷା ପରେ ବି ଦିଲ୍ଲୀ ଅଞ୍ଚଳରେ ଚଳାଚଳ କରୁଥିବା ଟ୍ରେନଗୁଡିକ ସୁରକ୍ଷିତ ଯାତ୍ରା ପାଇଁ ସତର୍କ ନଜର ରହିଛି । ଟ୍ରାକରୁ ପାଣି ବାହାର କରିବା ପାଇଁ ଦିଲ୍ଲୀ-ସବ୍ଜୀ ମଣ୍ଡି ଅଞ୍ଚଳରେ ଓ ଷ୍ଟେସନର ଟ୍ରେନିଂ ଅଞ୍ଚଳରେ ୮ଟି ପମ୍ପ ଚାଲୁଛି। ଫଳରେ ଦିଲ୍ଲୀ ଅଞ୍ଚଳରେ ଟ୍ରେନ୍ ସ୍ୱାଭାବିକ ରହିଛି।
ପଢ଼ନ୍ତୁ-ବର୍ଷା ଯୋଗୁ Work from home ଲାଗି ଜାରି ହେଲା ଆଡଭାଇଜରୀ, ଜାଣନ୍ତୁ କାହା ପାଇଁ?
ସେପଟେ ଦିଲ୍ଲୀରେ ବର୍ଷା ଗତ ୪୦ ବର୍ଷର ରେକର୍ଡ ଭାଙ୍ଗିଛି। ଏଥିପାଇଁ ରାସ୍ତା ଓ ଅଣ୍ଡରପାସ୍ ଜଳମଗ୍ନ ହୋଇଯାଇଛି। କେତେକ ଅଞ୍ଚଳରେ ଦୋକାନ ଏବଂ ଘର ମଧ୍ୟ ବର୍ଷା ଜଳ ପଶିଯାଇଛି। ପାଣିପାଗ ବିଭାଗ ସତର୍କ ସୂଚନାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଦିଲ୍ଲୀରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।