scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାତ୍ର କିଛି ଘଣ୍ଟାରେ ହାତକୁ ହାତ ବିକ୍ରି ହୋଇଗଲା ୧୭ ହଜାର କେଜି ଟମାଟର, ଦାମ୍ ମାତ୍ର ୯୦ ଟଙ୍କା

15/07/2023 at 9:30 PM

ନୂଆଦିଲ୍ଲୀ ୧୫।୭: ପ୍ରଥମ ମୌସୁମୀ ବର୍ଷା ଦେଶରେ ବିତ୍ପାତ ରଚିଥିବା ବେଳେ ଟମାଟରର ଆକାଶ ଛୁଆଁ ଦରକୁ ନେଇ ହାହାକାର ପଡିଯାଇଛି। ଦେଶରେ ଏବେ ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ଦରରେ ଟମାଟର ବିକ୍ରି ହେଉଛି। କେଉଁଠି କେଜି ୨୫୦ ତ ଆଉ କେଉଁଠି ୩ଶହ ଟଙ୍କା ଦରରେ ଟମାଟର ବିକ୍ରି ହେଉଛି। ଏଥିରେ ଭାରତ ସରକାର ସାଧାରଣ ଲୋକଙ୍କୁ ଶସ୍ତାଦରରେ ଟମାଟୋ ଉପଲବ୍ଧ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏଥିରେ ଟମାଟୋ କେଜି ପିଛା ଏବେ ୯୦ ଟଙ୍କା ଦରରେ ବିକ୍ରି ହେଉଛି।

ମହାରାଷ୍ଟ୍ରରେ ଟମାଟୋ ବିକି ଚାଷୀ କୋଟି ପତି, ମହିଳାଙ୍କ ହାତକୁ ଯୋଗାଇଛନ୍ତି କାମ

ଦିଲ୍ଲୀ, ଏନସିଆର, ପାଟନା, କାନପୁର ଓ ଲକ୍ଷ୍ନୌରେ ୧୫ଟି ଲେଖାଏଁ ମୋବାଇ ଭ୍ୟାନ ଶସ୍ତା ଟମାଟର ବିକ୍ରି କରୁଛନ୍ତି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟମାଟୋ ବିକ୍ରି ହେଉଥିବା ବେଳେ ଲୋକେ ଧାଡି ବାନ୍ଧି ମନଇଛା ଟମାଟୋ କିଣି ନେଉଛନ୍ତି। ଜାତୀୟ ସମବାୟ ଖାଉଟି ମହାସଂଘ (ଏନସିସିଏଫ) ଓ ଜାତୀୟ କୃଷି ସମବାୟ ବିପଣନ ମହାସଂଘ (ନାଫେଡ) କେନ୍ଦ୍ର ସରକାରଙ୍କ ପକ୍ଷରୁ ଭ୍ୟାନ ମାଧ୍ୟମରେ ଟମାଟର ବିକ୍ରି କରୁଛନ୍ତି। ଟମାଟରର ଏହି ଡିସ୍କାଉଣ୍ଟ ସେଲରେ ମାତ୍ର କିଛି ଘଣ୍ଟାରେ ହାତକୁ ହାତ ୧୭ ହଜାର କେଜି ଟମାଟର ବିକ୍ରି ହୋଇଯାଇଥିବା ଏନସିସିଏଫର ପରିଚାଳନା ନିର୍ଦ୍ଦେଶକ ଏନିସ ଯୋଶେଫ ଚନ୍ଦ୍ରା କହିଛନ୍ତି।

ଟମାଟର ପ୍ରତି ଲୋକଙ୍କ ଚାହିଦାକୁ ଦେଖି ରବିବାର ଦିଲ୍ଲୀ ଓ ଏନସିଆର ରେ ଅଧିକ ପରିମାଣରେ ଟମାଟୋ ପହଞ୍ଚାଯିବ ବୋଲି ଚନ୍ଦ୍ରା କହିଛନ୍ତି। ମୋବାଇଲ ଭ୍ୟାନରୁ ‘ଏ’ ଗ୍ରେଡର ଟମାଟୋ କିଣିବା ପାଇଁ ଲୋକଙ୍କ ଲମ୍ବାଲମ୍ବା ଧାଡି ଲାଗୁଛି। ରାଜଧାନୀ ଦିଲ୍ଲୀରେ ପାଖାପାଖି ୧୦୦ଟି କେନ୍ଦ୍ର ମାଧ୍ୟମରେ ଟମାଟୋ ବିକ୍ରି କରାଯାଉଛି। ଟମାଟରର ଏପରି ଡିସ୍କାଉଣ୍ଟ ବିକ୍ରି ସେ ପର୍ଯ୍ୟନ୍ତ ଜାରି ରହିବ ଯେଉଁ ପର୍ଯ୍ୟନ୍ତ ବଜାରରେ ସ୍ୱଭାବିକ ପରିସ୍ଥିତି ନ ଫେରିଛି ବୋଲି ଚନ୍ଦ୍ରା କହିଛନ୍ତି।

୧୪% ଲୋକେ ଖାଇବାରେ ଛାଡି ଦେଇଛନ୍ତି ଟମାଟୋ, କେଜି ପିଛା ୧୫୦ ଟଙ୍କା ଦର ହେଲେବି କିଣୁଛନ୍ତି  ୪୬%

ଦିଲ୍ଲୀର ରିଂ ରୋଡ, ଫରିଦାବାଦ, ଗୁରୁଗ୍ରାମ, ଗ୍ରେଟର କୈଲାଶ ପାର୍ଟ-୧, ଶାହିନବାଗ, ସାଉଥ ଏଭେନ୍ୟୁ, ନର୍ଥ ଏଭେନ୍ୟୁ, ଦ୍ୱାରକା, ମହରୌଲୀ, ହୋଜଖାସ,ମାୟାପୁରୀ, ପିତମପୁରା, ରୋହିଣୀ ସେକ୍ଟର-୨୦, ମୟୁରବିହାର, ପଟପଡଗଞ୍ଚ, ତିମାରପୁର, ତ୍ରୈଲୋକ୍ୟପୁରୀ, ଶାଲିମାର ବାଗ ଓ ନାଙ୍ଗଲୋଇରେ ଟମାଟୋ ବିକ୍ରି ଲାଗି ମୋବାଇଲ ଆଉଟଲେଟ୍ ଖୋଲା ରହିଛି। ସେହିପରି ନୋଏଡାର ସେକ୍ଟର-୭୮, ଗ୍ରେଟରନୋଏଡା ନିକଟସ୍ଥ ପରିଚୌକରେ ମୋବାଇଲ ଭ୍ୟାନ ଆଉଟଲେଟ ଖୋଲିଛି। ଲକ୍ଷ୍ନୌର ଭୂତନାଥ ମାର୍କେଟ, ଡଣ୍ଡୈୟା ମାର୍କେଟ, ନବୀନ ମଣ୍ଡି ସ୍ଥଳ ସାମ୍ନା, ସୀତାପୁର ରୋଡ, ଜବାହର ଭବନ, ତେରହୀ ପୁଲିଆ, ଗୋଲ ମାର୍କେଟ ଆଦିରେ ମଧ୍ୟ ଟମାଟୋ ଆଉଟଲେଟ୍ ସବୁ ଖୋଲିଛି।  

   Related Posts