ପାକିସ୍ତାନରେ ଇଦ୍ ପ୍ରାର୍ଥନା ବେଳେ ଜେଲ୍‌ରୁ ଖସିଗଲେ ୧୭ କଏଦୀ, ପୁଲିସ ଗୁଳିରେ ଜଣେ ମୃତ

Published By : Prameya-News7 Bureau | June 30, 2023 IST

ନୂଆଦିଲ୍ଲୀ: ଇଦ୍‌ ଉଲ୍ ଅଧା ପ୍ରାର୍ଥନା ଚାଲିଥିବା ବେଳେ ଜେଲ୍‌ରୁ ଖସିଗଲେ ୧୭ କଏଦୀ। ପାକିସ୍ତାନ ବଲୋଚିସ୍ତାନ ପ୍ରଦେଶର ଚମନ ଜେଲ୍‌ରେ କଏଦୀମାନେ ଖସିଯାଇଥିବା ସୂଚନା ମିଳିଛି। ଜଣେ କଏଦୀ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଜେଲ୍ ଗାର୍ଡଙ୍କ ଗୁଳିରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଜେଲ୍‌ରୁ ଏକଦୀମାନେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ କର୍ମୀ ଓ କଏଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି।  

ବଲୋଚିସ୍ତାନ ଜେଲ୍‌ ଆଇଜି ମଲିକ ଶୁଜା କାସୀ ଏନେଇ ସୂଚନା ଦେଇ କହିଛନ୍ତି ଯେ ଗୁଳିକାଣ୍ଡରେ କିଛି ଅନ୍ତେବାସୀ ଓ ପୁଲିସ କର୍ମୀ ଆହତ ହୋଇଛନ୍ତି। ଗୁରୁବାର ଜେଲ୍‌ର ଏକ ଖୋଲା ସ୍ଥାନରେ ଇଦ୍‌ ପ୍ରାର୍ଥନା କରାଯାଉଥିବା ବେଳେ ଏହି ଅନ୍ତେବାସୀମାନେ ଏପରି କାଣ୍ଡ ଘଟାଇଥିଲେ।

ପଢ଼ନ୍ତୁ- ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂହଙ୍କ ଇସ୍ତଫା ନେଇ ଇମ୍ଫାଲ୍‌ରେ ହାଇ ଡ୍ରାମା

କାସୀ ଆହୁରି କହିଛନ୍ତି ଯେ କଏଦୀମାନଙ୍କର ପୂର୍ବରୁ ଖସିଯବାର ଯୋଜନା ଥିଲା। ଏଥିପାଇଁ ସେମାନେ ଯୋଜନା ପ୍ରସ୍ତୁତ କରିସାରିଥିଲେ। ଇଦ୍‌ ପ୍ରାର୍ଥନା ପାଇଁ ଯେତେବେଳେ ତାଙ୍କୁ ନିଜ ନିଜ ବାରାକ୍‌ରୁ ବାହାରକୁ ଅଣାଗଲା, ସେତେବେଳେ ସେମାନେ ପୁଲିସ କର୍ମୀଙ୍କ ଉପରେ ହିଂସକ ଆକ୍ରମଣ କରିଥିଲେ। ଏହି ଗୁଳିକାଣ୍ଡରେ ଜଣେ କଏଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଖସିଯିବାରେ ସମର୍ଥ ହୋଇଛନ୍ତି।

କାସୀ କହିଛନ୍ତି ଯେ ଖସି ପଳାଇଥିବା ବନ୍ଦୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକ ଆତଙ୍କବାଦୀ କାର୍ଯ୍ୟରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିଲେ। ଇରାନ ବର୍ଡରକୁ ଲାଗି ଚମନ ଜେଲ୍ ରହିଥିବାରୁ କଏଦୀମାନେ ତାଲିବାନ ସହଯୋଗରେ ବର୍ଡର ପାର୍ କରି ଆଫଗାନିସ୍ତାନକୁ ଚାଲିଯାଇପାରିଥାନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

ପଢ଼ନ୍ତୁ-ମଣିପୁରରେ ସେନା-ଦଙ୍ଗାକାରୀ ମୁହାଁମୁହିଁ; ୨ ସନ୍ଦିଗ୍ଧ ମୃତ, ୫ଜଣ ଆହତ

ଅନ୍ୟ ଏକ ଘଟଣା ସ୍ୱରୂପ ବଲୋଚିସ୍ତାନରେ ଜଣେ ମହିଳା ଆତ୍ମଘାତି ଆତଙ୍କାଦୀ ପୁଲିସ ଉପରେ ଆକ୍ରମଣ କରିଛନ୍ତି। ତୁରବାଦ ସହର ମହିଳା ଆତ୍ମଘାତି ଆତଙ୍କବାଦୀ ଜଣଙ୍କ ପୁଲିସ ଗାଡିରେ ପିଟି ହୋଇଯିବାର ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ପୁଲିସ କର୍ମୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.