ସିରିଜ ଆକ୍ରମଣ ପରେ ମାନବ ବୋମା ବିସ୍ଫୋରଣ : ଆଫଗାନିସ୍ତାନରେ ୧୭ଜଣଙ୍କ ମୃତ୍ୟୁ,ଶତାଧିକ ଆହତ

Published By : Prameya-News7 Bureau | August 26, 2020 IST

କାବୁଲ୍ ୨୬/୮: ଆଫଗାନିସ୍ତାନରେ ଲଗାତାର ହୋଇଥିବା ୪ ଆତଙ୍କବାଦୀ ଆକ୍ରମଣରେ ୧୭ଜଣଙ୍କ ମୃତ୍ୟୁ ହୋଇଯାଇଛି। ମଙ୍ଗଳବାର ଏଗୁଡ଼ିକ ମଧ୍ୟରୁ ଏକ ଆକ୍ରମଣ ଉତ୍ତର ବାଲ୍ଖ ପ୍ରାନ୍ତରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି କରାଯାଇଥିଲା। ଏଥିରେ ଟ୍ରକରେ ମାନବ ବୋମା ନିଜକୁ ଉଡ଼ାଇ ଦେଇଥିଲା,ଯେଉଁଥିରେ ସେନାର ୨କମାଣ୍ଡର ଏବଂ ଜଣେ ନାଗରିକଙ୍କ ମୃତ୍ୟୁ ହୋଇ ଯାଇଛି ଏବଂ ୬କମାଣ୍ଡୋ ସମେତ ଅନ୍ୟ ୩୫ଜଣ ଆହତ ହୋଇଥିଲେ। ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିଲା।

ଆହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଏବଂ ମହିଳା ଥିଲେ। ଘୋର ଅଞ୍ଚଳରେ ମଧ୍ୟ ୮ଜଣ ସୈନିକଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ୨ଟି ଆକ୍ରମଣର ଜିମା ତାଲିବାନ ନେଇଛି। ବାଲ୍ଖରେ ହିଁ ଏକ ଅନ୍ୟ ଘଟଣାରେ ଆତଙ୍କବାଦୀମାନେ ଗୁଳି ବର୍ଷଣ କରି ୫ଜଣଙ୍କ ହତ୍ୟା କରିଥିଲେ। ଚତୁର୍ଥ ଘଟଣା କାବୁଲରେ ରାସ୍ତା କଡ଼ରେ ରଖାଯାଇଥିବା ବିସ୍ଫୋରଣର,ଯେଉଁଥିରେ ଜଣେ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ଜଣେ ଆହତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.