ନିଆଁ ଲାଗି ଜଳିଗଲା ୧୭ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
11/03/2023 at 5:25 PM

ଜଳେଶ୍ବର ୧୧।୩: ନିଆଁ ଲାଗି ଜଳିଗଲା ୯ ପରିବାରର ୧୭ ବଖରା ଘର । ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ନ ପାଖପାଖି ୩ଟା ସମୟରେ କୌଣସି କାରଣରୁ ହଠାତ ଅଗ୍ନିକାଣ୍ଡ ଘଟିବା ପରେ ଗ୍ରାମର ୯ ପରିବାରର ୧୭ ବଖରା ଘରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିବା ଆରମ୍ଭ କରିଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଘର ଗୁଡିକ ସମ୍ପୂର୍ଣ୍ଣ ଜଳି ଭସ୍ମୀଭୂତ ହୋଇଯାଇଥିଲା । ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଘରଗୁଡିକ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ବିଦ୍ୟୁତ ସର୍ଟ ସର୍କିଟରୁ ଏଭଳି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବିଳମ୍ବରେ ଅଗ୍ନିଶମ ବିଭାଗ ପହଞ୍ଚିବା ଯୋଗୁଁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।