୧୭ଟି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିବର୍ତ୍ତିତ କରାଯିବ
5/07/2019 at 7:12 PM

ଅର୍ଥମନ୍ତ୍ରୀ କହିଲେ ଯେ, ସରକାର ୧୭ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବରେ ବିକଶିତ କରୁଛନ୍ତି । ଏହା ଅନ୍ୟ ପର୍ଯ୍ୟଟନ କ୍ଷେତ୍ର ମାନଙ୍କ ପାଇଁ ମଡେଲ ଭାବରେ କାର୍ଯ୍ୟ କରିବେ । ଏହି ପର୍ଯ୍ୟଟନ କ୍ଷେତ୍ର ଗୁଡିକ ପରିଦର୍ଶକମାନଙ୍କ ଅନୁଭବକୁ ପରିବ୍ୟାପ୍ତ କରିବ ଏବଂ ଏଠାରେ ଘରୋଇ ଓ ବିଦେଶୀ ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ ।
ତଫସିଲଭୁକ୍ତ ଜନଜାତି ସାଂସ୍କୃତିକ ଐତିହ୍ୟର ଡିଜିଟାଲ ସଂରକ୍ଷଣ
ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ସମୃଦ୍ଧ ତଫସିଲଭୁକ୍ତ ଜନଜାତି ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଲକ୍ଷ୍ୟରେ ଏକ ଡିଜିଟାଲ ସଂରକ୍ଷଣ ଭଣ୍ଡାରର ବିକାଶ କରାଯାଉଛି, ଯେଉଁଥିରେ କି ବିଭିନ୍ନ ଦସ୍ତାବିଜ, ଲୋକ ସଂଗୀତ, ଫଟୋଚିତ୍ର, ସେମାନଙ୍କ ବିକାଶ ସମ୍ବନ୍ଧୀୟ ଭିଡିଓ, ସୃଷ୍ଟିର ସ୍ଥାନ, ଜୀବନଯାପନ ଶୈଳୀ, ସ୍ଥାପତ୍ୟ, ପାରମ୍ପରିକ ଚିତ୍ରକଳା, ଲୋକ ନତ୍ୟ ନୃତାତ୍ୱିକ ସୂଚନା ଆଦି ସଂରକ୍ଷିତ ରହିବ । ଏହି ସଂରକ୍ଷଣକୁ ପରବର୍ତୀ ସମୟରେ ପୁନଶ୍ଚ ସମୃଦ୍ଧ ଓ ସୁଦୃଢ଼ କରାଯିବ ।