LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜେଲ୍‌ରେ ରହି କୋଟିପତି ହୋଇଗଲେ ୧୭ ଅପରାଧୀ, ଜାଣନ୍ତୁ କେମିତି ହେଲେ ଏତେ ସଂପତ୍ତିର ଅଧିକାରୀ

8/11/2020 at 8:53 AM

ମେରଠ ୦୮।୧୧: ପଶ୍ଚିମ ଉତ୍ତର ପ୍ରଦେଶର ୧୭ ଅପରାଧୀ ଜେଲ୍‌ରେ ଥାଇ ମଧ୍ୟ କୋଟିପତି ହୋଇଛନ୍ତି। ଏହି ପେଶାଦାର ଅପରାଧୀଙ୍କ ରାକେଟ୍ ଏବେ ମଧ୍ୟ ସକ୍ରିୟ ରହିଛି। ତେଣୁ ଜେଲ୍‌ରେ ରହି ମଧ୍ୟ ଅପରାଧୀମାନେ ହତ୍ୟା, ଲୁଟ୍, ଡକାୟତି, ଅପହରଣ ଓ ଦାଦାବଟି ଆଦାୟ ପରି ଅପରାଧିକ କାର୍ଯ୍ୟ ନିଜ ଗ୍ୟାଙ୍ଗ ଦ୍ଵାରା କରାଇ କୋଟି  କୋଟି ଟଙ୍କାର ସଂପତ୍ତି କରି ପାରିଛନ୍ତି। କେବଳ ଏତିକି ନୁହେଁ ଅନେକ ମାମଲାରେ ମଧ୍ୟସ୍ଥତା କରି ମଧ୍ୟ ମୋଟା ଅଙ୍କର ଅର୍ଥ ଆଦାୟ କରିଛନ୍ତି।

ଏହି ୧୭  ଜଣ ଅପରାଧୀଙ୍କ ମଧ୍ୟରୁ ଅନେକ ୧୦ ବର୍ଷରୁ ଅଧିକ ସମୟ  ହେବ ଜେଲ୍‌ରେ ଅଛନ୍ତି। ଏହା ପରେ ବି କୋଟିପତି ହୋଇ ପାରିଛନ୍ତି। ଏହି ଅପରାଧୀଙ୍କ ତାଲିକା ରାଜ୍ୟ ସରକାର ଜାରି କରିଛନ୍ତି। ଅପରାଧ ବଳରେ ଅର୍ଜନ କରିଥିବା ଅବୈଧ ସଂପତ୍ତି ବିରୋଧରେ ପ୍ରଶାସନ ଅଭିଯାନ ଚଳାଇଥିଲେ ମଧ୍ୟ ସ୍ଥିତି ପୂର୍ବବତ୍ତ ରହିଛି। ଅଭିଯୁକ୍ତ  ଜେଲ୍‌ରେ ଥାଇ ନିଜ ଗ୍ୟାଙ୍ଗ ପରିଚାଳନ କରୁଛନ୍ତି ଏବଂ ପୁଲିସ ନିଘୋଡ ନିଦ୍ରାରେ ଶୋଇ ରହିଛି।

ଜେଲ୍‌ରେ ବନ୍ଦୀ ଅପରାଧୀମାନେ ନିଜକୁ ବହୁତ ସୁରକ୍ଷିତ ମନେ କରୁଛନ୍ତି। ଅନେକ ମୋକଦ୍ଦମାରେ ଖଲାସ ହେବା ପରେ ମଧ୍ୟ ଜାମିନରେ ବାହାରକୁ ଆସିବାକୁ ସେମାନେ ଚାହୁଁ ନାହାନ୍ତି। ଜେଲ୍‌ରେ ରହି ସହଜରେ ଅବୈଧ ସଂପତ୍ତିକୁ ନିଜର ପରିଚିତ କିମ୍ବା ସଂପର୍କୀୟଙ୍କ ନାମରେ କରାଯାଉଛି।

ପୁଲିସ ପ୍ରଶାସନ ଗ୍ୟାଙ୍ଗଷ୍ଟାର ଆକ୍ଟ ଆଧାରରେ ବାଗପତରେ ସୁନିଲ ରାଠି, ଧର୍ମେନ୍ଦ୍ର କିରଠଲ, ମେରଠରେ ଯୋଗେଶ ଭଦୌଡା ଏବଂ ମଦ ମାଫିଆ ରମେଶ ପ୍ରଧାନଙ୍କ ପ୍ରାୟ ୪ କୋଟି ଟଙ୍କାର ସଂପତ୍ତି ଜବତ କରିଛି। ଏହା ବ୍ୟତୀତ ଅନେକ ବଦମାସଙ୍କ ସଂପତ୍ତି ଜବତ କରାଯିବା ନେଇ ପ୍ରକ୍ରିୟା ଜାରି ରହିଛି।

   Related Posts