କରୋନାରେ ଲାଗୁନି ବ୍ରେକ : ଖୋର୍ଦ୍ଧା-ବାଲେଶ୍ୱରକୁ ଟପିଗଲା ଯାଜପୁର, ଗୋଟିଏ ଦିନରେ ୧୭ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | April 30, 2020 IST

ଯାଜପୁର ୩୦/୦୪ : ଯାଜପୁରରେ ଗୋଟିଏ ଦିନରେ ୧୭ ପଜିଟିଭ୍ । ସକାଳେ ୩, ସଂଧ୍ୟାରେ ୧୪ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହୋଇଛି । ଏମାନେ ସମସ୍ତେ କୋଲକାତା ଲିଙ୍କ କିମ୍ବା ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି।  ଆକ୍ଟିଭ୍ କେସ୍ ରେ ଖୋର୍ଦ୍ଧା, ଏବଂ ବାଲେଶ୍ବରକୁ ଟପିଛି ଯାଜପୁର । ଖୋର୍ଦ୍ଧାରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଥିଲେ ମଧ୍ୟ ଯାଜପୁରରେ ଏବେ ସର୍ବାଧିକ ୩୫ ଆକ୍ଟିଭ୍ କେସ୍ ରହିଛି । ଖୋର୍ଦ୍ଧାରେ ୧୯, ବାଲେଶ୍ବରରେ ୧୯ ଆକ୍ଟିଭ୍ କେସ୍ ରହିଛି । ଖୋର୍ଦ୍ଧାରେ ୨୭ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ରେ ପହଞ୍ଚିଛି।  ୨୪ ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ୨୦ ଜଣ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୫ ଏପ୍ରିଲରେ ସର୍ବାଧିକ ୧୮ ଜଣ ଚିହ୍ନଟ ହୋଇଥିଲେ ।

ଯାଜପୁରରୁ ଚିହ୍ନଟ ୧୭ ଜଣଙ୍କ ମଧ୍ୟରେ ଅଛନ୍ତି ୮ ପୁରୁଷ, ୬ ଜଣ ମହିଳା ଏବଂ  ଜଣ ୩ ବର୍ଷର ପୁଅ, ଜଣେ ୩ ବର୍ଷର ଝିଅ ଝିଅ, ୧୨ ବର୍ଷର ବାଳକ । ସମସ୍ତଙ୍କର କୋଲକାତା ଲିଙ୍କ୍ ରହିଛି । ସମସ୍ତେ ଦଶରଥପୁର ବ୍ଲକ କଟିକଟା କଣ୍ଟେନମେଣ୍ଟ ଅଞ୍ଚଳର । ସକାଳେ ଚିହ୍ନଟ ହୋଇଥିଲେ ୨ ଜଣ ମହିଳା ଏବଂ ଜଣେ ପୁରୁଷ । କଟିକଟା ଅଞ୍ଚଳର୨ ମହିଳା କୋଲକାତା ଫେରନ୍ତାଙ୍କ ପରିବାର ସଦସ୍ୟ । ଏମାନଙ୍କୁ ମିଶାଇ ଦଶରଥପୁର ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି। କଟିକଟାରେ ୬ ଜଣ କୋଲକାତା ଫେରନ୍ତାଙ୍କୁ କୋଭଡ ପଜିଟିଭ୍‌ ଚିହ୍ନଟ ହେବା ପରେ ସେଠାରେ ଘରଘର ପରୀକ୍ଷା କରାଯାଉଛି।  ସେପଟେ ଜିଲ୍ଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ବଢ଼ିଯାଇଛି।

ବୁଧବାର ରାଜ୍ୟର କରୋନା ମ୍ୟାପରେ ଦେବଗଡ଼, ଝାରସୁଗୁଡା ଏବଂ କେନ୍ଦୁଝର ଜିଲ୍ଳା ସାମିଲ ପରେ ଆକ୍ସନୁ ଆସଛି ପ୍ରଶାସନ । ଦେବଗଡ ଜିଲ୍ଲାର ୨ ଟି ପଞ୍ଚାୟତର ୮ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେହିପରି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଳକ ପଞ୍ଚୁପଲ୍ଲୀ ପଂଚାୟତକୁ କଂଟେନମେଣ୍ଟ ଜୋନ୍ ଏବଂ ଅନ୍ୟ ୧୨ ଟି ଗାଁକୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରର ୫ଟି ୱାର୍ଡକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଆଜି ଝାରସୁଗୁଡା ଜିଲ୍ଲାରେ ନୂତନ ଏସପି ଯୋଗଦେବା ପରେ ବ୍ରଜରାଜନଗର ବୁଲି ସ୍ଥତି ଅନୁଧ୍ୟାନ କରିଛନ୍ତି ।  ଜନସାଧାରଣଙ୍କୁ ଘରେ ରହିବା ପାଇଁ ସତର୍କ କରାଯାଇଛି । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ  କଣ୍ଟାକ୍ଟଟ୍ରେସିଂ ଜାରି ରହିଛି ।

ରାଜ୍ୟରେ ୩୧ ହଜାର ୬୯୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିମଧ୍ୟରୁ ୧୪୨ଟି ପଜିଟିଭ୍ ଚିହ୍ନଟ ହୋଇଛି।  ୩୯ ଜଣ ସୁସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.