ଅନଲାଇନ୍ ଜୁଆଖେଳରେ ସେଲିବ୍ରିଟି ; ଇଡି ସ୍କାନରରେ ନେହା କକ୍କଡ, ଟାଇଗର ଶ୍ରଫଙ୍କ ସହ ବଲିଉଡର ୧୭କଳାକାର
17/09/2023 at 5:24 PM

ମୁମ୍ବାଇ 7/09 : ସୌରଭ ଚନ୍ଦ୍ରାକର । ‘ମହାଦେବ ବୁକ୍’ ଗାମ୍ବଲିଂ ଆପର କିଙ୍ଗ୍ ପିନ୍। ଦୁବାଇରେ ଅନଲାଇନ ଜୁଆ ଆପକୁ ଚଳାଉଥିବା ସୌରଭ ଚନ୍ଦ୍ରାକର ଓ ତାଙ୍କ ସହଯୋଗୀ ରବି ଓପ୍ପଲଙ୍କ ବିରୋଧରେ ୫ହଜାର କୋଟିର ଅର୍ଥ ହେରଫେର ମାମଲା। ଯାହାର ଯାଂଚ କରୁଛି ଇଡି। ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସୌରଭ ଚନ୍ଦ୍ରାକର ଓ ସହଯୋଗୀ ରବି ଓପ୍ପଲ ଏବେ ନିଖୋଜ। ହେଲେ ତାଙ୍କୁ ନେଇ ଅନେକ ଖୁଲାସା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତଦନ୍ତରେ 417 କୋଟି ଟଙ୍କାର ସମ୍ପତ୍ତି କରିଛନ୍ତି ଜବତ। ଏହାସହ ମହାଦେବ ବୁକର ମୁଖ୍ୟ ପ୍ରମୋଟର ସୌରଭ ଓ ଉପ୍ପଲ୍ UAEରେ ବନେଇଛନ୍ତି ନିଜର ଏକ ସାମ୍ରାଜ୍ୟ। ଯେଉଁଠୁ ଏହି ଆପକୁ ସେ କରୁଛନ୍ତି ଅପରେଟ୍। ଏବେ ଆସିଛି ଚନ୍ଦ୍ରାକରଙ୍କ ସହ ବଲିଉଡ୍ ଲିଙ୍କ୍।

ସୌରଭ ଚନ୍ଦ୍ରାକର ଚଳିତ ବର୍ଷ ପେବୃଆରୀରେ ଦୁବାଇରରେ କରିଥିଲେ ବିବାହ। ବିବାହ ଏତେ ଚାକଚକ୍ୟ ଥିଲା ଯେ, ଖର୍ଚ୍ଚ ହୋଇଥିଲା 200 କୋଟି ଟଙ୍କା। ଅତିଥିମାନଙ୍କୁ ଦୁବାଇ ନେବା ପାଇଁ ଏକ ଘରୋଇ ଜେଟ ଭଡାରେ ନିଆଯାଇଥିଲା। ଏଥିରେ ୱେଡିଂ ପ୍ଲାନର, ଡ୍ୟାନ୍ସର, ଡେକୋରେଟର ସମଜେ ବଲିଉଡ କଳାକାର ବି ଥିଲେ ସାମିଲ୍। ସେମାନଙ୍କ ରହଣୀ ପାଇଁ ବୁକିଂ କରିଥିଲେ ୭ ତାରକା ହୋଟେଲ । ଏଠାରେ ସାମିଲ ହେବାକୁ ବଲିଉଡ କଳାକାରଙ୍କୁ ୪୦ କୋଟି ଟଙ୍କା ଦିଆଯାଇଥିଲା।

ତେବେ କିଏ ସେହି ସେଲିବ୍ରିଟି । ଏହି ତାଲିକାରେ ଅଛନ୍ତି ଟାଇଗର ଶ୍ରପ୍, ନେହା କକ୍କର, ସନ୍ନି ଲିଓନି, ଆତିକ୍ ଅସଲମ, ରାହତ ଫତେହ ଅଲ୍ଲୀ ଖାନ, ଅଲି ଅସଗର, ବିଶାଲ ଦଦଲାନୀ, ଏଲି ଆବରାମ, ଭାରତୀ ସିଂ, ଭାଗ୍ୟଶ୍ରୀ, କୃତି ଖରବନ୍ଦା, ନୁସରତ ଭରୁଚା, କୃଷ୍ଣା ଅଭିଷେକ । ଏହି ସେଲିବ୍ରିଟିମାନେ ଏବେ ଇଡି ସ୍କାନରରେ। ଯାହାଙ୍କୁ ହୋଇପାରେ ପଚରାଉଚୁରା।
ମହାଦେବ ଅନଲାଇନ ଆପ୍ଲିକେଶନ ଏକ ଗେମ ଆପ୍ । ପାଖାପାଖି ୧୦ ଲକ୍ଷ ଲୋକ ଏଥିରେ ଟଙ୍କା ଲଗାଇଥିଲେ। ଏହି ଆପର ସଂଚାଳନ ୩୦ଟି କେନ୍ଦ୍ର ମାଧ୍ୟମରେ କରାଯାଉଥିଲା । ବଲିଉଡର କିଛି କଳାକାର ଏହି ଆପ ପାଇଁ ବିଜ୍ଞାପନ ସୁଟିଂ ମଧ୍ୟ କରିଥିଲେ । ହେଲେ ଏହି ଗେମ୍ ଆପ୍ ଏବେ ବନ୍ଦ ହୋଇଯିବା ଫଳରେ ପାଖାପାଖି ୫ ହଜାର କୋଟି ଟଙ୍କା ଲୁଟି ନେଇଛନ୍ତି ଏହି ଦୁଇ ବ୍ୟବସାୟୀ । ଇଡି ଏବେ ଏହି କଳାକାରମାନଙ୍କୁ ଜେରା କରି କମ୍ପାନୀ ବାବଦରେ ଅଧିକ ତଥ୍ୟ ହାସଲ କରିବ। ଏହାସହ କଳାକାରମାନଙ୍କର ଷ୍ଟେଜ ଶୋ ସହ କମ୍ପାନୀର ଅନ୍ୟ କିଛି ସଂପର୍କ ରହିଛି କି ନାହିଁ ତାହା ଖୁଲାସା କରିବ।
ବର୍ତ୍ତମାନ ପର୍ଯ୍ୟନ୍ତ ରାୟପୁର, ଭୋପାଳ, ମୁମ୍ବାଇ ଏବଂ କୋଲକାତାର 39 ଟି ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଇଛି। 417 କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତି ଜବତ କରାଯାଇଛି। ଏଜେନ୍ସିର ଦୁଇ କିଙ୍ଗପିନ୍ ଚନ୍ଦ୍ରାକର ଏବଂ ଓପଲଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି।
Also Read- ଦୀପିକାଙ୍କୁ ମା’ ଚରିତ୍ରରେ ଅଭିନୟ କରିବାକୁ ଏମିତି ମନେଇଥିଲେ ଶାହାରୁଖ୍, ଇଣ୍ଟରଭ୍ୟୁରେ କଲେ ଖୁଲାସା