୮୦୦୦ ଜଣଙ୍କୁ ପଛରେ ପକାଇ ୧୬ ବର୍ଷ ବୟସର ଏହି ଛାତ୍ର ଜିତିଲେ ୨କୋଟିରୁ ଅଧିକ ଟଙ୍କାର ପୁରସ୍କାର

Published By : Prameya-News7 Bureau | November 07, 2018 IST

ନୂଆଦିଲ୍ଲୀ ୭/୧୧ : ବେଙ୍ଗାଲୁରୁରେ ରହୁଥିବା ୧୬ବର୍ଷ ବୟସର ଛାତ୍ର ମୋୖଦିକ ଏବେ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି | ଏକ ବଡ ସଫଳତା ପାଇଁ ଏବେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି | ମାତ୍ର ୧୬ବର୍ଷ ବୟସରେ ମୋୖଦିକ ୪ଲକ୍ଷ ଆମେରିକୀୟ ଡଲାର (ପ୍ରାୟ ୨.୯ କୋଟି) ଜିତିଛନ୍ତି | ଯେଉଁଥିପାଇଁ ଚାରିଆଡେ ମୋଦିକଙ୍କ ପ୍ରଶଂସା ହେଉଛି |  ଏକ ବିଶ୍ୱସ୍ଥରୀୟ ପ୍ରତିଯୋଗିତାରେ "ବ୍ରେକ ଥ୍ରୃ ଜୁନିଅର ଚ୍ୟାଲେଞ୍ଜ"ରେ ମୈାଦିକ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି | ବ୍ରେକ ଥରୁ ଜୁନିଅର ଚ୍ୟାଲେଞ୍ଜ ଏକ ଆନ୍ତଜାତୀୟ ପ୍ରତିଯୋଗିତା | ୧୩ ବର୍ଷରୁ ୧୬ବର୍ଷ ବୟସ ମଧ୍ୟର ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇଥାନ୍ତି | ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନଙ୍କ ଭୌତିକ ବିଜ୍ଞାନ, ଜୀବବିଜ୍ଞାନ ଏବଂ ଗଣିତ ଶାସ୍ତ୍ର ସମ୍ପର୍କିତ ଗବେଷଣା ଜନିତ ଭିଡିଓ ବିଚାରକୁ ନିଆଯାଇଥାଏ | ଏହି ପ୍ରତିଯୋଗିତାରେ ମୁଖ୍ୟତଃ ପିଲାମାନଙ୍କ ଆବିଷ୍କାର ଏବଂ ସୃଜନଶୀଳତା ଆଧାରରେ ବିଜେତା ଚୟନ ହୋଇଥାଏ | ଏଥିସହିତ ପିଲାଙ୍କ କାମକୁ ନଜରରେ ରଖି ପବ୍ଲିକ ଭୋଟ ମଧ୍ୟ ହୋଇଥାଏ | ସୂଚନା ଅନୁସାରେ ମୋୖଦିକ ବିଜ୍ଞାନ ସମ୍ବନ୍ଧୀୟ ଭିଡିଓ ପ୍ରତିଯୋଗିତାକୁ ପଠାଇଥିଲେ | ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବିଶ୍ୱର ୮୦୦୦ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ମୈାଦିକ ପ୍ରଥମସ୍ଥାନ ଅଧିକାର କରିଥିଲେ |   “ଚଳିତବର୍ଷ ବ୍ରେକ ଥ୍ରୃ ଜୁନିଅର ଚ୍ୟାଲେଞ୍ଜ” ଜିତିଥିବା ମୈାଦିକ ବେଙ୍ଗାଲୁରୁର ମଙ୍ଗଳା ସ୍ଥିତ ନ୍ୟାସନାଲ ପବ୍ଲିକ ସ୍କୁଲର ଛାତ୍ର ଅଟନ୍ତି | ଜୀବବିଜ୍ଞାନ ସମ୍ବନ୍ଧୀୟ ଭିଡିଓରେରେ ସେ ସ୍ଵକୀଡୀୟନ ରିଯମ ଉପରେ ଗବେଷଣା କାମ କରିଥିଲେ | ସ୍ଵକୀଡୀୟମ ରିଯମ ଆମର ଶାରୀରିକ ଓ ମାନସିକ ପରିବର୍ତ୍ତନ ଏବଂ ଦୈନିକ କାର୍ଯ୍ୟକଳାପ ମଧ୍ୟରେ ଥିବା ସମ୍ପର୍କକୁ ବିସ୍ଲେସଣ କରିଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.