ଆସନ୍ତାକାଲିର ରାଶିଫଳ, ଯାହା କରିବେ ଭାବିଚିନ୍ତି ନ କଲେ ପରିସ୍ଥିତି ବିଗିଡିଯାଇପାରେ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | July 15, 2022 IST

ମେଷ–ଋଣ ପରିଶୋଧ କରିବା ସକାଶେ ବିଭିନ୍ନ ପ୍ରକାର ଧନ୍ଦା କରିବାକୁ ମନ ବଳାଇବେ । କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଦେଖାଦେବାରୁ କିଛିଟା ଦ୍ୱନ୍ଦ୍ୱ ଓ ଆଶଙ୍କା ମଧ୍ୟରେ ମନ ହଲଚଲ ହୋଇପାରେ । ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତତ୍ପରତା ବୃଦ୍ଧିପାଇବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।
ଗୃହିଣୀ- ପରକୁ ଆପଣାର କରିବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ-ବ୍ୟାୟାମ୍ କରନ୍ତୁ ।
ରୋଗୀ-ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ- ଶ୍ରମ ସାର୍ଥକ ହେବ ।

ବୃଷ – କର୍ମକ୍ଷେତ୍ରରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗ ଦର୍ଶକ ସାଜିପାରନ୍ତି । ଦକ୍ଷତା ସାଙ୍ଗକୁ କୃତି ଓ କୃତିତ୍ୱ କାରଣରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଅର୍ଥ ସମ୍ପର୍କିତ କେତେକ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ-ବିଦ୍ୱାନ୍ ହେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ଅର୍ଥ ଲାଭ ହେବ ।
ଗୃହିଣୀ-ସୁଖଭାରା ଦିନଟି ।

ମିଥୁନ - ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ ।ଆଜି ଟଙ୍କା ପଇସା କିମ୍ବା ଦରକାରି କାଗଜପତ୍ର ନ ପାଇ ବ୍ୟସ୍ତ ହେବେ । ସମସ୍ୟା ବଢିଚାଲିଥିବାରୁ କର୍ମକ୍ଷେତ୍ରରେ ବ୍ୟସ୍ତତା ବୃଦ୍ଧି ପାଇବ । ଜଣେ ବନ୍ଧୁଙ୍କ ଠାରୁ ଅର୍ଥ ସାହାର୍ଯ୍ୟ ପାଇ ଖୁସି ହେବେ ।ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ-ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି- କରତ୍‌କର୍ମା ହେବେ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

କର୍କଟ –ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ । ଆର୍ଥିକ ସମସ୍ୟା ନେଇ ବିଭିନ୍ନ ଦୁର୍ଭାବନା ଦୂରେଇବାରେ ସମର୍ଥ ହେବେ । ଆଜି କୌଣସି କ୍ଷେତ୍ରରେ ମଧ୍ୟ ଠିକ୍ ନିଷ୍ପତ୍ତି ଆପଣ ନେଇପାରିବେ ନାହିଁ । ପରିବାର ଲୋକମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମଜୀବି-ସହଯୋଗ ମିଳିବ ।
ବ୍ୟବସାୟୀ-ଅର୍ଥ ହାନୀ ହେବ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ସିଂହ –ଅଧସ୍ତନ କର୍ମଚାରି ଜଣେ କର୍ମକ୍ଷେତ୍ରରେ ସାଧାରଣ କଥା କୁ ବଡ କରି କଳହର ମାତ୍ରାକୁ ବଢାଇପାରନ୍ତି । ଯେତେ ଖୁସିରେ ରହିବାକୁ ଚାହିଁଲେ ମଧ୍ୟ ଆଜିର ପରିସ୍ଥିତି ଓ ରହୁଥିବା ପରିବେଶ ତାହା କରାଇ ଦେବ ନାହିଁ । ଯେଉଁôଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇଯିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
ବ୍ୟବସାୟୀ-ନୂଆ ଡିଲ୍ ମିଳିବ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
ରୋଗୀ-ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।
ଚାଷୀ-କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

କନ୍ୟା – ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ । ଆଜି ଦିନରେ ଯାହା କରିବେ ଭାବିଚିନ୍ତି ନ କଲେ ପରିସ୍ଥିତି ବିଗିଡିଯାଇପାରେ । ବହୁ ଚେଷ୍ଟା ପରେ ଋଣ ସୂତ୍ରରେ ଅର୍ଥ ପାଇବା ସକାଶେ ବନ୍ଧୁଙ୍କୁ ମନେଇ ପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।
ଚାଷୀ-ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।
ରୋଗୀ-ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ-ପାଠପଢା ପ୍ରତି ସଜାଗ ରହିବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

ତୁଳା – ପିଲାଙ୍କ କେନ୍ଦ୍ର କରି କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଆଳସ୍ୟ ଓ ଅବହେଳା ସାଙ୍ଗକୁ କାଳକ୍ଷେପଣ ନୀତି ହେତୁ ମନରେ ସରସତା ରହିବ ନାହିଁ । କାମରେ ମନଦେଇ କାମଟିକୁ ପୂରା ନ କରିବା ଯାଏଁ ଛାଡିବେ ନାହିଁ । ଶୁଭ ରଙ୍ଗନାରଙ୍ଗୀ । ଶୁଭ ଅଙ୍କ ୧ ।
ଗୃହିଣୀ-ସୁଖ ଅନୁଭବ କରିବେ ।
ବ୍ୟବସାୟୀ-ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
କର୍ମଜୀବି-କାର୍ଯ୍ୟରେ ଅବହେଳା କରିବେ ନାହିଁ ।
ଛାତ୍ରଛାତ୍ରୀ-ସ୍ମରଣ ଶକ୍ତି ପାଇଁ ବୁଧକାରକ ଚେର ବ୍ୟବହାର କରନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ବିଛା –ଆତ୍ମୀୟଙ୍କ ସକାଶେ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ନିତନ୍ତ୍ରଣ ମଧ୍ୟରେ ରହିବ । ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ କର୍ମହଞ୍ଜାଳ ମଧ୍ୟ ବୃଦ୍ଧି ପାଇବ । ବିବାଦିୟ ପରିସ୍ଥିତିର ଦୃଢ ମୁକାବିଲା କରି ଆପଣ ବିଜୟୀ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ-ବିଦ୍ୟାରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ଧନୁ – ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ । ପରିସ୍ଥିତି ବଦଳିଯିବ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସ୍ୱଚିନ୍ତାଧାରା ଅନୁଯାୟୀ କାମ ହାସଲରେ ସମର୍ଥ ହେବେ । ପିଲାଙ୍କ ବିବାହ ସମ୍ପର୍କିତ ନୂତନ ବନ୍ଧୁ ପ୍ରସ୍ତାବ ପାଇଁ ଯୋଗାଯୋଗ କରି କୃତକାର୍ଯ୍ୟ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।
ଗୃହିଣୀ-ସୁଖୀ ହେବେ ।
ବ୍ୟବସାୟୀ-ସଫଳତାକୁ ହାତଛଡା କରନ୍ତୁ ନାହିଁ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ-ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
ରୋଗୀ-ସୁସ୍ଥ ଅନୁଭବ କରିବେ ।
ଚାଷୀ-ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ମକର – ପିଲାଙ୍କ କେନ୍ଦ୍ର କରି କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଭୁଲ୍ ବୁଝାମଣା ନେଇ ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ତିକ୍ତତା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ-ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟ ବ୍ୟସ୍ତ ରହିବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

କୁମ୍ଭ - ଆତ୍ମୀୟଙ୍କ ସକାଶେ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ।ନିଜ ଲୋକଙ୍କ କାର୍ଯ୍ୟକଳାପ ନେଇ ବ୍ୟସ୍ତ ହୋଇପାରନ୍ତି । ସ୍ତ୍ରୀ କିମ୍ବା ଭାଇଙ୍କ ସ୍ୱାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।
ଗୃହିଣୀ-ଧାର୍ମିକ ହେବେ ।
ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
କର୍ମଜୀବି-ସହଯୋଗ ମିଳିବ ।
ଛାତ୍ରଛାତ୍ରୀ-ବହୁ ପରିଶ୍ରମ କରିବାକୁ ପଡିବ ।
ରୋଗୀ-ବ୍ୟାୟାମ୍ କରିବା ଉଚିତ୍ ।
ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ମୀନ - ସାମଗ୍ରିକ ଦିଗରୁ ଦିନଟି ଭଲ ହେଲେ ମଧ୍ୟ ଆପଣଙ୍କ ଉପଭୋଗ୍ୟ ହୋଇପାରିବ ନାହିଁ ।ଚେଷ୍ଟା କରିଥିବା କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ହେବାରୁ ମନ ଖୁସିହୋଇଯିବ । ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ-ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.