Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦିଲ୍ଲୀ ମରକଜରେ ପହଞ୍ଚିଥିଲେ ୧୬ ହଜାର ୫୦୦ ଜମାତି, ସେଠାରୁ ଯିବାପରେ ୧୫ ହଜାର ଲୋକଙ୍କ ସଂପର୍କରେ ଆସିଥିଲେ

4/05/2020 at 8:07 AM

ନୂଆଦିଲ୍ଲୀ ୪।୫: ଦିଲ୍ଲୀର ତବଲିଗୀ ଜାମାତର ମରକଜ ସହ ଜଡିତ ଆଉ ଏକ ସତ ପଦାକୁ ଆସିଛି । ଦିଲ୍ଲୀ ପୋଲିସର ରିପୋର୍ଟ ଅନୁଯାୟୀ, ୧୩ ରୁ ୨୪ ମାର୍ଚ୍ଚ ମଧ୍ୟରେ ଅତି କମରେ ୧୬,୫୦୦ ଲୋକ ମରକଜରେ ପହଞ୍ଚିଥିଲେ । ମୋବାଇଲ୍ ଫୋନ୍ ଡାଟାର ବ୍ୟବହାରକୁ ଆଧାର କରି କଣ୍ଟାକ୍ଟ ଟ୍ରାକିଂ ଦ୍ବାରା ଏହି ସଂଖ୍ୟା ଆକଳନ କରାଯାଇଛି ।

ମରକଜକୁ ଆସିଥିବା ଲୋକଙ୍କ ସଂଖ୍ୟାକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଗତ ଏକ ମାସ ମଧ୍ୟରେ ପୋଲିସ କଲ୍ ରେକର୍ଡ ଏବଂ ସମସ୍ତ ୧୬,୫୦୦ ଲୋକଙ୍କ ଲୋକେସନର ଯାଞ୍ଚ କରିଛି । ଯାଞ୍ଚରୁ ଜଣାପଡିଛି ଯେ, ମରକଜକୁ ଆସିଥିବା ଜମାତି ଏଠାରୁ ଯିବାପରେ ପ୍ରାୟ ୧୫,୦୦୦ ଲୋକଙ୍କ ସଂପର୍କରେ ଆସିଛନ୍ତି । କେତେକ ମରକଜରେ ହିଁ ରହିଥିଲେ ।

ଜମାତରେ ସାମିଲ ଲୋକଙ୍କ ସଂପର୍କରେ ଆସିଥିବା ଏହି ୧୫,୦୦୦ ଲୋକଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଛି ଏବଂ ସେମାନଙ୍କଠାରୁ ସୂଚନା ସଂଗ୍ରହ କରାଯାଇଛି । ଏହି ଯାଞ୍ଚ ରିପୋର୍ଟ ପ୍ରସ୍ତୁତ କରିବାରେ ପୋଲିସର ସମସ୍ତ ୟୁନିଟ୍ ନିୟୋଜିତ ଥିଲେ । ଟ୍ରାଫିକ ପୋଲିସ ଏହି ୧୬,୦୦୦ ଲୋକଙ୍କ ସହ ସମ୍ପର୍କରେ ଥିବା ଲୋକଙ୍କୁ ବିଶ୍ଳେଷଣ କରିବାରେ ନିୟୋଜିତ ଥିଲା ।

ଏହା ବ୍ୟତୀତ ପୋଲିସର ଏକ ଟିମ୍ ଅନ୍ୟ ଗୋଷ୍ଠୀର ସମସ୍ତ ସମ୍ବେଦନଶୀଳ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ। ସଶସ୍ତ୍ର ପୋଲିସ ସୁରକ୍ଷା ଶାଖା ମଧ୍ୟ ଏହି ରିପୋର୍ଟ ପାଇଁ ତଥ୍ୟ ସଂଗ୍ରହ କରିଛି । ଯାଞ୍ଚ ଶେଷ ହେବାପରେ ସନ୍ଦିଗ୍ଧ ରୋଗୀଙ୍କ ବିଷୟରେ ପୋଲିସ ଟିମ୍ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେଇଥିଲା । ଏହାପରେ ଏହି ଲୋକଙ୍କୁ ଆଇସୋଲେସନ, କ୍ବାରେଣ୍ଟାଇନ୍ ଅଥବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ପୋଲିସର ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ଏହି ତଥ୍ୟକୁ ମରକଜର ମୁଖ୍ୟ ମୌଲାନା ସାଦଙ୍କ ବିରୋଧରେ ପ୍ରମାଣ ଭାବରେ ବ୍ୟବହାର କରାଯିବ। ୧୭ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପିଥିବା ସଂକ୍ରମଣ ସହ ମରକଜର ଲିଙ୍କ୍ ଥିବା ଜଣାପଡିଛି। ଏହି ଜମାତିମାନଙ୍କର ସଂଖ୍ୟା ଏବଂ ସୂଚନା ଲୁଚାଯାଇଥିଲା ଏବଂ ଏତେ ସଂଖ୍ୟକ ଲୋକଙ୍କୁ ଜମା କରିବାକୁ ଅନୁମତି ଦିଆଯାଇଥିଲା ।

   Related Posts