ତହସିଲଦାରଙ୍କ ବଦଳି ନେଇ ଓକିଲ ସଂଘର ଆନ୍ଦୋଳନ, ତହସିଲ ଅଫିସ ପରିସରରେ ୧୬୩ ଧାରା ଜାରି

Published By : Prameya-News7 Bureau | September 05, 2024 IST

ନରସିଂହପୁର ୦୫।୦୯ : ନରସିଂହପୁର ଓକିଲ ସଂଘ ପକ୍ଷରୁ ତହସିଲଦାରଙ୍କ ବଦଳି ଦାବି ଜୋର ଧରିଲାଣି । ପୂର୍ବରୁ ବାରମ୍ବାର ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ବିଭିନ୍ନ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ ବାଧ୍ୟ ହୋଇ ନରସିଂହପୁର ତହସିଲ ପରିସରରେ ଓକଲି ସଂଘ ପକ୍ଷରୁ ତହସିଂଲଦାରଙ୍କ ବଦଳି ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଛନ୍ତି । ଏହାସହିତ ଆଜିଠାରୁ ନରସିଂହପୁର ଓକିଲ ସଂଘ କାର୍ଯ୍ୟବନ୍ଦ କରି ତହସିଲ କାର୍ଯ୍ୟାଳୟରେ ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣ ଦେଇଛନ୍ତି । ଅନ୍ୟପଟେ ସ୍ଥିତିକୁ ଦେଖି ତହସିଲ ପରିସରରେ ୧୬୩ ଧାରା  ଜାରି କରାଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.