କରୋନାକୁ ମାତ୍ ଦେଇ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୧୬୨୧ ଆକ୍ରାନ୍ତ, ଗଞ୍ଜାମରୁ ସର୍ବାଧିକ

Published By : Prameya-News7 Bureau | August 19, 2020 IST

ଭୁବନେଶ୍ଵର ୧୯।୦୮: ମହାମାରୀ କରୋନା ରାଜ୍ୟରେ ନିଜର ପ୍ରାଦୁର୍ଭାବ ବଢାଇବାରେ ଲାଗିଛି। ଦୈନିକ ହଜାର ସଂଖ୍ୟକ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯେତେ ଟେଷ୍ଟିଂ ସଂଖ୍ୟା ବଢୁଛି ସେହି ଅନୁସାରେ ଆକ୍ରାନ୍ତଙ୍କ ସହିତ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୨୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୬ ହଜାର ୯୩୫କୁ ବୃଦ୍ଧି ଘଟିଛି। ଗଞ୍ଜାମରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ବୁଧବାର ଏହି ସୂଚନା ଦେଇଛି।

wp:html /wp:html

ବିଭାଗ ଅନୁଯାୟୀ ଆଜି ରାଜ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୪ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ୨୬୫ ସୁସ୍ଥ ସହିତ ଖୋର୍ଦ୍ଧାରେ ଦ୍ଵିତୀୟରେ ରହିଛି। ସେହି ପରି ଗଜପତି  ଜିଲ୍ଲାରୁ ୧୨୭, କଟକରୁ ୧୧୦, ପୁରୀ ଜିଲ୍ଲାରୁ ୮୫, କୋରାପୁଟରୁ ୬୯, ନୂଆପଡାରୁ ୬୮,  ବାଲେଶ୍ଵରରୁ ୬୬, ନୟାଗଡରୁ  ୬୨, ବରଗଡରୁ ୫୪, କଳାହାଣ୍ଡିରୁ ୪୩ ରୋଗୀ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସେହି ପରି ସୁନ୍ଦରଗଡରୁ ୪୧, କନ୍ଧମାଳରୁ ୩୫, ମାଲକାନଗିରିରୁ ୩୩, ଯାଜପୁରରୁ ୩୨, ଢେଙ୍କାନାଳରୁ ୨୫, କେନ୍ଦ୍ରାପଡାରୁ ୨୩, ଭଦ୍ରକରୁ ୨୨, ବଲାଙ୍ଗିରରୁ ୨୨,  ମୟୂରଭଞ୍ଜରୁ ୨୧, ଝାରସୁଗୁଡାରୁ ୨୦, ରାୟଗଡାରୁ ୧୮, କେନ୍ଦୁଝରରୁ ୧୭, ସମ୍ବଲପୁରରୁ ୧୪, ବୌଦ୍ଧରୁ ୧୧, ନବରଙ୍ଗପୁରରୁ ୮, ଜଗତସିଂହପୁରରୁ ୩, ସୋନପୁରରୁ ୨ ଓ ଅନୁଗୁଳରୁ  ୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ଗୋଟିଏ ଦିନରେ ସର୍ବକାଳୀନ ୨୫୮୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୧୨୨ରେ ପହଞ୍ଚିଛି। ଆଜିର ସୁସ୍ଥ ସଂଖ୍ୟା ମିଶାଇ ଅଦ୍ୟାବଧି ୪୬,୯୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ଭଳି ଗତ ୨୪ ଘଣ୍ଟାରେ ଆଉ ୧୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଅଦ୍ୟାବଧି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.