ଦଶମ ଶ୍ରେଣୀର ସହପାଠୀ ସହ ପ୍ରେମ ପଡିଲା ମହଂଗା : ୧୬ ବର୍ଷ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା

Published By : Prameya-News7 Bureau | November 04, 2018 IST

ହଜାରୀବାଗ ୪/୧୧ : ଝାରଖଣ୍ଡ ହଜାରୀବାଗରେ ଘଟିଛି ଅମାନୁଷିକ କାଣ୍ଡ | ନିଜ ସହପାଠୀକୁ ପ୍ରେମ କରୁଥିବା ଅଭିଯୋଗରେ ଜଣେ ୧୬ ବର୍ଷ ବୟସ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି | ଛାତ୍ର ଜଣକ ହେଲେ ସୁମିତ କୁମାର | ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ଛାତ୍ରୀଙ୍କ ପରିବାରଲୋକେ | ଛାତ୍ରୀଙ୍କ ପରିବାରଲୋକ ଉଭୟଙ୍କ ମିଳାମିଶାକୁ ପସନ୍ଦ କରୁନଥିଲେ | ଛାତ୍ରୀ ଜଣକ ଦଶମ ଶ୍ରେଣୀରେ ପଢ଼ନ୍ତି | ସୂଚନାଯୋଗ୍ୟ ଯେ, ସୁମିତ କୁମାର ଛତ୍ର ଜିଲ୍ଲା କର୍ମି ଗାଁରେ ରହୁଥିଲେ | ସେ ଚୌପାରନର ଏକ ସ୍କୁଲରେ ପଢୁଥିଲେ | ଚୌପାରନ ଆଇଆଇସି ସୁଦାମ ଦାସଙ୍କ କହିବାନୁଯାୟୀ, ଗତ ଶୁକ୍ରବାର ଦିନ ସୁମିତ ସ୍କୁଲରୁ ଘରକୁ ଫେରୁଥିବାବେଳେ ତାଙ୍କୁ ଅପହରଣ କରାଯାଇଥିଲା | ଅପହରଣ  ସମ୍ପର୍କରେ ଖବର ପାଇବା ପରେ କାସିକେଟ ଅଂଚଳରେ ପୋଲିସ ସୁମିତକୁ ଖୋଜାଖୋଜି କରିଥିଲା | କାସିକେଟ ଅଂଚଳର ଏକ ଘରୁ ପୋଲିସ ସୁମିତଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲା | ସେହି ଘରେ ଝିଅର ପରିବାରଲୋକେ ମଧ୍ୟ ଥିଲେ | ଝିଅର ପରିବାରଲୋକେ ସୁମିତକୁ ଏକ ବାଡ଼ିରେ ମାଡମାରି ରକ୍ତାକ୍ତ କରିଦେଇଥିଲେ | ପୋଲିସ ସେଠାରୁ ସୁମିତକୁ ଉଦ୍ଧାର କରି ହଜାରୀବାଗ ହସ୍ପିଟାଲରେ ଭର୍ତ୍ତି କରିଥିଲା | ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଞ୍ଚିର ରାଜେନ୍ଦ୍ର ମେଡିକାଲ କଲେଜକୁ ସ୍ଥାନାଂତର କରାଯାଇଥିଲା | ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା | ଘଟଣାରେ ସମ୍ପୃକ୍ତ ଥିବା ଝିଅର ଭାଇ ଏବଂ ଅନ୍ୟ ଦୁଇଜଣ ମହିଳାଙ୍କୁ ପୋଲିସ ଗିରଫ କରିଛି | ପୋଲିସ ଘଟଣାରେ ଜଡିତ ଝିଅର ବାପାକୁ ଖୋଜାଖୋଜି କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.