ନୀଳଗିରି: ନୀଳଗିରି ଏନଏସି ୧୦ ନମ୍ବର ୱାର୍ଡ କାହାଳିଆ ଗ୍ରାମରେ ଘଟିଛି ଅଘଟଣ। ପାଣିରେ ବୁଡି ନାବାଳକର ମୃତ୍ୟୁ। ମୃତକ ହେଲେ ରତ୍ନାକର ପରିଡାଙ୍କ ୧୬ ବର୍ଷୀୟ ପୁଅ ତପନ। ଆଜି ସେ ଗାଡ଼ିଆରେ ଗାଧୋଉଥିବା ବେଳେ ପାଦ ଖସିଯିବାରୁ ବୁଡି ଯାଇଥିଲେ। ପହଁରା ଜାଣି ନଥିବାରୁ ପାଣିରେ ବହୁ ସମୟ ଧରି ବୁଡି ରହିଥିଲେ। ତାଙ୍କୁ ଖୋଜାଖୋଜି କରି ପାଣିରୁ ଉଦ୍ଧାର ପରେ ନୀଳଗିରି ହସ୍ପିଟାଲକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଢିଲା ୟୁନିଫର୍ମ, ଥ୍ରୀ-ଷ୍ଟାର, ଫେକ୍ ଆଇଡି କାର୍ଡ: ହା...