ପ୍ରତିଶୋଧ ନେବା ପାଇଁ ୨ ବର୍ଷର ଶିଶୁକୁ ହତ୍ୟା କଲା ନାବାଳିକା ; ହତ୍ୟା ପରେ ଶିଶୁର ମୃତଦେହକୁ ଘରେ ଲୁଚାଇ ରଖିଥିଲା

Published By : Prameya-News7 Bureau | January 22, 2019 IST

ମୁମ୍ବାଇ ୨୨/୧ : ମୁମ୍ବାଇ ଠାଣେ ଅଂଚଳରେ ୧୬ ବର୍ଷର ଜଣେ ନାବାଳିକା ଜଣେ ୨ ବର୍ଷ ବୟସ ଶିଶୁର ହତ୍ୟା କରିଛି | ପଡୋଶୀଙ୍କଠାରୁ ପ୍ରତିଶୋଧ ନେବା ପାଇଁ ନାବାଳିକା ଏଭଳି ହତ୍ୟାକାଣ୍ଡ ଘଟାଇଥିଲେ | ପୋଲିସ ସୂଚନା ଅନୁଯାୟୀ, ଶିଶୁର ମା ଦୁଇ ଦିନ ତଳେ ନାବାଳିକାକୁ ଗାଳି କରିଥିଲେ | ଘଟଣା ଠାଣେର ତୁଲାଇ ଗାଁର | ଅଭିଯୁକ୍ତ ନାବାଳିକା ଦଶମ ଶ୍ରେଣୀର ଛାତ୍ରୀ |


ସୂଚନାଯୋଗ୍ୟ ଯେ, ଶନିବାର ଦିନ ୨ ବର୍ଷର ଶିଶୁ ମନିସ୍କା ଘର ବାହାରେ ଖେଳୁଥିବା ସମୟରେ ଅଚାନକ ଗାୟବ ହୋଇଯାଇଥିଲା | ଶିଶୁ ଗାୟବ ହୋଇଯିବ ପରେ ଘରଲୋକେ ବହୁତ ଖୋଜାଖୋଜି କରିଥିଲେ | ଖୋଜାଖୋଜି ପରେ ମଧ୍ୟ ମନିସ୍କା ମିଳିନଥିଲେ | ଫଳରେ ପରିବାରଲୋକେ ସ୍ଥାନୀୟ ଥାନାରେ ଶିଶୁ ନିଖୋଜ ଥିବା ନେଇ ଏତଲା ଦେଇଥିଲେ | ଏତଲା ପରେ ପୋଲିସ ମନିସ୍କାଙ୍କ ପାଖ ପଡୋଶୀ ତଥା ଗାଁରେ ଅନ୍ୟମାନଙ୍କ ଘରେ ପଚରାଉଚୁରା କରିଥିଲା | କିନ୍ତୁ ସମସ୍ତେ କହିଥିଲେ ଯେ, ସେମାନେ ମନିସ୍କାକୁ ଦେଖିନାହାନ୍ତି | ପଚରାଉଚୁରା ବେଳେ ଜଣାପଡିଲା ଯେ, ମନିସ୍କାଙ୍କ ମା'ଙ୍କ ପଡୋଶୀର ନାବାଳିକାଙ୍କ ସହ କୌଣସି କାରଣରୁ କଥା କଟାକଟି ହୋଇଥିଲା |

ଏସବୁ ଜାଣିବା ପରେ ପୋଲିସ ନାବାଳିକାଙ୍କ ଉପରେ ସନ୍ଦେହ କରିଥିଲା | ପୋଲିସ ନାବାଳିକାକୁ ପଚରାଉଚୁରା କରିଥିଲା କିନ୍ତୁ ସେ ମନ କରିଦେଇଥିଲେ | ଏହାପରେ ପୋଲିସ କଡାକଡି ଭାବେ ପଚାରିବାରୁ ନାବାଳିକା ନିଜ ଦୋଷ ସ୍ୱୀକାର କରିଥିଲା | ପୋଲିସ ନାବାଳିକାର ଘରେ ଖୋଜାଖୋଜି କରିଥିଲା | ଖୋଜାଖୋଜି କରିବାରୁ ଶିଶୁର ମୃତଦେହ ନାବାଳିକାର ରୁମରୁ ମିଳିଥିଲା | ନାବାଳିକା ଶିଶୁକୁ ହତ୍ୟା କରିବ ପରେ ଡରିଯାଇ ଶିଶୁର ମୃତଦେହକୁ ନିଜ ରୁମ ଭିତରେ ଲୁଚେଇ ରଖିଥିଲା |


ଅଭିଯୁକ୍ତ ନାବାଳିକା ବିରୋଧରେ ଆଇପିସି ଧାରା ୩୦୨ରେ ମାମଲା ରୁଜ୍ଜୁ କରି ଗିରଫ କରିଛି ପୋଲିସ | ନାବାଳିକାକୁ କୋର୍ଟରେ ହାଜର କରିବ ପରେ ବାଳିକା ସୁଧାର ଗୃହ ପଠାଇ ଦିଆଯିବ ବୋଲି ପୋଲିସ କହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.