ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଅନ୍‌ଲାଇନ୍‌ ଗେମ୍‌ ଖେଳିବା ପଡ଼ିଲା ମହଙ୍ଗା, ୩୬ ଲକ୍ଷ ଟଙ୍କା ଉଡ଼ାଇଦେଲା ୧୬ ବର୍ଷର ପିଲା

5/06/2022 at 2:52 PM

ହାଇଦ୍ରାବଦ, ୦୫/୦୬: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅନ୍‌ଲାଇନ୍‌ ଠକେଇ । କେତେବେଳେ ଠକ ବ୍ୟାଙ୍କ୍‌ ଆକାଉଣ୍ଟ ଖାଲି କରିଦେଉଛନ୍ତି ତ ଆଉ କେତେବେଳେ ଅନ୍‌ଲାଇନ୍‌ ଗେମ୍‌ ଖେଳିଲେ ଉଡ଼ିଯାଉଛି ଟଙ୍କା । ସେହିପରି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଘଟିଛି ହାଇଦ୍ରାବଦରେ । ଜଣେ ୧୬ ବର୍ଷୀୟ ନାବାଳକ ମୋବାଇଲ୍‌ ଫୋନ୍‌ରେ ଅନ୍‌ଲାଇନ୍‌ ଗେମ୍ ଖେଳି ୩୬ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ହାଇଦ୍ରାବାଦର ଅମ୍ୱରପେଟ୍‌ ଅଞ୍ଚଳରେ ରହୁଥିବା ଏହି ନାବାଳାକ ଅନ୍‌ଲାଇନ୍‌ ଗେମ୍‌ ଖେଳିବା ପାଇଁ ନିଜ ମାଆର ବ୍ୟାଙ୍କ ଆକାଉଣ୍ଟର ବ୍ୟବହାର କରୁଥିଲା । ଏଥିସହିତ ସେ ତାର ଜେଜେବାପାଙ୍କ ମୋବାଇଲ୍‌ ଫୋନ୍‌ରେ ଫ୍ରି ଫାୟାର ଗେମିଂ ଆପ୍‌ ଡାଉନ୍‌ଲୋଡ କରି ଖେଳୁଥିଲା । ପ୍ରଥମେ ଏହି ନାବାଳକ ଆରମ୍ଭରେ ୧୫ ଶହ ଟଙ୍କା ଏବଂ ପରେ ମାଆର ବ୍ୟାଙ୍କ୍‌ ଖାତାରୁ ୧୦ ହଜାର ଟଙ୍କା ବ୍ୟବହାର କରିଥିଲା । ଯେତେବେଳେ ସେ ଏହି ଗେମ୍‌ର ଅଭ୍ୟାସରେ ପଡ଼ିଗଲା ସେତେବେଳେ ସେ ପରିବାର ସଦସ୍ୟଙ୍କ ଅଜାଣତରେ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରିଚାଲିଲା । ଏକାଦଶ ଶ୍ରେଣୀର ପଢ଼ୁଥିବା ଏହି ଛାତ୍ରଜଣକ ଅନ୍‌ଲାଇନ୍‌ ଗେମ୍‌ ଖେଳିବା ପାଇଁ ୧.୪୫ ଲକ୍ଷ ଟଙ୍କାରୁ ନେଇ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିଲା ।

   Related Posts