ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ଆନ୍ଧ୍ର, ଅଟୋ ଦୁର୍ଘଟଣାରେ ଜଣେ ମୃତ, ୧୬ରୁ ଅଧିକ ଆହତ

Published By : Prameya-News7 Bureau | June 10, 2024 IST

ନାରାୟଣପାଟଣା: ବିବାହ ଉତ୍ସବରେ ଯୋଗଦେବାକୁ ଆନ୍ଧ୍ର ପ୍ରଦେଶ ଯାଇଥିବାବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି କୋରାପୁଟର ଜଣେ ମହିଳା।ଆହୁରି ମଧ୍ୟ ଏହି ଦୁର୍ଘଟଣାରେ ୨ ଗୁରୁତର ହୋଇଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଚାଲିଛି। 

ସୂଚନା ଅନୁଯାୟୀ, ଜିଲ୍ଲାର ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କାବିଟି ଗ୍ରାମର କିଛି ଲୋକ ଆନ୍ଧ୍ର ପ୍ରଦେଶ ମାନ୍ୟମ ଜିଲ୍ଲାର, କମରଡା ମଣ୍ଡଳର ଗୁଜ୍ଜାବାଡି ଗାଁକୁ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ।ତେବେ ସୋମବାର ଏକ ଅଟୋରେ ଫେରୁଥିବା ବେଳେ ଏଲ୍ଲା ଘାଟିରେ ଦୁର୍ଘଟଣା ହୋଇଥିଲା I 

ତେବେ ଦୁର୍ଘଟଣାରେ କାଡ୍ରାକା ଚିନାମି ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଛି।ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି I 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.