କୋଇଲା ଖଣିରେ ବଢିଗଲା କାର୍ବନ ମୋନକ୍ସାଇଡ୍‌ର ସ୍ତର, ପ୍ରାଣ ହାରିଲେ ୧୬ ଶ୍ରମିକ

Published By : Prameya-News7 Bureau | September 27, 2020 IST

ବେଜିଂ ୨୭।୦୯: ଦକ୍ଷିଣ-ପଶ୍ଚିମ ଚୀନର ଏକ କୋଇଲା ଖଣିରେ ରବିବାର କାର୍ବନ ମୋନକ୍ସାଇଡ୍ ସ୍ତର ଅତ୍ୟଧିକ ବଢି ଯିବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଅଧିକାରୀ ଓ ଗଣମାଧ୍ୟମ ଏହି ସୂଚନା ଦେଇଛି। ଚୋଙ୍ଗଚିଙ୍ଗ ନଗର ପ୍ରଶାସନ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଥିଲେ ଯେ, ଖଣିରେ ମୋଟ୍ ୧୭ ଜଣ ଫସି ରହିଥିଲେ। ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଭାଗ୍ୟବଶତଃ ଅନ୍ୟ ୧୬ ଲୋକଙ୍କୁ ବଞ୍ଚାଯାଇ ପାରି ନାହିଁ।

ସିନହୁଆ ସମାଚାର ଏଜେନ୍ସିର ଖବର ଅନୁଯାୟୀ ବେଲ୍ଟ ଜଳିବାରୁ କାର୍ବନ ମୋନକ୍ସାଇଡ୍‌ର ସ୍ତର ଅତ୍ୟଧିକ ବଢି ଯାଇଥିଲା। ଏହି ଖବର ଦିଆଯାଇ ନାହିଁ ଯେ ଏହି ବେଲ୍‌ଟ କେଉଁ ପ୍ରକାରର ଥିଲା। ଉଲ୍ଲେଖନୀୟ କୋଇଲାର ଭୂମିଗତ ଖଣିରୁ କୋଇଲା ବାହାର କରିବା ପାଇଁ ରବରର ବେଲ୍ଟ ବ୍ୟବହାର ହୋଇଥାଏ। ଜିଲ୍ଲା କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ଯେ କିଜିୟାଙ୍ଗ ଜିଲ୍ଲାରେ ସ୍ଥିତ ଏହି ଖଣି ସ୍ଥାନୀୟ ଉର୍ଜା କମ୍ପାନୀ ସହ ଜଡିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.