Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତାତି-ଗୁଳୁଗୁଳିରୁ ନିସ୍ତାର ନାହିଁ, ୧୬ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ଉପରେ, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

9/06/2023 at 9:23 PM

ଭୁବନେଶ୍ଵର: ତାତି, ଗୁଳୁଗୁଳିରୁ ନିସ୍ତାର ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହରେ କଲ୍‌ବଲ୍‌ ରାଜ୍ୟବାସୀ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ହୋଇଛି। ଆଜି ରାଜ୍ୟର ୧୬ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିବା ବେଳେ ୨ଟି ସହରର ତାପମାତ୍ରା ୪୫ ଉପରେ ରହିଛି। ୪୫.୬ ଡିଗ୍ରୀ ସେଲସିୟସ୍ ସହ ଝାରସୁଗୁଡ଼ା ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ୪୫.୨ ଡିଗ୍ରୀ ସହ ତା ପଛକୁ ଅଛି ସମ୍ବଲପୁର। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଶୁକ୍ରବାର ପଶ୍ଚିମ ଓଡ଼ିଶାରେ ଅଧିକ ତାପମାତ୍ରା ପରିଲଖିତ ହୋଇଛି। ଝାରସୁଗୁଡ଼ା ଏବଂ ସମ୍ବଲପୁରକୁ ବାଦ୍ ଦେଲେ ସୋନପୁରର ତାପମାତ୍ରା ୪୪.୮, ହୀରାକୁଦର ୪୪.୭ ଡିଗ୍ରୀ, ବୌଦ୍ଧର ୪୪.୬, ବଲାଙ୍ଗିରର ୪୪.୦, ସୁନ୍ଦରଗଡର ୪୩.୮, ରାଉରକେଲାର ୪୩.୬, ଭବାନୀପାଟଣା ୪୩.୬, ଟିଟିଲାଗଡ଼ ୪୩.୫  ଏବଂ ତାଳଚେରର ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

ସେହିପରି ଅନୁଗୋଳର ୪୨.୭ ଡିଗ୍ରୀ, ବାରିପଦାର ୪୨.୬, ଦେବଗଡ଼ର ୪୨.୪, ନୂଆପଡ଼ାର ୪୨.୦, କେନ୍ଦୁଝରର ୪୧.୭ ଡିଗ୍ରୀ, ଜଗତସିଂହପୁରର ୪୧.୦, ଢେଙ୍କାନାଳ ୪୧, କେନ୍ଦ୍ରାପଡ଼ାର ୪୦.୨ ଏବଂ ଫୁଲବାଣୀର ତାପମାତ୍ରା ୪୦.୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏହା ବାଦ୍ ଟ୍ଵିନ୍ ସିଟି କଟକର ତାପମାତ୍ରା ୪୦.୪ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ଵରର ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଏ ଖବର ପଢନ୍ତୁ- ଆଣ୍ଟାର୍କଟିକାର ବିଯୁକ୍ତ ୯୮ ଡିଗ୍ରି ସେଲସିୟସ୍‌ ତାପମାତ୍ରାରେ ରହୁଛନ୍ତି ୪ ହଜାର ଲୋକ, ଅଧିକାଂଶ ସମୟ କଟୁଛି ଅନ୍ଧାରରେ

   Related Posts