ଶୁକ୍ରବାରର ରାଶିଫଳ: ଶ୍ରମ ସାର୍ଥକ ହେବ, ପାରିବାରିକ ସୁଖ ଓ କାର୍ଯ୍ୟରେ ସଫଳତା ମିଳିବ

Published By : Prameya-News7 Bureau | July 14, 2022 IST

ମେଷ– ଶୁକ୍ରବାର ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ଭାବରେ ସଫଳତା ପାଇପାରିବେ । ଶ୍ରମ ସାର୍ଥକ ହେବ । ପାରିବାରିକ ସୁଖ ଓ କାର୍ଯ୍ୟରେ ସଫଳତା ମିଳିବ । ସୁଖ-ସମ୍ଭୋଗ କରିପାରନ୍ତି । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ସରକାରୀ ଧନ ମିଳିପାରେ । ଗୁଣଜ୍ଞ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।

ଚାଷୀ-ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି-ପ୍ରଶଂସିତ ହେବେ ।

ବ୍ୟବସାୟୀ-ଅର୍ଥ ହାନୀ ହେବ ।

ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବୃଷ – ଅର୍ଥ ସମ୍ପର୍କକୁ ନେଇ କୌଣସି ବନ୍ଧୁଙ୍କ ସହ ବିବାଦଗ୍ରସ୍ତ ହେବେ ଓ ତିକ୍ତତା ସୃଷ୍ଟି ହେବା ସମ୍ଭାବନା ରହିଛି । ଧୀରେ ସୁସ୍ଥେ କାର୍ଯ୍ୟରେ ଆଗେଇବେ । ଧନବାନ୍ ହୋଇପାରନ୍ତି । ମହିଳାମାନଙ୍କ କାର୍ଯ୍ୟରେ ସହାୟତା କରିବେ । ଧର୍ମକ୍ରିୟାରତ ଓ ପରାମର୍ଶଦାତା ହେବେ । ମନୋଜ୍ଞ ହୋଇପାରନ୍ତି ।  ଶୁଭ ରଙ୍ଗ ପିଙ୍କ୍। ଶୁଭ ଅଙ୍କ ୩ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ରୋଗୀ- ୟୋଗା କରନ୍ତୁ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

କର୍ମଜୀବି-କାର୍ଯ୍ୟ ବ୍ୟସ୍ତ ରହିବେ ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

ଗୃହିଣୀ-ଧାର୍ମିକ ହେବେ ।

ମିଥୁନ - ନିଜର ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି । ଶ୍ରେଷ୍ଠ କର୍ମରେ ନିୟୋଜିତ ସହସଙ୍ଗୀତ ମିତ୍ରଙ୍କ ଆଗ୍ରହୀ ହେବେ । କର୍ମାନୁରକ୍ତ ଏବଂ ଧନଶାଳୀ ହୋଇପାରନ୍ତି । ସରକାରୀ ଅର୍ଥ ମିଳିପାରେ । ସରକାରୀ ମାନ୍ୟତା ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

କର୍ମଜୀବି-କାର୍ଯ୍ୟ ତତ୍ପର ରହିବେ ।

ବ୍ୟବସାୟୀ-ଅର୍ଥ ହାନୀ ହେବ ।

ଗୃହିଣୀ-ଧାର୍ମିକ ହେବେ ।

କର୍କଟ –କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗଟି ସାମାନ୍ୟ ବ୍ୟତିକ୍ରମ ଭିତରେ ଗତିକରିବ । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରୀତି ଲାଭ ହୋଇପାରେ । କାର୍ଯ୍ୟରେ ଉନ୍ନତି ଘଟିବ । ଶାସ୍ତ୍ରାଭ୍ୟାସୀ ଓ ବିନୀତ ସ୍ୱଭାବ ସମ୍ପନ୍ନ ହେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ଚାଷୀ-ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ରୋଗୀ- ଚକ୍ଷୁ ପୀଡା ହେବ ।

କର୍ମଜୀବି-ଅର୍ଥ ମିଳିବ ।

ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ଛାତ୍ରଛାତ୍ରୀ-ବ୍ୟାୟାମ୍ କରନ୍ତୁ ।

ସିଂହ – ସବୁ କିଛି ଭଲ ମଧ୍ୟରେ ଖର୍ଚ୍ଚ ପରିମାଣ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତର ସୂଚନା ରହିଛି । ଘାତଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କାର୍ଯ୍ୟରେ ସତର୍କତା ଆବଶ୍ୟକ । ଅଜାତଶତ୍ରୁ ଏବଂ ସରକାରୀ ସ୍ତରରେ ସମ୍ମାନିତ ହେବେ । ଭାଗ୍ୟବାନ୍ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ। ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩।

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ସଦିଚ୍ଛା ଭାବ ରହିବ ।

କନ୍ୟା – ଭୁଲ୍ ବୁଝାମଣା କାରଣରୁ ମାନସିକ ସ୍ଥିତି ହଠାତ୍ ବଦଳି ଯିବ ଏବଂ ଅପମାନିତ ହୋଇପାରନ୍ତି । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ଯାହାକି ଆପଣ ହାତକୁ ନେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ, ମାତ୍ର ଏହା ବିଳମ୍ବିତ ହୋଇପାରେ । ବହୁ ଧନ ସହିତ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯ ।

ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- ପାଠପଢା ପ୍ରତି ସଜାଗ ରହିବେ ।

କର୍ମଜୀବି-ସମ୍ମାନିତ ହେବେ ।

ବ୍ୟବସାୟୀ-ଅର୍ଥ ଲାଭ ହେବ ।

ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

ତୁଳା – ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ନିଜେ କଳହମୁକ୍ତ ହେବା ପାଇଁ ଚେଷ୍ଟା କରିବେ । କର୍ମତତ୍ପରତା ପ୍ରକାଶ ପାଇବ । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି । ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ । ଶତ୍ରୁ ଦମନ କରିପାରନ୍ତି । ଧନ ଭୋଗର ସୂଚନା ମିଳୁଛି । ଶୁଭ ରଙ୍ଗକଫି । ଶୁଭ ଅଙ୍କ ୪ ।

ଚାଷୀ-ଜଳ ସଞ୍ଚୟ କରନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

କର୍ମଜୀବି-ଅର୍ଥ ହାନୀ ହେବ ।

ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ-ସୁଖୀ ହେବେ ।

ବିଛା – ଶୁକ୍ରବାର ଯେମିତି ପାଇବେ ତାହା ଠାରୁ ଅଧିକ ଦେବାକୁ ପଡିପାରେ । ସମ୍ମାନିତ ଓ ଶତ୍ରୁ ପରାଜିତ ହେବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଆଶା ଫଳବତୀ ହେବ । ବନ୍ଧୁ ମିଳନ ଘଟିପାରେ । ଧନ ଲାଭର ସୂଚନା ମିଳୁଛି । ଧନଲାଭ ହୋଇପାରେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୧।

ଚାଷୀ-କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

କର୍ମଜୀବି-ଅର୍ଥ ହାନୀ ହେବ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।

ଧନୁ – ସହକର୍ମୀଙ୍କ ସହ ମତାନ୍ତର ଘଟିବାର ସମ୍ୟକ ସୂଚନା ରହିଛି । ଗୁରୁ ଓ ଗୁରୁଜନଙ୍କ କଲ୍ୟାଣଭାଜନ ହେବେ । ଆଳସ୍ୟ ଅନୁଭବ କରିପାରନ୍ତି । ତ୍ୟାଗଶୀଳ ଓ ନୀତିଜ୍ଞ ହୋଇପାରନ୍ତି । ବିବିଧ ଧନର ଅଧିକାରୀ ଓ ସୁଖୀ ଏବଂ କୀର୍ତ୍ତୀମାନ୍ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ- ଚକ୍ଷୁ ପୀଡା ହେବ ।

ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

କର୍ମଜୀବି-ପ୍ରଶଂସିତ ହେବେ ।

ବ୍ୟବସାୟୀ- ମଧୁରଭାଷୀ ହେବେ ।

ଗୃହିଣୀ- ମିତ୍ର ସୁଖ ପାଇବେ ।

ମକର – ପରିବାର ସକାଶେ ଆକସ୍ମିକ ଆବଶ୍ୟକତା କାରଣରୁ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢାଇ ଦେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ନବବସ୍ତ୍ର ପରିଧାନ କରିପାରନ୍ତି । ଆୟର ଦ୍ୱାର ଆପଣଙ୍କ ପାଇଁ ଉନ୍ମୁକ୍ତ ରହିଛି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ଚାଷୀ-କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।

କର୍ମଜୀବି-ସହଯୋଗ ମିଳିବ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ।

କୁମ୍ଭ  - କେତେକ କାରଣକୁ ନେଇ ଇଚ୍ଛା ନ ଥିଲ ମଧ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଆୟ ଆଶାନୁରୂପ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ସ୍ତରରୁ ସହ ଯୋଗ ମିଳିବ । ସର୍ବତ୍ର ଶୁଭ ଆଶା କରାଯାଏ । ସତ୍ୟବାଦୀ, ପଣ୍ଡିତ ଓ ପ୍ରବାସୀ ହୋଇପାରନ୍ତି । ପିତୃଭକ୍ତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ରୋଗୀ-ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ସଫଳତା ମିଳିବ ।

ଗୃହିଣୀ- ସୁଖୀ ହେବେ ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ମୀନ - ପାରିବାରିକ ଅଶାନ୍ତି କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ଉଚ୍ଚଆଶା ଫଳବତୀ ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ପାରିବାରିକ ସୁଖ ଅବ୍ୟାହତ ରହିଛି । ଭାଗ୍ୟଶାଳୀ, କର୍ମବୀର ଓ ଉଦାର ଚରିତ୍ରଯୁକ୍ତ ଏବଂ ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

ଚାଷୀ-ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

କର୍ମଜୀବି-ସମ୍ମାନିତ ହେବେ ।

ବ୍ୟବସାୟୀ-ସଫଳତା ମିଳିବ ।

ଗୃହିଣୀ-ସୁଖ ଅନୁଭବ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.