ଲିଭର କାମ କରିବା ବନ୍ଦ ହୋଇଯାଇଥିବା ରୋଗୀଙ୍କୁ ୧୫ ବୋତଲ ବିୟର ପିଆଇଦେଲେ ଡାକ୍ତର: ଭଲ ହୋଇ ଘରକୁ ଫେରିଲେ ରୋଗୀ
18/01/2019 at 3:58 PM

ନୂଆ ଦିଲ୍ଲୀ ୧୮|୧: ବୁର୍ଲାସ୍ଥିତ ଭିମସାରରେ ଜଣେ କ୍ୟାନସର ରୋଗୀଙ୍କ ପେଟରେ ଅସ୍ତ୍ରୋପଚାର କରି ସେଥିରେ ଲୁଣ ଭର୍ତ୍ତି କରି ଚିକିତ୍ସା କରାଯାଇଥିବା କଥା ପ୍ରାୟ ସମସ୍ତେ ଜାଣନ୍ତି । ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କ ଏହି ଲୁଣ ଚିକିତ୍ସା ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଡାକ୍ତର ଅଶ୍ବିନୀ ପୂଜାହାରୀଙ୍କୁ ଏଥିପାଇଁ ଅନେକ ମୂଲ୍ୟ ମଧ୍ୟ ଦେବାକୁ ପଡିଥିଲା । ଜୁନିୟର ଡାକ୍ତରଙ୍କ ଅଭିଯୋଗ ଯୋଗୁଁ ତାଙ୍କୁ ବଦଳି କରିଦିଆଯାଇଥିଲା । ଏହି ଚିକିତ୍ସା ଫଳରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ସଂପୃକ୍ତ ରୋଗୀ ଭଲ ହୋଇ ବଞ୍ଚିଥିବା କହିଥିଲେ । ରୋଗୀ ବଞ୍ଚିଛନ୍ତି କି ନାହିଁ ତାହା ତଦନ୍ତ ସାପେକ୍ଷ । ତେବେ ସମାନ ଧରଣର ଆଉ ଏକ ଚିକିତ୍ସା ଏବେ ସମଗ୍ର ବିଶ୍ବରେ ଚହଳ ସୃଷ୍ଟି କରିଛି । ଜଣେ ରୋଗୀଙ୍କୁ ବଞ୍ଚେଇବା ପାଇଁ ଡାକ୍ତରମାନେ ଏକ ବିରଳ ତଥା ଅବିଶ୍ବସନୀୟ ଚିକିତ୍ସା ଶୈଳୀ ଗ୍ରହଣ କରିଛନ୍ତି। ଲୁଣ ଚିକିତ୍ସାଭଳି ଏହା ଥିଲା ବିୟର ଚିକିତ୍ସା । ମଦ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ବୈଧାନିକ ସତର୍କତା ଆମେ ପଢିଛେ । କିନ୍ତୁ ଶରୀର ପାଇଁ କ୍ଷତିକାରକ ବିୟର ଯେ, ଜୀବନ ବଂଚାଇପାରେ ଏହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଟୟ । କିନ୍ତୁ ଏହା ହିଁ ସତ୍ୟ । ରୋଗୀ ଜଣକର ଆଲକୋହଲ ପଏଜନିଂ ଯଗୁଁ ମୃତ୍ୟୁ ଘଟିବାର ନିଶ୍ଚିତ ଥିଲା। ତାଙ୍କ ଲିଭର ମଧ୍ୟ ସମ୍ପୂର୍ଣ୍ଣଭାବେ କାମ କରିବା ବଂଦ କରିଦେଇଥିଲା । କିନ୍ତୁ ଡାକ୍ତରମାନେ ୫ ଲିଟର ବିଅର ରୋଗିଙ୍କ ପେଟରେ ପମ୍ପ କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଏହା ଫଲରେ ଡାକ୍ତରମାନେ ତାଙ୍କୁ ବଞ୍ଚେଇବାରେ ସଫଳ ହୋଇଥିଲେ।

ସୁଚନାଯୋଗ୍ୟ ଯେ ଭିଏତନାମର ୪୮ ବର୍ଷ ବୟସ୍କ ଗୁଏନ ୱେନ ହାଟ ନାମକ ବ୍ୟକ୍ତିଙ୍କ ରକ୍ତରେ ମିଥେନଲର ମାତ୍ରା ସ୍ବବାବିକ ସ୍ତରଠାରୁ ୧,୧୧୯ ଗୁଣ ଅଧିକ ହୋଇଥିବାରୁ ଡାକ୍ତରମାନେ ତାଙ୍କୁ ବଞ୍ଚେଇବା ପାଇଁ ଏହି ଉପାୟର ପ୍ରୟୋଗ କରିଥିଲେ।

ଗୁଏନଙ୍କ ଶରୀରରେ ମିଥେନଲର ମାତ୍ରା ଅଧିକ ହୋଇଥିବାରୁ ତାଙ୍କ ଲିଭର କାମ କରୁନଥିଲା। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଡାକ୍ତରମାନେ ଘଣ୍ଟାକୁ ଥରେ ତାଙ୍କ ପେଟରେ ଗୋଟେ ଲିଟରର ବିୟର ପମ୍ପ କରୁଥିଲେ। ଗୁଏନଙ୍କ ପେଟରେ ୧୫ କ୍ୟାନ ବିୟର ପମ୍ପ ହେଲା ପରେ ତାଙ୍କ ଲିଭର ସ୍ବଭାବିକ ବାବେ କାମ କରିଥିଲା। ମେଡିକାଲ ରିପୋର୍ଟ ଅନୁସାରେ ମିଥେନଲର ମାତ୍ରା ଅଧିକ ହୋଇଥିବାରୁ ଗୁଏନ ପ୍ରଥମେ ବେହୋଶ ହୋଇଥିଲେ। ଏହା ପରେ ତାଙ୍କ ଶରୀର ଲିଭର ସଫା କରିବା ପାଇଁ ଡାକ୍ତରମାନେ ବିୟର ବ୍ୟବହାର କରିଥିଲେ।
Related Posts
ୟୁକ୍ରେନର ଏହି ଗ୍ରାମକୁ ନିଜର ବୋଲି ଦାବି କଲା ଋଷ, ଉଗ୍ର ହୋଇପାରେ ସଂଘର୍ଷ
31 January 2023
ବ୍ରିଟେନରେ ବିବାଦରେ ସୁନକଙ୍କ ଶ୍ୱଶୁରଙ୍କ କମ୍ପାନି, ଟିକସ ବକେୟା ଅଭିଯୋଗ
31 January 2023
ହିମାଚଳ ପ୍ରଦେଶ ପୋଲିସ୍ ନିଯୁକ୍ତି ଘୋଟାଲା: ୭ ରାଜ୍ୟର ୫୦ଟି ସିବିଆଇ ରେଡ୍
31 January 2023