ସ୍ଥିତି ବିଗାଡୁଛି ଜୁଲାଇ: ସପ୍ତାହରେ କରୋନା ଆକ୍ରାନ୍ତ ହେଲେଣି ୧୫୬୮, ଗଲାଣି ୨୫ ଜଣଙ୍କ ଜୀବନ, ବିଗୁଡୁଛି ଭୁବନେଶ୍ଵର ସ୍ଥିତି

Published By : Prameya-News7 Bureau | July 11, 2020 IST

ଭୁବନେଶ୍ଵର ୧୧।୦୭:  ସ୍ଥିତି ବିଗାଡିଛି ଜୁଲାଇ । ଲମ୍ବ ଡିଆଁ ଦେଇ ଚାଲିଛି କରୋନା । ୨୪ ଘଣ୍ଟାରେ ୫୭୦ ପଜିଟିଭ୍ ଗଞ୍ଜାମରୁ ସର୍ବାଧିକ ୨୧୮ ସଂକ୍ରମିତ ଚିହ୍ନଟ । ଜିଲ୍ଲାରେ ଆଣାୟତ୍ତ ସ୍ଥିତି । ଲଗାତର ଭାବେ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢି ଚାଲିଛି । ୫ ତାରିଖରେ ୧୧୬ ଜଣ ଆକ୍ରାନ୍ତ, ୬ ତାରିଖରେ ୧୬୬, ୭ରେ ୨୭୩, ୮ରେ ୨୧୫, ୯ରେ ୨୬୦, ୧୦ ରେ ୩୨୦ ଆକ୍ରାନ୍ତ ହୋଇଛନ୍ତି । ସପ୍ତାହରେ ୧୫୬୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଜି ୨ ଜଣଙ୍କୁ ମିଶାଇ ଏହି ସମୟ ମଧ୍ୟରେ ଗଂଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୬ ହୋଇଛି । ଏହି ସମୟରେ ସାରା ରାଜରେ ୨୫ ଜୀବନ ନେଇଛି ମହାମାରୀ । ନଜର ପକାନ୍ତୁ ଗ୍ରାଫ୍ ଉପରେ ।  ଜୁଲାଇ ୫ ରେ ୨ ଜଣ, ୬ରେ ୪ ଜଣ, ୭ରେ ୬ ଜଣ, ଜୁଲାଇ ୮ରେ ୪ ଜଣ, ଜୁଲାଇ ୯ରେ ୪ ଜଣ ଏବଂ ୧୦ରେ ରାଜ୍ୟରେ ୪ ଜଣଙ୍କ ଜୀବନ ନେଇଛି କରୋନା । ଗଂଜାମ ସହରାଞ୍ଚଳ ଏବଂ ବ୍ଳକ୍ ସଦରମହକୁମା ଅଞ୍ଚଳରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ଚେକ୍‌ଅପ୍ ଆରମ୍ଭ ହୋଇଛି। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଗୋଟିଏ କୋଭିଡ୍ କେୟାର୍ ହୋମ୍ ର ବ୍ୟବସ୍ଥା କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି। 

{"id":299086,"sizeSlug":"large"}

ଗଂଜାମ ପରେ ଭୁବନେଶ୍ବରେ ଆକ୍ରାନ୍ତଙ୍କ ମାତ୍ରା ଅଧିକ ବଢୁଛି । ରାଜ୍ୟର କରୋନା ସଂକ୍ରମଣ ତାଲିକାର ଶେଷ ୮ଟି ସ୍ଥାନରେ ଥିବା ଜିଲ୍ଲାଗୁଡ଼ିକର ଆକ୍ରାନ୍ତ ସଂଖ୍ୟା ଠାରୁ ରାଜଧାନୀର ଆକ୍ରାନ୍ତ ସଂଖ୍ୟା ଅଧିକ । ଆଜି ୩୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ ହୋଇଛି । ରାଜଧାନୀରେ ସଂକ୍ରମଣ ରୋକିବାକୁ ବିଏମ୍ସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହଟ୍‌ସ୍ପଟ୍ ଅଞ୍ଚଳକୁ ନିୟନ୍ତ୍ରଣକୁ ଅଣାଯାଇପାରିଥିବା ବିଏମ୍ସି କମିଶନର କହିଛନ୍ତି ।  ଭୁବନେଶ୍ବରରେ ଆଜିଠୁ ଆରମ୍ଭ ହୋଇଛି ସେରୋଲଜିକାଲ୍ ସର୍ଭେ । ୫ଟି କ୍ଲଷ୍ଟରରେ ସର୍ଭେ ଚାଲିଛି । ବିଏମସି ସହଯୋଗରେ ଆର୍‌ଏମ୍‌ଆର୍‌ସି ସର୍ଭେ କରୁଛି । ଦୁଇ ଦିନ ଧରି ସର୍ଭେ ଚାଲିବ । ପ୍ରଥମ ପର୍ଯ୍ୟାୟରେ ୨୫ଶହ ନମୁନା ସଂଗ୍ରହ ଲକ୍ଷ୍ୟ ରଖାଯାଇଛି ।

{"id":299087,"sizeSlug":"large"}

କଟକ ମହାନଗର ଅଞ୍ଚଳରେ ୨୪ ଘଣ୍ଟାରେ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । SCBରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ନିଜକୁ ସୁରକ୍ଷିତ ରଖି ରୋଗୀ ସେବା କରିବାକୁ ପରାମର୍ସ ଦେଇଛନ୍ତି ଏସ.ସି.ବି ମେଡିକାଲ ଅଧୀକ୍ଷକ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ  ହଟସ୍ପଟ ଅଞ୍ଚଳରୁ କଟକ ଆସିବା ଉପରେ କଟକଣା ଲାଗିଛି । ଜରୁରୀ କାମରେ ଆସି ଯେଉଁମାନେ ୭୨ ଘଣ୍ଟା ରହିବେ ସେମାନଙ୍କ ପାଇଁ ୧୪ ଦିନ କ୍ବାରାଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ଜଗତସିଂହପୁର ଜିଲା ପ୍ରଶାସନ ମଧ୍ୟ ବାହାର ଜିଲା ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି । ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲାପାଳ କଟକ ଓ ଭୁବନେଶ୍ବର ଯିବା ଆସିବା ନକରିବାକୁ ଜିଲାବାସୀଙ୍କୁ ଅପିଲ କରିଛନ୍ତି । ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ଏହି କଟକଣା ଲାଗୁ କରିଛି । ୧୩ ଜିଲ୍ଲାବାସୀଙ୍କୁ ମାଲକାନଗିରି ମନା କରାଯାଇଛି । 

{"id":299088,"sizeSlug":"large"}

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫୋନ୍ ଯୋଗେ କୋଭିଡ ଯୋଦ୍ଧା ଏବଂ ସଂକ୍ରମିତଙ୍କ ସହ କଥା ହୋଇଛନ୍ତି । ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ କୋଭିଡ ଯୋଦ୍ଧାଙ୍କ ସହ କଥା ହୋଇ ସେମାନଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ରୋଗୀଙ୍କୁ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିବା ସହ ସଠିକ ସେବା ପାଉଛନ୍ତି କି ନାହିଁ ପଚାରିଥିଲେ । କରୋନା ସଂକ୍ରମିତ ନୀଳଗିରି ଏବଂ ସାଲେପୁରର ବିଧାୟକଙ୍କ ସହ ମଧ୍ୟ କଥା ହୋଇ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ଼ ଯୋଦ୍ଧା ଓ ସଂକ୍ରମିତଙ୍କ ସହ ନିୟମିତ ଯୋଗାଯୋଗରେ ରହି ତଥ୍ୟ ନେବାକୁ ନିକଟରେ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ ।

{"id":299089,"sizeSlug":"large"}

ଆଜି ଆଉ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେବାନଙ୍କ ମଧ୍ୟରୁ ୩୮୪ କ୍ବାରେଣ୍ଟାଇନରୁ ୧୮୬ ଜଣ ସ୍ଥାନୀୟ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ ଛୁଇଁଛି । ଆଜି ୫ ଜଣଙ୍କ ଜୀବନ ନେଇଛି କରୋନା । ଗଂଜାମରୁ ୨ ଜଣ, କଟକର, ପୁରୀ ଏବଂ ଭୁବନେଶ୍ବରରୁ ଜଣେ ଲେଖଁଏ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬୧ ହୋଇଛି । ଆଜି ଝାରସୁଗୁଡା ଜିଲ୍ଲାରୁ ୩୧, ସୁନ୍ଦରଗଡରୁ ୪୪, କଟକରୁ ୪୬, ନୟାଗଡରୁ ୩୭, ଖୋର୍ଦ୍ଧାରୁ ୩୭, ଯାଜପୁର ୪୦, ଗଜପତିରୁ ୨୫, ପୁରୀ ୧୫, ଜଗତସିଂପୁର ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆସନ୍ତା ୧୩ ତାରିଖରୁ ୩୧ ତାରିଖ ଯାଏ ସୁନ୍ଦରଗଡ ଜିଲ୍ଲାରେ ସମସ୍ତ ଦୋକାନ ବଜାର ଦିନ ୨ ଟା ଠାରୁ ବନ୍ଦ ରହିବ । ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.