ବିଶ୍ୱକପ୍‌ ୨୦୨୨: ପାକିସ୍ତାନ ଆଗରେ ୧୫୩ ରନ୍‌ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

Published By : Prameya-News7 Bureau | November 09, 2022 IST

ସିଡ୍‌ନୀ ୦୯।୧୧: ଚଳିତ କ୍ରିକେଟ୍‌ ବିଶ୍ୱକପ୍‌ରେ ଫାଇନାଲ୍‌ ମ୍ୟାଚ୍‌ର ଟିକେଟ୍‌ ପାଇଁ ସେମି ଲଢ଼େଇ ଆରମ୍ଭ ହୋଇଛି । ପ୍ରଥମ ସେମିଫାଇନାଲ୍‌ରେ ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ । ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ତେଣୁ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ । ପାକିସ୍ତାନ ବୋଲର୍‌ଙ୍କ ସାମ୍ନା କରିନପାରି ଦଳ କମ୍‌ ରନ୍‌ରେ ୩ ୱିକେଟ୍‌ ହରାଇଥିଲା । ବ୍ୟାଟିଂ ବପର୍ଯ୍ୟୟ ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡ ୧୫୨ ରନ୍‌ କରିବାକୁ ସକ୍ଷମ ହୋଇଥିବା ବେଳେ ପାକାସ୍ତାନ ଆଗରେ ୧୫୩ ରନ୍‌ ଲକ୍ଷ୍ୟ ରହିଛି ।

ଦଳ ପକ୍ଷରୁ ମିଚେଲ୍‌ ଏବଂ ଉୱିଲ୍‌ମ୍‌ସନ୍‌ ଭାଗିଦାରୀରେ ୬୮ ରନ୍‌ ଯୋଡ଼ି ଥିବା ବେଳେ ନିଶାମ୍‌ଙ୍କ ସହିତ ନାବାଦ ୩୫ ରନ୍‌ ଯୋଡ଼ିଥିଲେ । ମିଚେଲ୍‌ ୩୫ ବଲ୍‌ରେ ୩ଟି ଚୌକା ସହ ଗୋଟିଏ ଛକା ମାରି ୫୩ ରନ୍‌ର ଶାନ୍‌ଦାର ପାଳି ଖେଳିଥିଲେ । ଅନ୍ୟପଟେ ପାକିସ୍ତାନ ବୋଲର୍‌ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଦଳ ପକ୍ଷରୁ ସାହିଦ୍‌ ଆଫ୍ରିଦୀ ସର୍ବାଧିକ ୨ଟି ୱିକେଟ୍‌ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.