ବିଜେଡି ଛାଡ଼ିଲେ ୭ ପଞ୍ଚାୟତର ୧୫ ଶହରୁ ଉର୍ଦ୍ଧ୍ୱ କର୍ମୀ, ବିଜେପିରେ ହେଲେ ସାମିଲ୍‌

Published By : Prameya-News7 Bureau | November 21, 2021 IST

ଗଜପତି, ୨୧/୧୧:  ଗଜପତି ଜିଲ୍ଲା କାଶୀନାଗର ବ୍ଲକରେ ବିଜେପିର ବଡ଼ ଧରଣର ମିଶ୍ରଣପର୍ବ ପୁରୁଟିଗୁଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କାଶୀନାଗର ବ୍ଲକର ଖାଣ୍ଡବା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପରିବାର ସମେତ ୭ ପଞ୍ଚାୟତର ୧୫ ଶହରୁ ଉର୍ଦ୍ଧ୍ବ ବିଜେଡି ସମର୍ଥିତ ବିଜେପିରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲା ବିଜେଡି ଦଳରେ ରହିଥିବା ଏକଚାଟିଆ ମାନୋଭାବ, ଅସହଯୋଗ ଯୋଗୁଁ ଦଳ ଛାଡି ସେମାନେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ।

ତେବେ କାଶୀନାଗର ବ୍ଲକରେ ଏତେ ସଂଖ୍ୟକ ସମର୍ଥକ ବିଜେପିରେ ସାମିଲ ହେବାପରେ ଜିଲ୍ଲାରେ ବିଜେପିର ସାଙ୍ଗଠନିକ ସ୍ଥିତି ସୁଦୃଡ଼ ହୋଇଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ କାଶୀନାଗର ବ୍ଳକର ସବୁ ସ୍ତରରେ ଦଳ ବିଜୟ ହାସଲ କରିବ ବୋଲି ସେ କହିଛନ୍ତି । ଏବେ ସ୍ଥିତି ମଜବୁତ ହୋଇଥିବା କହିଛନ୍ତି ପାରଳାଖେମୁଣ୍ଡି ବିଧାୟକ ତଥା ବିଜେପି ସଭାପତି କେ.ନାରାୟଣ ରାଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.