ଚଳିତବର୍ଷ ଏପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ପ୍ରାଣ ହରାଇଲେଣି ୩୯ ବିଦେଶୀଙ୍କ ସମେତ ୧୫୦ ଆତଙ୍କବାଦୀ, ଜାରି ରହିଛି ଅଭିଯାନ

Published By : Prameya-News7 Bureau | September 27, 2022 IST

ଶ୍ରୀନଗର ୨୭।୯: ଚଳିତବର୍ଷ ଏପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ଦେଢ ଶହ ଆତଙ୍କବାଦୀଙ୍କ ସଫେଇ  ହେଲାଣି। ଗତ ୩ ଦଶନ୍ଧୀରୁ ପାକିସ୍ତାନ ସୀମାରେ ଆତଙ୍କବାଦକୁ ଦୃଢତାର ସହ ମୁକାବିଲା କରୁଥିବା ଜମ୍ମୁ-କାଶ୍ମୀର ପୋଲିସ ମଙ୍ଗଳବାର ଏହି ସୂଚନା ଦେଇଛି। ଆତଙ୍କବାଦ ବିରୋଧୀ ଅଭିଯାନ କାଳରେ ହୋଇଥିବା ଏନକାଉଣ୍ଟରରେ ୧୧୧ ଜଣ ସ୍ଥାନୀୟ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏଣୁ ଉପତ୍ୟାକାରେ କାହା  ପ୍ରବର୍ତ୍ତାଇବାରେ ନ ପଡିବାକୁ ଯୁବକମାନଙ୍କୁ ସତର୍କ କରିଛି ପୋଲିସ୍।

{"id":689097,"width":839,"height":472,"sizeSlug":"full","linkDestination":"none"}

ଜମ୍ମୁ-କାଶ୍ମୀର ପୋଲିସର ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଉପତ୍ୟାକାରେ ଏ ପର୍ଯ୍ୟନ୍ତ ଚଳାଯାଇଥିବା ଆତଙ୍କବାଦ ବିରୋଧ ଅଭିଯାନରେ ୧୧୧ ଜଣ ସ୍ଥାନୀୟ ଓ ୩୯ ଜଣ ବିଦେଶୀ ଏହିପରି ମୋଟ ୧୫୦ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ୨୦୨୨ ପ୍ରଥମ ୯ ମାସରେ ୩୯ ବିଦେଶୀଙ୍କ ସମେତ ୧୫୦ ଆତଙ୍କବାଦୀଙ୍କୁ ସଫେଇ କରିବାରେ ପୋଲିସ ସଫଳ ହୋଇଛି। ଅଭିଯାନ ଯେଉଁ ବେଗରେ ଚଳାଯାଇଛି ତାହା ଆଗକୁ ମଧ୍ୟ ଜାରି ରହିବ ବୋଲି  ସେ କହିଛନ୍ତି।

ଯୁଗ୍ମ କାର୍ଯ୍ୟାନୁଷ୍ଠାନରେ ପୋଲିସକୁ ନୋ ଲସ୍‌ ରେ କ୍ଲିନ ସ୍ୱିପ୍‌ ମିଳିଥିବା ସେ କହିଛନ୍ତି। ଏଥିରେ ଭ୍ରମିତ ଯୁବବର୍ଗଙ୍କୁ ଆତଙ୍କବାଦ ଛାଡି ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ମଧ୍ୟ ନିବେଦନ କରାଯାଉଥିବା ଅଧିକାରୀ କହିଛନ୍ତି। ଏଡିଜିପି ବିଜୟ କୁମାର ଆତଙ୍କବାଦୀଙ୍କ ଅଭିଭାବକ ଓ ମୁରବୀମାନଙ୍କୁ ସେମାନଙ୍କ ପିଲାଙ୍କୁ ହିଂସାର ବେପରୁଆ ରାସ୍ତାରୁ ଓହରାଇ ଆଣିବାକୁ ନିବେଦନ କରିଛନ୍ତି।

{"id":689099,"sizeSlug":"full","linkDestination":"none"}

ଉପତ୍ୟାକାରେ କେବଳ ସ୍ଥାନୀୟ କି ବିଦେଶୀ ଆତଙ୍କବାଦୀ ନୁହନ୍ତି ଓଜିଡବ୍ଲୁ ଓ ହାଇବ୍ରିଡ ଆତଙ୍କବାଦୀଙ୍କ ଉପରେ ମଧ୍ୟ କଡ଼ା ନଜର ରଖାଯାଉଥିବା ସେ କହିଛନ୍ତି। ଏହି କ୍ରମରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୧୨ରୁ ଅଧିକ ଓଜିଡବ୍ଲୁ ଓ ହ୍ରାଇବ୍ରିଡ୍ ଆତଙ୍କବାଦୀ ଗିରଫ ମଧ୍ୟ  ହେଲେଣି।

ଉପତ୍ୟାକାରେ ଆତଙ୍କବାଦ ନିଯୁକ୍ତି ଉପରେ ପୋଲିସ କଡ଼ା ନଜର ରଖିଛି। ଏହି କ୍ରମରେ ଅନୁନ୍ୟ ୪୦ ଜଣ ଯୁବକଙ୍କ କୋଉନସେଲିଂ କରି ସେମାନଙ୍କୁ ଆତଙ୍କବାଦ ରାସ୍ତାରୁ ଫେରାଇ ଅଣିବାରେ ପୋଲିସ  ସଫଳ ହୋଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି। ଗତ ଦୁଇ ବର୍ଷ ହେଲା ସୀମାରେ ଶୁନ୍ୟ ଅନୁପ୍ରବେଶ ସ୍ଥଳେ ଆମେ ଆତଙ୍କବାଦୀ ନିଯୁକ୍ତି ରୋକିବାକୁ ଏବେ ଧ୍ୟାନ କେନ୍ଦ୍ରିତ କରୁଛୁ, ଯାହାକୁ ଚତୁରତାର ସହ ଚଳାଯାଇଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.