ଜଲପାଇଗୁଡ଼ି ବଜାରରେ ଭୟଙ୍କର ଅଗ୍ନିକାଣ୍ଡ : ୧୫୦ ଦୋକାନ ପୋଡ଼ି ପାଉଁଶ

Published By : Prameya-News7 Bureau | December 18, 2020 IST

ଜଲପାଇଗୁଡ଼ି ୧୮/୧୨: ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ଏକ ବଜାରରେ ଶୁକ୍ରବାର ନିଆଁ ଲାଗିଯିବାରୁ ଅତି କମରେ ୧୫୦ଦୋକାନ ପୋଡ଼ି ପାଉଁଶ ହୋଇ ଯାଇଛି। ପାଖାପାଖି ଭୋର ୩ଟାରେ ଜଣେ ଦୋକାନୀ ଧୂପଗୁଡ଼ି ବଜାରରେ ନିଆଁଧାସ ଉଠିଥିବାର ଦେଖିଥିଲେ।

ସେ କହିଥିଲେ ଯେ ୬ଟି ଦମକଳ ବାହିନୀଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା କିନ୍ତୁ ଆଖପାଖରେ ପାଣି ନଥିବାରୁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହୋଇଥିଲା। ପରେ କୁମଳଇ କେନାଲରୁ ପାଣି ଅଣାଯାଇଥିଲା କିନ୍ତୁ ସେତେବେଳ ସୁଦ୍ଧା ଅନେକ ଦୋକାନ ପୋଡ଼ି ପାଉଁଶ ହୋଇଯାଇଥିଲା।

ସକାଳ ୬ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏଥିରେ କେହି ମୃତାହତ ହୋଇନାହାନ୍ତି କି ନିଆଁ ଲାଗିବାର କାରଣ ଏବେ ସୁଦ୍ଧା ଜଣା ପଡ଼ିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.