Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ପଡିଲା ଭାରି, ଟ୍ବିଟର ଉପରେ ୧୫କୋଟି ଡଲାର ଜରିମାନା

26/05/2022 at 3:44 PM

ନୂଆଦିଲ୍ଲୀ ୨୬।୫: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ୟୁଜରଙ୍କ ଗୋପନୀୟତା ପରିପ୍ରକାଶ କରିବାର ଅଭିଯୋଗ ଆସିଛି । ଏହାରୁ ନେଇ ଟ୍ବିଟର ଉପରେ ୧୫ କୋଟି ଡଲାରର ଜରିମାନା ମଧ୍ୟ ଲଗାଯାଇଛି । ଏହାସହ କମ୍ପାନୀ ନିଡ ୟୁଜରଙ୍କ ଡାଟାର ସୁରକ୍ଷା ପାଇଁ ମାନକ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଆମେରିକୀୟ ନ୍ୟାୟ ବିଭାଗ ଏବଂ ସଂଘୀୟ ବାଣିଜ୍ୟ ଆୟୋଗ ଟ୍ବିଟର ବିରୋଧରେ ଅଭିଯୋଗର ସମାଧାନ କରିଛି । ନିୟାମକର ଅଭିଯୋଗ ଯେ, ଟ୍ବିଟର ତାର ୟୁଜରକୁ ଲୁଚାଇ ୨୦୧୧ର ଏଫଟିସି ନିର୍ଦ୍ଦେଶର ଉଲଂଘନ କରିଛି । ଏହି ନିର୍ଦ୍ଦେଶ ଅନୁସାରେ କମ୍ପାନୀକୁ ୟୁଜରଙ୍କ ଡାଟା ଏବଂ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ଏବଂ ସୁରକ୍ଷିତ ରଖାଯାଇଥାଏ ।

ସରକାର ଅଭିଯୋଗ ଆଣିଛନ୍ତି ଯେ, ୨୦୧୩ ମେ’ରୁ ୨୦୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଟ୍ବିଟର ୟୁଜରଙ୍କୁ କହିଥିଲା ଯେ ସେ ଆକାଉଣ୍ଟର ସୁରକ୍ଷା ଉଦ୍ଦେଶ୍ୟରେ ତାଙ୍କ ଫୋନ୍ ନମ୍ବର ଏବଂ ଇମେଲ୍‌ର ତଥ୍ୟ ସଂଗ୍ରହ କରୁଛି । କିନ୍ତୁ କମ୍ପାନୀ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନ୍ୟ କମ୍ପାନୀ ସହ ସେୟାର କରିଛି । ଏହି ତଥ୍ୟ ବ୍ୟବହାର କରି ୟୁଜରଙ୍କୁ ଅନଲାଇନ୍ ବିଜ୍ଞାପନ ପଠାଯାଉଥିଲା ।

ନିୟାମକ ବୁଧବାର ଦିନ ଦାୟର ଏକ ମାମଲାରେ ଏହା ମଧ୍ୟ ଅଭିଯୋଗ ଆଣିଛି ଯେ, ଟ୍ବିଟର ମିଛ ଦାବି କରିଥିଲା ଯେ ସେ ୟୁରୋପୀୟ ସଂଘ ଏବଂ ସ୍ବିଜରଲ୍ୟାଣ୍ଡ ସହ ଆମେରିକୀ ଗୋପନୀୟତା ଚୁକ୍ତିର ଅନୁପାଳନ କରିଛି । ଏହି ବିବାଦର ସମାଧାର ପରେ ଟ୍ବିଟରକୁ ୧୫ କୋଟି ଡଲାର ଜରିମାନା କରାଯାଇଛି ।

   Related Posts