୧୫ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ -୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଲାପଟପ ବଣ୍ଟନ ଆରମ୍ଭ

Published By : Prameya-News7 Bureau | December 06, 2019 IST

ଭୁବନେଶ୍ୱର ୦୬।୧୨ - ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଲାପଟପ ବଣ୍ଟନର ଶୁଭାରମ୍ଭ । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୦ ଜଣଙ୍କୁ ଲାପଟପ ଦେଇଛନ୍ତି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ କରାଯିବ ।

{"id":194710,"sizeSlug":"large"}

ଏଥିରେ ୫ହଜାର ୫୦୯ ଜଣ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ଥିବା ବେଳେ ସାଧାରଣ ବର୍ଗର ୯ ହଜାର ୪୯୧ ଜଣ ଛାତ୍ରଛାତ୍ରୀ ଅଛନ୍ତି । ବିଜୁ ସଶକ୍ତିକରଣ ଯୋଜନାରେ ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ୨୦୧୩ ମସିହାଠାରୁ ମାଗଣାରେ ଲାପଟପ ବଣ୍ଟନ କରାଯାଉଛି ।

{"id":194711,"sizeSlug":"large"}

ବର୍ତ୍ତମାନ ସୁଦ୍ଧା ମୋଟ ୯୦ ହଜାର ୨୦୩ ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ ବଣ୍ଟନ କରାଯାଇଛି । ତେବେ ଚଳିତବର୍ଷ ଏଥିପାଇଁ ଚୟନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ରାଜ୍ୟ ସ୍ତରୀୟ ମେଧା ତାଲିକା ପରିବର୍ତ୍ତେ  ଜିଲ୍ଲା ସ୍ତରରେ ମେଧା ତାଲିକା ପ୍ରସ୍ତୁତ କରାଯାଇଛି । ଓକାକ୍ ମାଧ୍ୟମରେ ଲାପଟପ ସଂଗ୍ରହ କରାଯାଇ ୩୦ ନୋଡାଲ ସେଣ୍ଟରକୁ ବଣ୍ଟନ ପାଇଁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.